-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ବଲାଙ୍ଗିର(ପ୍ରେରଣା ଖବର): ମୂଳନିବାସୀ ବହୁଜନ ମିଳିତ ମହାସଂଘ ଓଡିଶା ବଲାଙ୍ଗିର ଶାଖା ତରଫରୁ ୟୁଜିସି ନିର୍ଦ୍ଦେଶାନାମା ୨୦୨୬ କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏକ କର୍ମଶାଳା ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବରିଷ୍ଠ ଆଇନଜୀବୀ ଦିନେଶ ନାଗ ଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି । ୟୁଜିସି ନିର୍ଦ୍ଦେଶନାମା ୨୦୨୬ କୁ କିଭଳି ଓବିସି, ଏସ୍ସିଏସ୍ଟି ମହିଳା ଆର୍ଥିକ ଅନଗ୍ରସର, ବିକଳାଙ୍ଗ ବିଦ୍ୟାର୍ଥିମାନଙ୍କୁ ଉଚ୍ଚ ଶିକ୍ଷାରେ କିଭଳି ଭାବରେ ସୁରକ୍ଷା ପ୍ରଦାନ କରାଯିବ ତା ଉପରେ ବିଶେଷ ଭାବରେ ସଭାପତି ଶ୍ରୀ ନାଗ ବର୍ଣ୍ଣନା କରିଥିଲେ ଏବଂ ଏହି ନିର୍ଦ୍ଦେଶନାମାକୁ ସାଧାରଣ ବର୍ଗର ଲୋକେ ବିରୋଧ କରିବା ଉଚିତ ନୁହେଁ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇ
ଓଡ଼ିଶା ଓବିସି ମଂଚର ସଭାପତି ଶଙ୍କର ପାତ୍ର କ୍ଷୋଭର ସହିତ କହିଥିଲେ ଯେ ଯେଉଁଭଳି ଭାବରେ ମଣ୍ଡଳ କମିଶନକୁ ସାଧାରଣବର୍ଗ ବିରୋଧ କରିଥିଲେ ସେହିଭଳି ଭାବରେ ୟୁଜିସି ନିର୍ଦ୍ଦେଶବଳି ୨୦୨୬ କୁ ମଧ୍ୟ ବିରୋଧ କରିଛନ୍ତି। ଯେଉଁ ସୁପ୍ରିମ କୋର୍ଟ ଆଇନ ଆଣି ଏହି ନିୟମ କରିଛନ୍ତି କିଛି ଉଚ୍ଚ ବର୍ଗର ଚାପରେ ଆସି ଏହି ଆଇନକୁ ବନ୍ଦ କରିବାର ଯେଉଁ ଷଡଯନ୍ତ୍ର ହେଉଛି ତାହାକୁ ଓବିସି ବର୍ଗର ଲୋକମାନେ କଦାପି କ୍ଷମା କରିବେ ନାହିଁ ବୋଲି କହିଛନ୍ତି। ଏଥି ପାଇଁ ଭାରତ ସରକାର ଏବଂ ସୁପ୍ରିମକୋର୍ଟ ଉଭୟେ ଦାୟୀ ରହିବେ ବୋଲି ବରିଷ୍ଠ କୃଷକ ନେତା ଜତି ପ୍ରଧାନ ତାଙ୍କ ବକ୍ତବ୍ୟ ରେ କହିଛନ୍ତି । ଅନୁସୂଚିତ ଜାତି ଜନଜାତି ଏବଂ ପଛୁଆ ବର୍ଗ ନିଜ ନିଜର ସମ୍ବିଧାନିକ ହକ୍ ପାଇଁ ମିଳିତ ଭାବରେ ଲଢେଇ କରିବା ପାଇଁ ୟୁଜିସି ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରି କରାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଓବିସି ମଂଚ ସଂଯୋଜକ ସରୋଜ ମେଶ୍ୱା ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ଆଲୋଚନାଚକ୍ରରେ ଆଦିବାସୀ ନେତା ସତ୍ୟ ଭୋଇ, ଇଂ.ବେଲାର ସିଂ ଭୋଇ,
ରମଣି ନାଏକ, ନେପାଲ ଚନ୍ଦ୍ର ବାଗ, ଅଚ୍ୟୁତ କୁମ୍ଭାର, ମନୋଜ ନାଗ, ସରୋଜ କୁମାର ମେଶ୍ୱା, ନିକେଶ କୁମ୍ଭାର, କୈତୁକ ପନ୍ଦର, ସାନ୍ତନୁ ଭୋଇ, ଧିମତି ରୁପାଲି ମହାନ୍ଦ, ଶଙ୍କର୍ଷଣ ପ୍ରଧାନ, ଉତ୍ତମ ଖମାରି, ଆନନ୍ଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସୁଧିର ରଣା, ପୃଥ୍ୱୀରାଜ ନନ୍ଦ, ତରଣୀସେନ ଦିପ, ବସୁଦେବ ମୁଗ୍ରୀ, ନିଳକଣ୍ଠ ନାଗ, ଅନିଲ ମୁଗ୍ରୀ, ସୀତାରାମ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବାଗ, ଲଳିତ ମହାନନ୍ଦ, କୈାଶଲ୍ୟା କୁମ୍ଭାର, ସରସ୍ୱତି ସାହୁ, ସୁବାଷିନୀ ସାହୁ, ଜୟଶ୍ରୀ ସୁନା, ଟଙ୍କଧର ଗଡତ୍ୟା, ରିଙ୍କି ନନ୍ଦ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଗାମୀ ମାର୍ଚ୍ଚ ୫ ରେ ଜିଲ୍ଲା ସଦର ମହକୁମା ଠାରେ ଗଣବିକ୍ଷୋଭ ହେବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲେ। ଶେଷରେ ସୁନିଲ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।