-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||      ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ    (05-Nov-2026)       ||      କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   (05-Nov-2026)       ||      *ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   (05-Nov-2026)       ||      ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   (05-Nov-2026)       ||      ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   (05-Nov-2026)       ||      ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   (05-Nov-2026)       ||      କଣ୍ଟାମାଳ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ    (05-Nov-2026)       ||      କୁଟାସିଂହା ଅଙ୍ଗ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର(ବ୍ୟାରେଜ) ନିର୍ମାଣ ପ୍ରକଳ୍ପ ଅନୁମୋଦିତ   (05-Nov-2026)       ||      ବିଦ୍ୟାଧରପୁର କାଳୀପୂଜା ପ୍ରସ୍ତୁତି ୩୧ ମଣ୍ଡପରେ ପୂଜା ; ୧୮ରେ ଭସାଣି   (05-Nov-2026)       ||      କଣ୍ଟାବାଞ୍ଜି ପୁଲିସର ସଫଳତା ♦️ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ବେଆଇନ ୧୪ ଦାଦନ ଶ୍ରମିକ    (05-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   (04-Nov-2026)       ||      ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||      ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   (04-Nov-2026)       ||      ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   (04-Nov-2026)       ||     

HOME   ଜିଲ୍ଲା

ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା

01-Jul-2026



୨,୧୦୬ କୋଟି ଟଙ୍କାର ଗଞ୍ଜେଇ ଓ ୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ

ଭୁବନେଶ୍ୱର(ପ୍ରେରଣା ଖବର): ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ବେଆଇନ ନିଶା କାରବାର, ଗଞ୍ଜେଇ ଚାଷ, ମାଦକଦ୍ରବ୍ୟ ଚୋରାଚାଲାଣ ଏବଂ ଆନ୍ତଃରାଜ୍ୟ ଡ୍ରଗ୍ ନେଟୱାର୍କ ବିରୋଧରେ 'ଶୂନ୍ୟ ସହନଶୀଳତା (Zero Tolerance)' ନୀତି ଆଧାରରେ ଚାଲିଥିବା ନିରନ୍ତର ଅଭିଯାନ ରାଜ୍ୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ନିର୍ଦ୍ଦେଶାନୁଯାୟୀ ୨୬ ଜୁନରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ National Level Pre-Trial Drug Destruction Special Drive ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଥିଲେ ଯେ, "ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୋଲିସର ସର୍ବୋଚ୍ଚ ପ୍ରାଥମିକତା। ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ।"

ଡିଜିପି ସୂଚନା ଦେଇଥିଲେ ଯେ, ନିଶା କାରବାର ସମ୍ପର୍କିତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର NDPS କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର  ଅନୁମୋଦନ କରିଛନ୍ତି।

ସେହିପରି, ଜଣେ ଏଡିଜିପି ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର Anti Narcotics Task Force (ANTF) ଗଠନ କରାଯିବ । ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ  ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ। ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ NDPS ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବା ବୋଲି ଡିଜିପି ସୂଚନା ଦେଇଥିଲେ । ଏହାବ୍ୟତୀତ  ସମସ୍ତ ଡ୍ରଗ୍ ହଟସ୍ପଟ୍‌ ଗୁଡ଼ିକୁ ଚିହ୍ନଟ କରାଯାଇ ନିଷ୍କ୍ରିୟ କରିବାକୁ ଲକ୍ଷ୍ୟ ରକ୍ଷା ଯାଇଛି।

ବିଶେଷକରି ବେଆଇନ ଗଞ୍ଜେଇ ଚାଷ ପଛରେ ଥିବା ମାଷ୍ଟରମାଇଣ୍ଡ ଓ ଅର୍ଥଦାତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆର୍ଥିକ ତଦନ୍ତ କୁ  ଗୁରୁତ୍ୱ ଦିଆଯାଉଛି, ଯାହାଦ୍ୱାରା  ନିଶା ମାଫିଆଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଭଙ୍ଗା ଯିବ ବୋଲି ସେ କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ଅଭିଯାନରେ ୬୩,୭୨୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ, ଯାହାର ଆନୁମାନିକ ମୂଲ୍ୟ ୧,୯୧୧ କୋଟି ଟଙ୍କା, ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।

