-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା

12-Jul-2026



ବଲାଙ୍ଗିର(ପ୍ରେରଣା ଖବର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ 'ଲୋକସେବକ ମଣ୍ଡଳ' ଓ ଦୈନିକ ଶତାୟୁ ଖବରକାଗଜ 'ସମାଜ' ପକ୍ଷରୁ ବଲାଙ୍ଗିର ଜିଲା ସାମ୍ବାଦିକ ଭବନରେ ଜିଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ପ୍ରତିଯୋଗିତାରେ ଜିଲାର ବଲାଙ୍ଗିର, ପୁଇଁନ୍ତଲା, ଲୋଇସିଂହା, ଆଗଲପୁର, ଦେଓଗାଁ, ଗୁଡଭେଲା, ସଇଁନ୍ତଲା, ଟିଟିଲାଗଡ଼, ପାଟଣାଗଡ, ବେଲପଡ଼ା, ତୁରେକେଲା ଓ ଖପ୍ରାଖୋଲ ବ୍ଲକରୁ ଗତ ୫ ତାରିଖ  ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ I ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ  ଖପ୍ରାଖୋଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଆୟୁଷ କୁମାର କାଲସାଏ ପ୍ରଥମ ସ୍ଥାନ ଅଧିକାର କରିଥିଲେ I ସେହିପରି ବଲାଙ୍ଗିର କଡମପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର ଦ୍ୱିତୀୟ ଓ ଲୋଇସିଂହା ବ୍ଲକ ହୀରାପୁର ରାଧାକୃଷ୍ଣ ହାଇସ୍କୁଲ ଛାତ୍ରୀ ଜୟାରାଣୀ ନାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ I  ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ-୨ ଛାତ୍ରୀ ସ୍ବୀକୃତି ମିଶ୍ର ପ୍ରଥମ ସ୍ଥାନ ଅଧିକାର

କରିଥିଲେ I ପାଟଣାଗଡ ଲାୟନ୍ସ ଭୋକେସନାଲ ସ୍କୁଲ ଛାତ୍ରୀ ପ୍ରତିଜ୍ଞା ସାହୁ ଦ୍ବିତୀୟ ଓ ଦେଓଗାଁ ବ୍ଲକ ଜରାସିଂହା ପବ୍ଲିକ ସ୍କୁଲ ଛାତ୍ରୀ ଖିଲି ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ I ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗୀତାର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା I ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ସ୍ବୀକୃତି ମିଶ୍ରଙ୍କ ଚିତ୍ରାଙ୍କନ ପୂର୍ବରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କଟକ ' ମୁଖ୍ୟ କାର୍ଯ୍ୟାଳୟକୁ ପଠା ଯାଇଥିଲା I ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଥମ ହୋଇଥିବା ଆୟୁଷ ଆସନ୍ତା ୧୪ରେ
କଟକ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ଭବନ ସମାଜ କାର୍ଯ୍ୟାଳୟରେ
 ପୂର୍ବାହ୍ଣ ୧୦ଟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି I ବଲାଙ୍ଗିର 'ସମାଜ' ଜିଲା ପ୍ରତିନିଧି ବଳରାମ ମିଶ୍ରଙ୍କ ସଂଯୋଜନାରେ  ଅନୁଷ୍ଠିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ସୋନପୁର କଲେଜ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର, ଅଧ୍ୟାପକ ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ I ଶିକ୍ଷାବିତ ମନୋରଞ୍ଜନ ସାହୁ, ଶିକ୍ଷକ ରଞ୍ଜିତ ମିଶ୍ର ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ମୁଖ୍ୟ ଅତିଥି, ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର ସମ୍ମାନିତ ଅତିଥି ଓ ପ୍ରଫେସର ମିଶ୍ର, ଅଧ୍ୟାପକ ଶ୍ରୀ ଆଚାର୍ଯ୍ୟ, ଶିକ୍ଷାବିତ ଶ୍ରୀ ସାହୁ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ I ବଲାଙ୍ଗିର ସମାଜ କାର୍ଯ୍ୟାଳୟ ବରିଷ୍ଠ ବିଜ୍ଞାପନ ନିର୍ବାହୀ (ବି.ଡି. ଇ) ରଶ୍ମି ରଞ୍ଜନ ପଟ୍ଟନାୟକ, ଵିଜ୍ଞାପନ ନିର୍ବାହୀ ଦେବାଶିଷ ମିଶ୍ର, ଆଗଲପୁର ବ୍ଳକ ପ୍ରତିନିଧି ଡାକ୍ତର ପୁଟେଲ, ଲୋଇସିଂହା ବ୍ଲକ ପ୍ରତିନିଧି ସାରଙ୍ଗ ଭୋଇ, ଦେଓଗାଁ ବ୍ଲକ ପ୍ରତିନିଧି ଖଗେଶ୍ୱର ମେର୍ଲି, 
 ଅଫିସ ସହାୟକ ସରୋଜ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ରଞ୍ଜିତ ମିଶ୍ର,ବରିଷ୍ଠ ସାମ୍ୱାଦିକ ରଞ୍ଜିତ ବେହେରା,  ସାମ୍ବାଦିକ ଦୀପକ ପୁରୋହିତ, ଆଲୋକ ମିଶ୍ର, ଗୁପ୍ତେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ I ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ଲୋକସେବକ ମଣ୍ଡଳ ଓ 'ସମାଜ' ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥି ଓ ଅଭିଭାବକମାନେ ପ୍ରଶଂସା କରିଥିଲେ I ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା Iକରିଥିଲେ I ସେହିପରି ବଲାଙ୍ଗିର କଡମପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର ଦ୍ୱିତୀୟ ଓ ଲୋଇସିଂହା ବ୍ଲକ ହୀରାପୁର ରାଧାକୃଷ୍ଣ ହାଇସ୍କୁଲ ଛାତ୍ରୀ ଜୟାରାଣୀ ନାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ I  ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ-୨ ଛାତ୍ରୀ ସ୍ବୀକୃତି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ I ପାଟଣାଗଡ ଲାୟନ୍ସ ଭୋକେସନାଲ ସ୍କୁଲ ଛାତ୍ରୀ ପ୍ରତିଜ୍ଞା ସାହୁ ଦ୍ବିତୀୟ ଓ ଦେଓଗାଁ ବ୍ଲକ ଜରାସିଂହା ପବ୍ଲିକ ସ୍କୁଲ ଛାତ୍ରୀ ଖିଲି ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ I ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗୀତାର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା I ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ସ୍ବୀକୃତି ମିଶ୍ରଙ୍କ ଚିତ୍ରାଙ୍କନ ପୂର୍ବରୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ କଟକ ' ମୁଖ୍ୟ କାର୍ଯ୍ୟାଳୟକୁ ପଠା ଯାଇଥିଲା I ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଥମ ହୋଇଥିବା ଆୟୁଷ ଆସନ୍ତା ୧୪ରେ
କଟକ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ଭବନ ସମାଜ କାର୍ଯ୍ୟାଳୟରେ ପୂର୍ବାହ୍ଣ ୧୦ଟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି I ବଲାଙ୍ଗିର 'ସମାଜ' ଜିଲା ପ୍ରତିନିଧି ବଳରାମ ମିଶ୍ରଙ୍କ ସଂଯୋଜନାରେ  ଅନୁଷ୍ଠିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ସୋନପୁର କଲେଜ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର, ଅଧ୍ୟାପକ ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ I ଶିକ୍ଷାବିତ ମନୋରଞ୍ଜନ ସାହୁ,

