-+91-9937148622 |

prerana_bgr@rediffmail.com |

  Monday 16th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ    (15-Nov-2026)       ||      ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ    (15-Nov-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ    (15-Nov-2026)       ||      ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   (15-Nov-2026)       ||      ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   (15-Nov-2026)       ||      ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   (15-Nov-2026)       ||      ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   (15-Nov-2026)       ||      ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   (15-Nov-2026)       ||      ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (15-Nov-2026)       ||      ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ    (15-Nov-2026)       ||      ମନ୍ଥର ଗତିରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲାର ବନ୍ଦୋବସ୍ତ ପ୍ରକ୍ରିୟା   (15-Nov-2026)       ||      ପତ୍ରା ଜଙ୍ଗଲକୁ ବେଆଇନ ଜବରଦଖଲ କାହା ସ୍ୱାର୍ଥରେ ? ଜଗୁଆଳି ବିକୁଥିଲା ଦେଶୀମଦ♦️ ମଣିଷକୃତ ଭୁଲ ପାଇଁ ହାତୀ ଆକ୍ରମଣରେ ନିରୀହ ବୃଦ୍ଧ ଙ୍କ ଜୀବନ ଗଲା    (15-Nov-2026)       ||      ୧୯ ତମ ଲୋଇସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ – ୨୦୨୬   (15-Nov-2026)       ||      ପଲସଦା ଉଚ୍ଚ ବିଦ୍ୟାଳୟରେ ଧୁମଧାମରେ ପାଳିତ ହେଲା ଶିଶୁ ମହୋତ୍ସବ–୨୦୨୬   (15-Nov-2026)       ||      ବଲାଙ୍ଗୀର ହେବ ରକ୍ତହୀନତା ମୁକ୍ତ♦️ ଶପଥ ନେଲେ ଯୁବ ସ୍ୱେଚ୍ଛାସେବୀ - ଗୀତ, ନୃତ୍ୟ ଓ ରକ୍ତ ପରୀକ୍ଷାରେ ଝୁମିଲା ମହାବିଦ୍ୟାଳୟ   (15-Nov-2026)       ||      ଡୁଙ୍ଗୁରିପାଲି:   ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫଟାମୁଣ୍ଡା ପରିସରରେ ଶିଶୁ ଦିବସ ପାଳିତ    (15-Nov-2026)       ||      ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ ୨୦୨୬’ ପାଳିତ   (15-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ବିକାଶ ତଥା ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ   (15-Nov-2026)       ||     

HOME   ଜିଲ୍ଲା

ମାଣ୍ଡିଆ ଚାଷ ନାଁ ରେ ଦୁର୍ନୀତି ଅଭିଯୋଗ ପରେ ତଦନ୍ତ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଧର୍ମଗଡ଼ ।