ସେହି ସମୟ ମଧ୍ୟରେ ୨,୪୪୫ଟି NDPS ମାମଲା ରୁଜୁ କରାଯାଇ ୪୨୧ ଟନ୍ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୨,୧୦୬ କୋଟି ଟଙ୍କା) ଜବତ କରାଯାଇଥିବା ବେଳେ ୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ କୋରାପୁଟ ଜିଲ୍ଲା ପୋଲିସ ଏକ ବିରଳ ସଫଳତା ହାସଲ କରିଛି। ବେଆଇନ ଗଞ୍ଜେଇ ତେଲ ପ୍ରସ୍ତୁତ କରୁଥିବା ଏକ ୟୁନିଟ୍ ଉପରେ ଚଢ଼ାଉ କରି ପ୍ରାୟ ୧,୮୦୦ ଲିଟର ଗଞ୍ଜେଇ ତେଲ (ଆନୁମାନିକ ମୂଲ୍ୟ ୨୨୫ କୋଟି ଟଙ୍କା) ଏବଂ ପ୍ରାୟ ୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ରାକେଟର ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରାଯାଇଛି।

ସେହିପରି କନ୍ଧମାଳ, ବୌଦ୍ଧ, ସୋନପୁର ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ନିଶା ଚୋରାଚାଲାଣ ଗ୍ୟାଙ୍ଗର ୨ ଜଣ ସକ୍ରିୟ ସଦସ୍ୟଙ୍କୁ ଏସ୍‌.ଟି.ଏଫ୍‌. ଗିରଫ କରିଛି।ଜନସଚେତନତାକୁ ସମାନ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ

"ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୋଲିସ ଦୃଢ଼ ସଂକଳ୍ପବଦ୍ଧ" — ଡିଜିପି

୩୫ଟି ପୋଲିସ ଜିଲ୍ଲାର ୫୫୦ରୁ ଅଧିକ ଥାନାରେ ନିଶା ବିରୋଧୀ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ୨୫ ହଜାରରୁ ଅଧିକ ନାଗରିକ, ୪,୮୮୨ ଜଣ ଛାତ୍ରଛାତ୍ରୀ ଓ ୩୩୭ ଜଣ ଶିକ୍ଷକ ସକ୍ରିୟ ଭାବେ ସାମିଲ ହୋଇ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇଛନ୍ତି।

ରାଜ୍ୟର ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କୋରାପୁଟ ଓ ସୁନ୍ଦରଗଡ଼ସ୍ଥିତ ୭ଟି ଅନୁମୋଦିତ ଇନ୍ସିନେରେଟର କେନ୍ଦ୍ରରେ ପ୍ରାୟ ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ (ଆନୁମାନିକ ବଜାର ମୂଲ୍ୟ ୪୧୦ କୋଟି ଟଙ୍କା) ବିନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି। ଅଭିଯାନ ଆରମ୍ଭ ହେବା ପରଠାରୁ ୩୬ ଟନ୍ ଗଞ୍ଜେଇ ସଫଳତାର ସହ ବିନଷ୍ଟ କରାଯାଇଥିବା ବେଳେ ଅବଶିଷ୍ଟ ଜବତ ମାଦକଦ୍ରବ୍ୟକୁ ଆଇନଗତ ପ୍ରକ୍ରିୟାରେ ପର୍ଯ୍ୟାୟକ୍ରମେ ଧ୍ୱଂସ କରାଯିବ।

ଶେଷରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଥିଲେ ଯେ, "ନିଶା କାରବାର, ଚୋରାଚାଲାଣ ଓ ମାଦକ ମାଫିଆଙ୍କ ବିରୋଧରେ ଏହି ଲଢ଼େଇ ଆଗାମୀ ଦିନରେ ଆହୁରି ତୀବ୍ର ହେବ। ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ। ମିଳିତ କାର୍ଯ୍ୟାନୁଷ୍ଠାନ, ଅତ୍ୟାଧୁନିକ ପ୍ରଯୁକ୍ତି, ଜନସାଧାରଣଙ୍କ ସହଯୋଗ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହିଁ ଓଡ଼ିଶା ପୋଲିସର ଅତୁଟ  ସଂକଳ୍ପ।

ଉକ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ  (କ୍ରାଇମ୍ ବ୍ରାଞ୍ଚ) ଶ୍ରୀ ବିନୟ ତୋଷ ମିଶ୍ର, , ଆଇଜିପି (କ୍ରାଇମ୍ ବ୍ରାଞ୍ଚ) ଡ଼ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ଏସଟିଏଫ)  ଡ଼ କନୱର ବିଶାଳ ସିଂଙ୍କ ସହିତ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   05-Nov-2026
  ଜିଲ୍ଲା  
ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ   05-Nov-2026
  ଜିଲ୍ଲା  
ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   05-Nov-2026
  ଜିଲ୍ଲା  
ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ   05-Nov-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   05-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   05-Nov-2026
  ଜିଲ୍ଲା  
ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   05-Nov-2026
  ଜିଲ୍ଲା  
ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   05-Nov-2026
  ରାଜ୍ୟ  
ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   05-Nov-2026

You Might Also Like