ଶିକ୍ଷକ ରଞ୍ଜିତ ମିଶ୍ର ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ମୁଖ୍ୟ ଅତିଥି, ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର ସମ୍ମାନିତ ଅତିଥି ଓ ପ୍ରଫେସର ମିଶ୍ର, ଅଧ୍ୟାପକ ଶ୍ରୀ ଆଚାର୍ଯ୍ୟ, ଶିକ୍ଷାବିତ ଶ୍ରୀ ସାହୁ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ I ବଲାଙ୍ଗିର ସମାଜ କାର୍ଯ୍ୟାଳୟ ବରିଷ୍ଠ ବିଜ୍ଞାପନ ନିର୍ବାହୀ (ବି.ଡି. ଇ) ରଶ୍ମି ରଞ୍ଜନ ପଟ୍ଟନାୟକ, ଵିଜ୍ଞାପନ ନିର୍ବାହୀ ଦେବାଶିଷ ମିଶ୍ର, ଆଗଲପୁର ବ୍ଳକ ପ୍ରତିନିଧି ଡାକ୍ତର ପୁଟେଲ, ଲୋଇସିଂହା ବ୍ଲକ ପ୍ରତିନିଧି ସାରଙ୍ଗ ଭୋଇ, ଦେଓଗାଁ ବ୍ଲକ ପ୍ରତିନିଧି ଖଗେଶ୍ୱର ମେର୍ଲି,  ଅଫିସ ସହାୟକ ସରୋଜ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ରଞ୍ଜିତ ମିଶ୍ର,ବରିଷ୍ଠ ସାମ୍ୱାଦିକ ରଞ୍ଜିତ ବେହେରା,  ସାମ୍ବାଦିକ ଦୀପକ ପୁରୋହିତ, ଆଲୋକ ମିଶ୍ର, ଗୁପ୍ତେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ I ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ଲୋକସେବକ ମଣ୍ଡଳ ଓ 'ସମାଜ' ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥି ଓ ଅଭିଭାବକମାନେ ପ୍ରଶଂସା କରିଥିଲେ I ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା I


News Comment




Photo in News

Advertisment
Lastest News
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026

You Might Also Like