-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ଆଗଲପୁର, (ବିନୋଦ ଦୀପ) ଆଜି ଆଗଲପୁର ଥାନା ଅନ୍ତର୍ଗତ ଘୁଚେପାଲି ଡ୍ୟାମ ନିକଟ ରେ ଘୁଡୁଘୁଡୁ ପଟି ଖେଳ ହେଉଥିଲା, ଆଗଲପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ଚଢ଼ଉ କରିଥିଲା l ପୋଲିସ କୁ ଦେଖି ଜୁଆଡିମାନେ ଫେରାର ମାରିଥିବା ବେଳେ ତିନି ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ଏବଂ ସେମାନଙ୍କ ନିକଟରୁ 2749 ଟଙ୍କା ଜବତ କରିଛି l ସୂଚନାରୁ ପ୍ରକାଶ ଯେ ଆଗଲପୁର ଅଞ୍ଚଳ ରେ ଦୀର୍ଘ ଦିନରୁ ବେଆଇନ ମଦ କାରବାର, ଜୁଆଖେଳ ଓ ଅନେକ ବେଆଇନ କାର୍ଯ୍ୟକଳାପ ବଢୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା କିନ୍ତୁ ଆଗଲପୁର ଥାନା ରେ ଆଇ ଆଇ ସି ଅନିତା ନାୟକ ଯୋଗ ଦେବା ପରେ ପୁରା ଆକ୍ସନ ମୋଡ଼ ରେ l ବେଆଇନ୍ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣଛେଦ ପଡ଼ିଵାରେ ଲାଗିଛି ତେଣୁ ଅଞ୍ଚଳ ରେ ଅନିତା ମ୍ୟାଡମ ଙ୍କୁ ନେଇ ପ୍ରଶଂସା ବଢ଼ିବାରେ ଲାଗିଛି l