-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||      ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ    (05-Nov-2026)       ||      କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   (05-Nov-2026)       ||      *ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   (05-Nov-2026)       ||      ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   (05-Nov-2026)       ||      ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   (05-Nov-2026)       ||      ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   (05-Nov-2026)       ||      କଣ୍ଟାମାଳ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ    (05-Nov-2026)       ||      କୁଟାସିଂହା ଅଙ୍ଗ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର(ବ୍ୟାରେଜ) ନିର୍ମାଣ ପ୍ରକଳ୍ପ ଅନୁମୋଦିତ   (05-Nov-2026)       ||      ବିଦ୍ୟାଧରପୁର କାଳୀପୂଜା ପ୍ରସ୍ତୁତି ୩୧ ମଣ୍ଡପରେ ପୂଜା ; ୧୮ରେ ଭସାଣି   (05-Nov-2026)       ||      କଣ୍ଟାବାଞ୍ଜି ପୁଲିସର ସଫଳତା ♦️ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ବେଆଇନ ୧୪ ଦାଦନ ଶ୍ରମିକ    (05-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   (04-Nov-2026)       ||      ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||     

HOME   ଜିଲ୍ଲା

ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ 

24-Apr-2026



ବଲାଙ୍ଗୀର(ବିନୋଦ ଦୀପ): ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ 'ଜାତୀୟ ପଞ୍ଚାୟତିରାଜ ଦିବସ'  ପାଳନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ଜାତୀୟ ପଞ୍ଚାୟତିରାଜ ଦିବସ କେବଳ ଏକ ସମାବେଶ ନୁହେଁ, ଏହା ଗ୍ରାମାଞ୍ଚଳ ସ୍ୱ-ଶାସନ ଓ ଲୋକତନ୍ତ୍ରର ମୌଳିକ ଶକ୍ତିକୁ ଜାଗରଣ କରିବାର ଦିବସ।

୭୩ତମ ସମ୍ବିଧାନ ସଂଶୋଧନର ତିନି ଦଶକ ପରେ ପଞ୍ଚାୟତରାଜ ବ୍ୟବସ୍ଥା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରାହିଁ ଏହି ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିପାରିବ ବୋଲି ସେ କହିଥିଲେ ।  ସେ ପୁଣି କହିଥିଲେ ଯେ, 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ବଳିଷ୍ଠ ନେତୃତ୍ଵରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଉଦ୍ୟମ ଜାରି ରହିଛି, ତାକୁ ସାକାର କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ଗ୍ରାମାଞ୍ଚଳରେ ଜଳ, ଜମି, ଜଙ୍ଗଲର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମହିଳା ସଶକ୍ତିକରଣ ପାଇଁ ଆମ  ସରକାର  ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ୩୦୪ ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।  ୩୨୯ କୋଟି ଟଙ୍କା ର ୨୬୮ ଟି ପ୍ରକଳ୍ପ ର ଲୋକାର୍ପଣ ଓ ୨୫୨ କୋଟି ଟଙ୍କା ର ୩୬ ଟି ପ୍ରକଳ୍ପର ଶିଳାନ୍ୟାସ କରଯାଇଛି।

ଏଥିରେ ଭୀମଭୋଇ ମେଡିକାଲ କଲେଜରେ ଏକ ନୂତନନର୍ସିଂ କଲେଜ ପାଇ ମଧ୍ୟ ଶିଳାନ୍ୟାସ ରହିଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ଚିନିକଳ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇବାକୁ ଯାଉଥିବା ଘୋଷଣା କରିଥିଲେ।

ଏଥି ସହିତ ଅନ୍ତୋଦୟ ଗୃହ ଯୋଜନାରେ ୫୦,୦୦୦ ରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ପ୍ରଥମ କିସ୍ତି ରାଶି ପ୍ରଦାନର ଶୁଭାରମ୍ଭ କରିଥିଲେ । ପଞ୍ଚାୟତିରାଜ ସମୀକ୍ଷା ପୋର୍ଟାଲ୍ ଓ e- ପଞ୍ଚାୟତ ସଭା ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଥିଲେ।  

ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହୋଇଥିବା ସହ ଓଡିଶାର ଅନେକ ପଞ୍ଚାୟତ ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛି ବୋଲି ସେ  କହିଥିଲେ।

 ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ,  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ଗରିବ ଓ ବଞ୍ଚିତ ପରିବାରମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ବାସଗୃହ ଓଡ଼ିଶାକୁ ମିଳିବାକୁ ଯାଉଛି। ଏହା ମାଧ୍ୟମରେ ସମସ୍ତେ ଘର ପାଇବେ ବୋଲି ସେ କହିଥିଲେ । ସେହିପରି ଜଳଜୀବନ ମିଶନ ଅଧୀନରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟରେ ୫୪ ହଜାର କୋଟି ଟଙ୍କାର ବୃହତ୍ ଯୋଜନା ଗ୍ରହଣ କରାଯାଇଛି।

 ସେ ପୁଣି କହିଥିଲେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ପୁରା କରିବା ପାଇ ଗରିବ, ମହିଳା, ଯୁବ ବର୍ଗ ଓ ଅନ୍ନଦାତା ଙ୍କୁ ସଶକ୍ତ କରିବାପାଇଁ ଆମେ ବ୍ୟାପକ ଯୋଜନା ଆରମ୍ଭ କରିଛୁ। ସମୃଦ୍ଧ ପଞ୍ଚୟତ, ସମୃଦ୍ଧ ସହର ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶି ଟିମ୍ ଓଡ଼ିଶା ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ପଞ୍ଚାୟତ ପ୍ରତିନିଧି ମନକୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ନିଜ ସରପଞ୍ଚ ସମୟର ଅଭିଜ୍ଞତା ଓ ଅନୁଭୂତିକୁ ବର୍ଣ୍ଣନା କରି କହିଥିଲେ ଯେ ଆଜି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଗରିବ,ମହିଳା, ଯୁବ, ଚାଷୀ ସମସ୍ତଙ୍କ ବିକାଶ ପାଇଁ କାମ କରିବାର ସମୟ ଆସିଛି। 

 ଏହି ଅବସରରେ ମୁଖ୍ୟମନ୍ତ୍ରୀ MGNREGS ଏବଂ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା, ବ୍ଳକ୍, ଓ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରିଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, କହିଥିଲେ ଯେ ବିକଶିତ ଓଡ଼ିଶା ପାଇ ମଜଭୁତ୍ ଗ୍ରାମ ସୃଷ୍ଟି କରିବା ଆମ ସରକାରଙ୍କର ମୂଳ ଲକ୍ଷ୍ୟ। ସେଥିପାଇଁ ପଞ୍ଚୟତିରାଜ୍ ଅନୁଷ୍ଠାନ ଗୁଡ଼ିକ ଅଧିକ ସୁଦୃଢ଼ ହେବାକୁ ପଡ଼ିବ । ପଂଚାୟତିରାଜ ଓ 

ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ ଗ୍ରାମୀଣ ସଶକ୍ତିକରଣ ଓ ଲୋକ କୈନ୍ଦ୍ରିକ ଶାସନକୁ ବିକଶିତ ଓଡ଼ିଶାର ପ୍ରମୁଖ ସ୍ତମ୍ଭ ଭାବେ ଚିହ୍ନଟ କରାଯାଇଛି। ୨୦୨୬-୨୭ ବଜେଟରେ ଗ୍ରାମୀଣ ବିକାଶ ପାଇଁ ୪୪,୩୦୯ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯାଇଛି । ଏଥିରୁ ଆମ ସରକାରଙ୍କ ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ପ୍ରକାଶ ପାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଫଳ ଆଜି ଘରେ ଘରେ ପହଞ୍ଚିଛି । ଆମ ସରକାର ପଞ୍ଚାୟତରାଜ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକ ମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଉଛନ୍ତି। 

ଏହି କାର୍ଯ୍ୟକ୍ରମରେ  କଣ୍ଟାବାଞ୍ଜୀ ବିଧାୟକ ଲକ୍ଷ୍ମଣ ବାଗ, ଟିଟଲାଗଡ ବିଧାୟକ ନବୀନ ଜୈନ, ବଲାଙ୍ଗୀର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଆଭାସୀ ମାଧ୍ୟମରେ ମନ୍ତ୍ରୀ ଓ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ ଏନ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଧନ୍ୟବାଦ୍ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   06-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   06-Nov-2026
  ଜିଲ୍ଲା  
ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   05-Nov-2026
  ଜିଲ୍ଲା  
ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ   05-Nov-2026
  ଜିଲ୍ଲା  
ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   05-Nov-2026
  ଜିଲ୍ଲା  
ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ   05-Nov-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   05-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   05-Nov-2026
  ଜିଲ୍ଲା  
ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   05-Nov-2026

You Might Also Like