-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
06-Jul-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୂରପୁର ପଞ୍ଚାୟତର ବିଶାଲପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରିବେଶବିତ ତଥା ସ୍କୁଲର ପ୍ରଧାନଶିକ୍ଷକ ମାନଭଞ୍ଜନ ବାଘଙ୍କ ପରୋକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ,ପରିଚାଳନା କମିଟି ସଦସ୍ୟ, ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ପରିସରର ବିଭିନ୍ନ ସ୍ଥାନରେ ୯୫ଟି ଗଛ ରୋପଣ କରିଥିଲେ ।ପରେ ଅନୁଷ୍ଟିତ ବନମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବିନିକା ବନପାଳ ବନମାଲି ପାଣ୍ଡେ,ରାମପୁର ବନପାଲ ଜନ୍ମେୟୟ ମାଝୀ, ବନରକ୍ଷୀ ରାମଶଙ୍କର ମେହେର, ବସୁଦେବ ପ୍ରଧାନ,ସରୋଜ ସୁଧାର,ଶିକ୍ଷକ ବିଭୂତି ଭୂଷଣ ତ୍ରିପାଠୀ,ସୁର୍ଯ୍ୟାନ୍ତ କୁମାର ସାହୁ,ବୀରେନ୍ଦ୍ର କୁମାର ପଣ୍ଡା,ସ୍କୁଲ ପରିଚାଳନା କମିଟି ସଭାପତି ସନାତନ ମେଲ୍ଲୀ,ରସାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ବନମହୋତ୍ସବ ପାଳନର ମହତ୍ଵ ଓ ତାର ଉପକାର ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।