-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
26-May-2026
- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଭାରତ ବିକାଶ ପରିଷଦ ସୋନପୁର ଶାଖା ତରଫରୁ ସୋନପୁର ସହର ସ୍ଥିତ ବାଳାଶ୍ରମ ର ଅନ୍ତେବଶୀ ଙ୍କୁ ଫଳ ଓ ମୃଦୁ ପାନୀୟ ବଣ୍ଟନ କରାଗଲା l
ଆଜି ଅପରାହ୍ନ 5 .30 ସମୟରେ ଭାରତ ବିକାଶ ପରିଷଦ ତରଫରୁ ସୋନପୁର ସହର ସ୍ଥିତ ବାଳାଶ୍ରମ ବା ଶିଶୁ ଆଶ୍ରମ ଠାରେ ୩୭ ଜଣ ଅନ୍ତେବାଶୀ ଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ଦାଉ ରୁ ରକ୍ଷା କରିବା ପାଇଁ ଫଳ ଓ ମୃଦୁ ପାନୀୟ ବଣ୍ଟନ କରାଗଲା I ଏହି କାର୍ଯ୍ୟକ୍ରମ ରେ ଭାରତ ବିକାଶ ପରିଷଦ ଓଡିଶା ସୋନପୁର ଶାଖା ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ ପାଢ଼ୀ, ସେବା ସଚିବ ପ୍ରମୋଦ କୁମାର ସାହୁ , rପଶ୍ଚିମ ପ୍ରାନ୍ତ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦୁର୍ୟୋଧନ ସାହୁ କୋଷାଧକ୍ଷ ସୁନନ୍ଦା ସାହୁ ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଦେବଦତ୍ତ ସୌରଭ ସାହୁ ଓ ଦେବବ୍ରତ ସାହୁ ତଥା ଶ୍ରଦ୍ଧାଞ୍ଜଳି ମିଶ୍ର ଉପସ୍ଥିତ ରହିଥିଲେ l