-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||     

HOME   ଜିଲ୍ଲା

ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "

15-Feb-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ୩୩ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏହା ସାମଗ୍ରୀକ ଭାବରେ ଏକ ମହିଳା ମହୋତ୍ସବ ଆଲୋଚନା, ନୃତ୍ୟ, ଗୀତ, ତଥା ନାଟକ ର  ଏବଂ ସମ୍ବର୍ଦ୍ଧନା ପୁରସ୍କାର ବିତରଣ ର ଏକ ବିଚିତ୍ର ସମ୍ବେଳନ । ଅନ୍ୟ ପକ୍ଷରେ  ଭୁଜିଭାତର ଏକ ନିଆରା ଆସର । କବି, ସାମ୍ବାଦିକ , ସ୍ୱେଚ୍ଛା ସେବୀ, ବରିଷ୍ଠ ନାଗରିକ , ଛାତ୍ରୀ ଓ ଅଧ୍ୟାପିକା, କର୍ମଚାରୀଙ୍କ ଏକ ମହାମିଳନ । ଏହି ଅବସରରେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।  ସମାଜର ମଙ୍ଗଳ ପାଇଁ ମହିଳା ମାନଙ୍କ ଭୂମିକା ଏବଂ ନାରୀ ଶିକ୍ଷାର  ଗୁରୁତ୍ୱ ଉପରେ ବାର୍ତ୍ତା ଦେଇଥିଲେ  । ଖୁବଶୀଘ୍ର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ  ବାଇଗଝୁରି ସ୍ଥିତ ନୂତନ କ୍ୟାମ୍ପସରେ କାର୍ଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ସୁବର୍ଣ୍ଣପୁର  ଜିଲ୍ଲାପାଳ ଡ.ନୃପରାଜ ସାହୁ ଯୋଗ ଦେଇଥିଲେ।  ସେ କହିଥିଲେ “ଯେଉଁଠି ସ୍ନେହ ଥାଏ ସେଇଠି କଷ୍ଟ ମଧ୍ୟ ମଧୁର ଅନୁଭବ ହୁଏ । ସେଦିନ ମଣିଷ ପାଖରେ କିଛି ନ ଥିଲା ମାତ୍ର ସମୟ ଥିଲା , ନିଜ ପାଇଁ  ସମାଜ ପାଇଁ।  ମାତ୍ର ଆଜି ଆମ ପାଖ ରେ ସବୁ ଅଛି ମାତ୍ର ସମୟ ନାହିଁ।  ଜୀବନ କୁ ଖୋଜିବା, ଜୀବନ ଖୋଜିବା ପ୍ରକ୍ରିୟା ଭିତରେ ଆମେ ହୁଳ ହୁଳୀ ଓ ଘରେ ସଞ୍ଜ ଦୀପ ଟିଏ ଦେବା  ଆମ ଏଇ ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିବା କୁ ନାରୀ ଙ୍କୁ ପରାମର୍ଶ କରିଥିଲେ l 
ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଡ.ଉମେଶ ମହାପାତ୍ର , ପରୀକ୍ଷା ନିୟନ୍ତ୍ରକ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ । ପ୍ରଫେସର ମହାପାତ୍ର କହିଲେ  ଚତୁର୍ଦ୍ଦିଗ ରୁ  ମାଡ଼ି ଆସୁଥିବା ଅବକ୍ଷୟ କୁ କେହି ଜଣେ ଯଦି ବନ୍ଦ କରିପାରିବ ସେ ହେଉଛି ନାରୀ । ଆହୁରି କହିଲେ ପୃଥିବୀ ର ବୃଦ୍ଧିଯିଵୀ ମାନେ ସଂଶୟାଚ୍ଛନ୍ନ , ଯାହା ଶିକ୍ଷା ର ମାନ କୁ କଳୁଷିତ କରାଏ। ସ୍ରଷ୍ଟା ଓ ସୃଷ୍ଠି ମଧ୍ୟରେ ଯେଉଁ ମଧୁର ସମ୍ପର୍କ ରହିବା କଥା ତାହା ନଷ୍ଟ ହୋଇଯାଇଛି ।

ସମାଜ କୁ ସକାରାତ୍ମକ ଦିଗ କୁ ନେବାରେ ନାରୀ ମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହି ମଣିଷ ର ଗଠନ  ମୂଳକ ଚିନ୍ତା କୁ ଚିହ୍ନଟ କରିବା ହିଁ ସୌନ୍ଦର୍ଯ୍ୟ ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରଗଡ଼ ପଂଚାୟତ କଲେଜ  ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପତି ତପାବନ ସାହୁ ଯୋଗ ଦେଇ ଶୃଙ୍ଖଳିତ ଛାତ୍ରୀ ହେବା କୁ ବେଳେ ବେଳେ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି କହିଥିଲେ l କଲେଜ ପରିଚାଳନା କମିଟି ର ପ୍ରାକ୍ତନ ସଭାପତି ଅଭିମନ୍ୟୁ କୁଶଳ ଯୋଗ ଦେଇଥିଲେ। ସଭା ର ସଭାପତିତ୍ୟ କରିଥିଲେ ଅଧ୍ୟକ୍ଷା ରିତାରଣୀ ପୁଝାରୀ । ସଭା କୁ ପରିଚାଳନା କରିଥିଲେ ଛାତ୍ରୀ କାଜଲ କୁଶଳ ।  ସ୍ଵାଗତ ଭାଷଣ ଦେଇଥିଲେ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ଓ ଧନ୍ୟବାଦ୍ ଦେଇଥିଲେ ଅଧ୍ୟାପିକା ସଞ୍ଜୁରାଣୀ ସିଂ ।
ବିଭିନ୍ନ କୃତି ଛାତ୍ରୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା । ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଦ ୟର ଏକାଡେମୀ ଟପ୍ପର ଟାଇଟଲ ରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନେକ ପୂରାତନ ଛାତ୍ରୀ ଏବଂ  ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ର ସଭ୍ୟ ମାନେ ଯୋଗ ଦେଇଥିଲେ ଏବଂ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ ।  “ହିତୈଷିଣୀ” ନାମକ ମହାବିଦ୍ୟାଳୟ ର ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ନାଟକ"ଵିହା ଭୂଜି" ଛାତ୍ରୀ ଓ ବୁଦ୍ଧିଜୀବି ଙ୍କୁ ଭାବ ପ୍ରବଣ କରି ଥିଲା l ଏହାର ନିର୍ଦ୍ଦେଶକ ଥିଲେ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ଓ ପ୍ରୀତି ପାଣିଗ୍ରାହୀ l ଚେରବୁଇ ହୋତା , ମିତାଶ୍ରୀ ବାରିକ  , ରଞ୍ଜିତା ମିଶ୍ର , ସୁଦାମ ସାହୁ, ଦୁଃଖିଶ୍ୟାମ ମେହେର , ପ୍ରଦୀପ୍ତ , ମାଧବୀ , କୁନି , ଲିପି , ଉମା   ସୁରେନ୍ଦ୍ର,  ଲମ୍ବୋଦର  ମହାକୁଡ, ପ୍ରଭାସିନୀ ରଥ ଏବଂ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ  କାର୍ଯ୍ୟକ୍ରମ ର ସଫଳତା ପାଇଁ ସହଯୋଗ ର ହାତ ବଢ଼ାଇ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026

You Might Also Like