-+91-9937148622 |

prerana_bgr@rediffmail.com |

  Tuesday 17th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||      ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   (16-Nov-2026)       ||      CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   (16-Nov-2026)       ||      ୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    (16-Nov-2026)       ||      କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   (16-Nov-2026)       ||      ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ    (16-Nov-2026)       ||      *ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   (16-Nov-2026)       ||      ବରପାଳି ଯାଦବ ସମାଜର ମହାନତା   (16-Nov-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   (16-Nov-2026)       ||      *ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   (16-Nov-2026)       ||      *କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   (16-Nov-2026)       ||      କୋକସରା ରେ କେ ଜେ ୟୁ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ   (16-Nov-2026)       ||      ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର    (16-Nov-2026)       ||      *ଡାବୁଗାଁ ଠାରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (16-Nov-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ♦️ -ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ   (16-Nov-2026)       ||      ୧୮ରୁ୨୦ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ   (16-Nov-2026)       ||      ରୟାଲ ଏକାଡେମୀର ବାର୍ଷିକ କ୍ରୀଡା   (16-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (16-Nov-2026)       ||      ବରିଷ୍ଠ ନାଗରିକ ସଂଘ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ    (16-Nov-2026)       ||     

HOME   ଜିଲ୍ଲା

ଝାରସୁଗୁଡ଼ା ଜିଲ୍ଲାର ୫,୧୮୦ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ପ୍ରଦାନର ଶୁଭାରମ୍ଭ♦️ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP) ଉଦ୍‌ଘାଟିତ

12-Nov-2026



ଝାରସୁଗୁଡ଼ା(ପ୍ରେରଣା ଖବର): ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ତଥା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଆଜି ଝାରସୁଗୁଡ଼ା ଜିଲ୍ଲାର ୫,୧୮୦ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନା ଅନ୍ତର୍ଗତ ଭତ୍ତା ପ୍ରଦାନର ଶୁଭାରମ୍ଭ କରାଯାଇଛି। ଏଥିସହିତ ପେନସନ୍ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ 'ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP)' ର ମଧ୍ୟ ଶୁଭ

 ସାମାଜିକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ

ଉଦ୍‌ଘାଟନ ହୋଇଯାଇଛି। ବେହେରାମାଲସ୍ଥିତ ଏମ୍.ସି.ଏଲ୍. ପ୍ରେକ୍ଷାଳୟଠାରେ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆମ ସରକାର ରାଜ୍ୟର ବୟସ୍କ, ବିଧବା ଓ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା UPMP ପୋର୍ଟାଲ୍ ମାଧ୍ୟମରେ ପେନସନ୍ ଆବେଦନ ଏବଂ ଭତ୍ତା ପ୍ରଦାନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସରଳ ଓ ତ୍ୱରିତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ୬୦ ବର୍ଷ ବୟସ ପୂରଣ କରିବା ପରେ ମଧ୍ୟ ପେନସନ ପାଇବା ପାଇଁ ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନର ଲୋକାଭିମୁଖୀ ସରକାର ଏହି ବ୍ୟବସ୍ଥାକୁ ଅଧିକ ସରଳ ଓ ସୁଗମ କରିଛନ୍ତି, ଫଳରେ ୬୦ ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ବ୍ୟକ୍ତିମାନେ ସିଧାସଳଖ ପେନସନ ପାଇବାର ସୁଯୋଗ ପାଉଛନ୍ତି। ଏହା କେବଳ ଏକ ଯୋଜନାର ସୁବିଧା ନୁହେଁ, ବରଂ ବୟୋଜ୍ୟେଷ୍ଠ ନାଗରିକ, ଅସହାୟ ଓ ଦୁର୍ବଳ ବର୍ଗଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳତା ଓ 'ସେବା, ସୁଶାସନ ଏବଂ ଗରିବ କଲ୍ୟାଣ' ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ରୀ ଶ୍ଳୋକ ଶର୍ମା, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାଏକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ଏବଂ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ୧,୦୬୩ ଜଣ ନୂତନ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଭାବେ ଭତ୍ତା ପ୍ରଦାନ କରାଯାଇଥିଲା। ଏଥିସହିତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ

ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସମସ୍ତ ଅତିଥି ମିଳିତ ଭାବେ ସବୁଜ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାଏକଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଶ୍ରୀମତୀ ପ୍ରଜ୍ଞା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଆଦିତ୍ୟ କୁମାର ବାଦି ସମଗ୍ର କାର୍ଯ୍ୟକ୍ରମର ତଦାରଖ ଓ ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ। ଏହି ପଦକ୍ଷେପ ସାମାଜିକ ସୁରକ୍ଷା ସେବାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ସହ ଜନକଲ୍ୟାଣକାରୀ ପ୍ରଶାସନ ପ୍ରତି ଜିଲ୍ଲାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   17-Nov-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ♦️ ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ-ଅତିଥି   16-Nov-2026
  ଜିଲ୍ଲା  
CAETର ଷାଠିଏ ବର୍ଷର ସଫଳ ଯାତ୍ରା: କୃଷି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଓ ନବସୃଜନର ହୀରକ ଜୟନ୍ତୀ   16-Nov-2026
  ଜିଲ୍ଲା  
୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଛି ଲାଠୋର ପୋଲିସ    16-Nov-2026
  ଜିଲ୍ଲା  
କୃତ୍ରିମ ବୁଦ୍ଧିମତ୍ତା ସହ ଯୋଡ଼ିହେଲା ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର   16-Nov-2026
  ଜିଲ୍ଲା  
ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ* *କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ*   16-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ♦️ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ   16-Nov-2026
  ଜିଲ୍ଲା  
*ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ*   16-Nov-2026
  ଜିଲ୍ଲା  
ବରପାଳି ଯାଦବ ସମାଜର ମହାନତା   16-Nov-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ*   16-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ*-   16-Nov-2026
  ଜିଲ୍ଲା  
*କାର୍ତ୍ତିକ ସୋମବାରରେ ବାବା ପାତାଳେଶ୍ୱରଙ୍କ ନୂତନ ଶିବଲିଙ୍ଗ ଦର୍ଶନ କଲେ ଶତାଧିକ ଭକ୍ତ*   16-Nov-2026

You Might Also Like