-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ବଲାଙ୍ଗୀର(ପ୍ରେରଣା ଖବର): ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଓ ମେସିନ୍ ଲର୍ନିଙ୍ଗ୍ କ୍ଷେତ୍ରର ଚାହିଦା ବହୁତ ବୃଦ୍ଧି ପାଇବ ବୋଲି ମନ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ମହାବିଦ୍ୟାଳୟ ଦ୍ୱାରା ଡ.ପ୍ରବୀର କୁମାର ସେଠୀଙ୍କ ଆୟୋଜନରେ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ କେବଳ ୧୦୦ଟି ଆସନ ଥିଲା ଓ ସେଥିରୁ ସକ୍ମା, ବଲାଙ୍ଗୀରର ଯୁବୋଦୟ କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜିର ୧୨ ଜଣ ବିସିଏ ଛାତ୍ର ଚୟନ ହୋଇ ଯୋଗଦେଇଥିଲେ।
କର୍ମଶାଳାର ବିଷୟ ଥିଲା — “ଡାଏଗ୍ନୋଷ୍ଟିକ ଇମେଜିଙ୍ଗରେ ବିପ୍ଲବ: ଇମେଜ୍ ବିଶ୍ଳେଷଣରେ କୃତ୍ରିମ ବୁଦ୍ଧିମତ୍ତା ଓ ମେସିନ୍ ଲର୍ନିଙ୍ଗ୍ର ପ୍ରଭାବ”। ଏଥିରେ ଚିକିତ୍ସା କ୍ଷେତ୍ରରେ ଛବି ବିଶ୍ଳେଷଣ କାମରେ କିପରି କୃତ୍ରିମ ବୁଦ୍ଧିମତ୍ତା ଓ ମେସିନ୍ ଲର୍ନିଙ୍ଗ୍ ବଡ଼ ପରିବର୍ତ୍ତନ ଆଣୁଛି, ସେନେଇ ଏକ ବ୍ୟାପକ ଆଲୋଚନା ହୋଇଥିଲା। କର୍ମଶାଳାର ଦେଶ ବିଦେଶର ଅନେକ ବିଶେଷଜ୍ଞମାନେ ଯୋଗଦେଇଥିଲେ ଓ ସେମାନଙ୍କ ବିଚାର ବିସ୍ତାର ରୂପେ ପରିପ୍ରକାଶ କରିଥିଲେ |
ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟଶାଳାରୁ ଅନେକ ନୂତନ ତଥ୍ୟ ଓ ପ୍ରାୟୋଗିକ ଜ୍ଞାନ ଅର୍ଜନ କରିଥିଲେ। ଯୋଗଦେଇଥିବା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା, ଯାହା ତାଙ୍କ
ଆଗାମୀ ପ୍ରକଳ୍ପ କାର୍ଯ୍ୟରେ ବହୁତ ଉପକାରୀ ହେବ ବୋଲି କୁହାଯାଉଛି।
ଉଲ୍ଲେଖନୀୟ ଯେ, ଯୁବୋଦୟ ମହାବିଦ୍ୟାଳୟ ସଦା ଛାତ୍ରଛାତ୍ରୀଙ୍କୁ ଏପରି ଶିକ୍ଷାମୂଳକ କର୍ମଶାଳା ଓ ଅଧ୍ୟୟନ ଭ୍ରମଣରେ ଯୋଗଦେବାକୁ ପ୍ରୋତ୍ସାହିତ କରୁଛି। ଏହା ମାଧ୍ୟମରେ ତାଙ୍କର ବିଷୟ ଜ୍ଞାନ ଗଭୀର ହେଉଥିବା ସହିତ ଶିକ୍ଷାଗତ ଦକ୍ଷତା ଓ ବୃତ୍ତିଗତ କ୍ଷମତା ମଧ୍ୟ ବୃଦ୍ଧି ପାଉଛି।
ମହାବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ଦାଶ କହିଛନ୍ତି ଯେ ଆସନ୍ତା ସମୟରେ କଲେଜରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ମେସିନ୍ ଲର୍ନିଙ୍ଗ୍ ବିଷୟରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକେନ୍ଦ୍ର ଖୋଲାଯିବ। ଏହାସହିତ ବଳାଙ୍ଗୀର ଓ ପାଶ୍ୱର୍ତ୍ତୀ ଅଞ୍ଚଳରେ ବିଭିନ୍ନ ସେମିନାର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହା ମାଧ୍ୟମରେ ସାଧାରଣ ଲୋକମାନେ ଆଧୁନିକ ପ୍ରଯୁକ୍ତି ବିଷୟରେ ଅବଗତ ହେବେ।