-+91-9937148622 |

prerana_bgr@rediffmail.com |

  Monday 16th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ    (15-Nov-2026)       ||      ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ    (15-Nov-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ    (15-Nov-2026)       ||      ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   (15-Nov-2026)       ||      ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   (15-Nov-2026)       ||      ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   (15-Nov-2026)       ||      ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   (15-Nov-2026)       ||      ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   (15-Nov-2026)       ||      ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (15-Nov-2026)       ||      ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ    (15-Nov-2026)       ||      ମନ୍ଥର ଗତିରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲାର ବନ୍ଦୋବସ୍ତ ପ୍ରକ୍ରିୟା   (15-Nov-2026)       ||      ପତ୍ରା ଜଙ୍ଗଲକୁ ବେଆଇନ ଜବରଦଖଲ କାହା ସ୍ୱାର୍ଥରେ ? ଜଗୁଆଳି ବିକୁଥିଲା ଦେଶୀମଦ♦️ ମଣିଷକୃତ ଭୁଲ ପାଇଁ ହାତୀ ଆକ୍ରମଣରେ ନିରୀହ ବୃଦ୍ଧ ଙ୍କ ଜୀବନ ଗଲା    (15-Nov-2026)       ||      ୧୯ ତମ ଲୋଇସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ – ୨୦୨୬   (15-Nov-2026)       ||      ପଲସଦା ଉଚ୍ଚ ବିଦ୍ୟାଳୟରେ ଧୁମଧାମରେ ପାଳିତ ହେଲା ଶିଶୁ ମହୋତ୍ସବ–୨୦୨୬   (15-Nov-2026)       ||      ବଲାଙ୍ଗୀର ହେବ ରକ୍ତହୀନତା ମୁକ୍ତ♦️ ଶପଥ ନେଲେ ଯୁବ ସ୍ୱେଚ୍ଛାସେବୀ - ଗୀତ, ନୃତ୍ୟ ଓ ରକ୍ତ ପରୀକ୍ଷାରେ ଝୁମିଲା ମହାବିଦ୍ୟାଳୟ   (15-Nov-2026)       ||      ଡୁଙ୍ଗୁରିପାଲି:   ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫଟାମୁଣ୍ଡା ପରିସରରେ ଶିଶୁ ଦିବସ ପାଳିତ    (15-Nov-2026)       ||      ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ ୨୦୨୬’ ପାଳିତ   (15-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ବିକାଶ ତଥା ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ   (15-Nov-2026)       ||     

HOME   ଜିଲ୍ଲା

୧୨ତମ ଭୀମପାହାଡ଼ ମହୋତ୍ସବର ଦ୍ୱିତୀୟ ରଜନୀରେ ‘ଉଦିଆଁ ଜହ୍ନ’ର ମନମୋହକ ସାଂସ୍କୃତିକ ପରିବେଷଣ

12-Nov-2026



ବଲାଙ୍ଗୀର, (ପ୍ରେରଣା ଖବର) ୧୨ତମ ଭୀମପାହାଡ଼ ମହୋତ୍ସବର ଦ୍ୱିତୀୟ ରଜନୀ ଜନସମାଗମ, ଉତ୍ସାହ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶ୍ ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ ‘ଉଦିଆଁ ଜହ୍ନ’ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଚିତ୍ତାକର୍ଷକ ପରିବେଷଣ ଦର୍ଶକମାନଙ୍କ ମନ ମୋହିଥିଲା l ମହୋତ୍ସବର ଅନ୍ୟତମ ଆକର୍ଷଣ କଂସ ଦରବାର ସହିତ ‘ଉଦିଆଁ ଜହ୍ନ’ର ସାଂସ୍କୃତିକ ପରିବେଷଣ ସମଗ୍ର ପରିବେଶକୁ ରଙ୍ଗିନ କରିଦେଇଥିଲା। ବିଶେଷକରି ରସରକେଲି, ମାଏଲା ଜଡ଼ ଓ ଡାଲଖାଇ ଭଳି ପାରମ୍ପରିକ ସମ୍ବଲପୁରୀ ଲୋକଗୀତର ତାଳେ ତାଳେ କଳାକାରମାନଙ୍କ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଦର୍ଶକମାନେ ମଧ୍ୟ ଏହି ଲୋକକଳାର ମନମତାଣିଆ ସୁର ଓ ତାଳରେ ଝୁମି ଉଠିଥିଲେ। ଏହା କେବଳ ଏକ ସାଂସ୍କୃତିକ ପରିବେଷଣ ନଥିଲା, ବରଂ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତି ଓ ପରମ୍ପରାର ଏକ ସୁନ୍ଦର ଝଲକ ଥିଲା l ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଶାନ୍ତନୁ କୁମାର ବାରିକ ମୁଖ୍ୟ ଅତିଥିଙ୍କ ଠାରୁ ପୁଷ୍ପଗୁଚ୍ଛ, ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଅନ୍ୟ କଳାକାର ମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ବାରିକ, ମନୋରଞ୍ଜନ ପଟେଲ, ପ୍ରଦୀପ ବାରିକ, କୁନୁ ସୁନା, ରଘୁନାଥ ସାହୁ, ପୁରୁଷୋତ୍ତମ, କ୍ଷମାନିଧି, ଶ୍ରୀକାନ୍ତ, ବିନୋଦ, ବିକାଶ, ପ୍ରଦୀପ, ସୁମନ୍ତ, ଅସୀମା, ଏନିମା, ଅପର୍ଣ୍ଣା, ରୋଶନୀ, ସ୍ତୁତି, ନିତୁ, ଶ୍ରୁତି ପ୍ରମୁଖ ନିଜର କଳା ପରିବେଷଣ କରିଥିଲେ l ନିଜ ପ୍ରତିକ୍ରିୟାରେ ସେ କହିଥିଲେ, “ଉଦିଆଁ ଜହ୍ନ ସାଂସ୍କୃତିକ ଅନୁଷ୍ଠାନକୁ ଏତେ ବଡ଼ ମଞ୍ଚରେ ନିଜର କଳା ଓ ସଂସ୍କୃତି ପରିବେଷଣ କରିବାର ସୁଯୋଗ ଦେଇଥିବାରୁ ଭୀମପାହାଡ଼ ମହୋତ୍ସବର ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ସହୃଦୟ ଧନ୍ୟବାଦ ଜଣାଉଛି l ଏହି ସଫଳ ପରିବେଷଣ ‘ଉଦିଆଁ ଜହ୍ନ’ର କଳାକାରମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ହୋଇ ରହିବା ସହିତ ସମ୍ବଲପୁରୀ ଲୋକକଳାର ପ୍ରଚାର ଓ ପ୍ରସାର ଦିଗରେ ଏକ ସୁନ୍ଦର ପ୍ରୟାସ ହୋଇପାରିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ   15-Nov-2026
  ଜିଲ୍ଲା  
ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ   15-Nov-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ   15-Nov-2026
  ଜିଲ୍ଲା  
ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   15-Nov-2026
  ଜିଲ୍ଲା  
ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   15-Nov-2026
  ଜିଲ୍ଲା  
ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   15-Nov-2026
  ଜିଲ୍ଲା  
ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   15-Nov-2026
  ଜିଲ୍ଲା  
ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   15-Nov-2026
  ଜିଲ୍ଲା  
ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   15-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ   15-Nov-2026

You Might Also Like