13-Nov-2026



କୋକସରା  (ତ୍ରିନାଥ ବେଶ୍ରା)
ରାଜ୍ୟ ସରକାର ଶ୍ରୀ ଅନ୍ନ ଅଭିଯାନ ଯୋଜନା ରେ ମାଣ୍ଡିଆ ଚାଷ କୁ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ରେ ମିଲେଟ ମିଶନ ଜରିଆରେ ବିଭିନ୍ନ ସ୍ବେଛାସେବୀ ସଂସ୍ଥା କୁ ନିୟୋଜିତ କରି ମାଣ୍ଡିଆ ଚାଷ ଓ ଚାଷୀ ଙ୍କୁ ପ୍ରୋତ୍ସାହନ କରି ମାଣ୍ଡିଆ ଚାଷ କରିବାକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ମିଲେଟ ମିଶନ ନା ରେ ମାଣ୍ଡିଆ ଚାଷ ରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ପରେ ଗୁରୁବାର କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଓ ବିଭାଗୀୟ ଅଧିକାରୀ ମାନେ ମାଣ୍ଡିଆ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ମାଣ୍ଡିଆ ଚାଷୀ ଙ୍କ ସହ ଆଲୋଚନା କରି ବାସ୍ତଵିକ ସ୍ଥିତି ପରଖିଛନ୍ତି। ସୂଚନା ମତେ  କୋକସରା ବ୍ଲକ ୬ ଗୋଟି ପଞ୍ଚାୟତ ଗୋତମୁଣ୍ଡା,ସାନ ପୋଡ଼ାଗୁଡା, ଡୁଡୁକାଠେଙ୍ଗା,ମହିମା,ବଡ଼ ପୋଡ଼ାଗୁଡା ଓ କାଉଡୋଳା ପଞ୍ଚାୟତ ରେ ମିଲେଟ ମିଶନ ପକ୍ଷରୁ ଦି ହ୍ୟୁମାନ ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଂସ୍ଥା କୁ ମାଣ୍ଡିଆ ଚାଷ ଓ ଚାଷି ଙ୍କୁ ପ୍ରୋତ୍ସାହିତ କରିବା ଓ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଦାଇତ୍ୱ ଦିଆଯାଇଛି। ତେବେ ଏହି ସଂସ୍ଥା ମାଣ୍ଡିଆ ଚାଷ ନାଁ ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ରେ ଅଭିଯୋଗ ହୋଇ ଆସୁଛି। ରାଜ୍ୟ ସରକାର ଙ୍କ କୃଷି ଓ କୃଷକ ଙ୍କ ସ୍ୱାବଲମୀ ଲୋକାଭିମୁଖୀ ଯୋଜନା ରେ ଏହିଭଳି ଅଭିଯୋଗ କୁ ଦୃଷ୍ଟିରେ ରଖି ଗୁରୁବାର କଳାହାଣ୍ଡି ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଶ୍ରୀ ପଟ୍ଟଯୋଶୀ ଓ ସିଡିଓ କଳାହାଣ୍ଡି ପ୍ରମୋଦ କୁମାର ବଡ଼ପଣ୍ଡା, ଉପଖଣ୍ଡ କୃଷି ଅଧିକାରୀ ଦୀପ୍ତିମୟୀ ବାରିକ,କୋକସରା ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀ  ମାନେ ବାଞ୍ଜିକୋଟ,ଚୋରଣୀଦୁଆର, ଧୋବେନପଡା ଗ୍ରାମ ରେ ପହଞ୍ଚି ମାଣ୍ଡିଆ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହ ମାଣ୍ଡିଆ ଚାଷି ଙ୍କୁ ଭେଟି ମାଣ୍ଡିଆ ଚାଷ ରେ ମିଳୁଥିବା ସରକାରୀ ସହାୟତା ସମ୍ପର୍କରେ ଆଲୋଚନା ସମୟ ରେ ଅନିୟମିତତା ହେଉଥିବା ଜାଣିବାକୁ ପାଇଥିଲେ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟ ନିର୍ବାହ କରୁଥିବା ସଂସ୍ଥା କୁ ଜବାବ ତଲବ ସହ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ତ ଚାଷି ଙ୍କ ସବିଶେଷ ବିବରଣୀ ଓ ଚାଷ ହୋଇଥିବା କ୍ଷେତ୍ର ରିପୋର୍ଟ ଶୀଘ୍ର ଦାଖଲ ସହ ତାଗିଦ କରିଥିଲେ। କାର୍ଯ୍ୟ ନିର୍ବାହୀ ସଂସ୍ଥା ଚାଷି ଙ୍କ ନାମରେ ଜାଲିଆତି ହେରଫର କରି ଦୁର୍ନୀତି ନେଇ ଆଗକୁ ସଂସ୍ଥା ବିରୋଧ ରେ ଜିଲ୍ଲା ଯୋଜନା ବୋର୍ଡ ପକ୍ଷରୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଅବଗତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଳି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପଟ୍ଟଯୋଶୀ ସୂଚନା ଦେଇଛନ୍ତି। ଅନ୍ୟପଟେ କଳାହାଣ୍ଡି ସିଡିଓ ବଡ଼ପଣ୍ଡା ଙ୍କ ପ୍ରତିକ୍ରିୟା ନେବାରୁ ବିଭାଗ ପକ୍ଷରୁ କୋକସରା ବ୍ଲକ ର ୬ ପଞ୍ଚାୟତ ରେ ୧୪୩ ଜଣ ଚାଷୀ ୧୧୦ ହେକ୍ଟର ଜମି ରେ ମାଣ୍ଡିଆ ଚାଷ କରିଥିବା ବିଭାଗ ନିକଟରେ ରିପୋର୍ଟ ହୋଇଛି।ମାଣ୍ଡିଆ ଚାଷି ଙ୍କ ରିପୋଟିଂ ନେଇ ଯାଞ୍ଚ କରା ଯାଉଛି,ବ୍ଲକ କୃଷି ଅଧିକାରୀ କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଆଧାର ରେ ଯେଉଁମାନେ ମାଣ୍ଡିଆ ଚାଷ କରିଛନ୍ତି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଳି କହିଛନ୍ତି। ତେବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ ଙ୍କ ତଦନ୍ତ କୁ ନେଇ ସଂସ୍ଥା ର କର୍ମଚାରୀ ଙ୍କ ମଧ୍ୟରେ ଛନକା ପଶିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ   15-Nov-2026
  ଜିଲ୍ଲା  
ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ   15-Nov-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ   15-Nov-2026
  ଜିଲ୍ଲା  
ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   15-Nov-2026
  ଜିଲ୍ଲା  
ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   15-Nov-2026
  ଜିଲ୍ଲା  
ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   15-Nov-2026
  ଜିଲ୍ଲା  
ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   15-Nov-2026
  ଜିଲ୍ଲା  
ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   15-Nov-2026
  ଜିଲ୍ଲା  
ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   15-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ   15-Nov-2026

You Might Also Like