-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ୩୩ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏହା ସାମଗ୍ରୀକ ଭାବରେ ଏକ ମହିଳା ମହୋତ୍ସବ ଆଲୋଚନା, ନୃତ୍ୟ, ଗୀତ, ତଥା ନାଟକ ର ଏବଂ ସମ୍ବର୍ଦ୍ଧନା ପୁରସ୍କାର ବିତରଣ ର ଏକ ବିଚିତ୍ର ସମ୍ବେଳନ । ଅନ୍ୟ ପକ୍ଷରେ ଭୁଜିଭାତର ଏକ ନିଆରା ଆସର । କବି, ସାମ୍ବାଦିକ , ସ୍ୱେଚ୍ଛା ସେବୀ, ବରିଷ୍ଠ ନାଗରିକ , ଛାତ୍ରୀ ଓ ଅଧ୍ୟାପିକା, କର୍ମଚାରୀଙ୍କ ଏକ ମହାମିଳନ । ଏହି ଅବସରରେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜର ମଙ୍ଗଳ ପାଇଁ ମହିଳା ମାନଙ୍କ ଭୂମିକା ଏବଂ ନାରୀ ଶିକ୍ଷାର ଗୁରୁତ୍ୱ ଉପରେ ବାର୍ତ୍ତା ଦେଇଥିଲେ । ଖୁବଶୀଘ୍ର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ବାଇଗଝୁରି ସ୍ଥିତ ନୂତନ କ୍ୟାମ୍ପସରେ କାର୍ଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଯୋଗ ଦେଇଥିଲେ। ସେ କହିଥିଲେ “ଯେଉଁଠି ସ୍ନେହ ଥାଏ ସେଇଠି କଷ୍ଟ ମଧ୍ୟ ମଧୁର ଅନୁଭବ ହୁଏ । ସେଦିନ ମଣିଷ ପାଖରେ କିଛି ନ ଥିଲା ମାତ୍ର ସମୟ ଥିଲା , ନିଜ ପାଇଁ ସମାଜ ପାଇଁ। ମାତ୍ର ଆଜି ଆମ ପାଖ ରେ ସବୁ ଅଛି ମାତ୍ର ସମୟ ନାହିଁ। ଜୀବନ କୁ ଖୋଜିବା, ଜୀବନ ଖୋଜିବା ପ୍ରକ୍ରିୟା ଭିତରେ ଆମେ ହୁଳ ହୁଳୀ ଓ ଘରେ ସଞ୍ଜ ଦୀପ ଟିଏ ଦେବା ଆମ ଏଇ ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିବା କୁ ନାରୀ ଙ୍କୁ ପରାମର୍ଶ କରିଥିଲେ l
ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଡ.ଉମେଶ ମହାପାତ୍ର , ପରୀକ୍ଷା ନିୟନ୍ତ୍ରକ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ । ପ୍ରଫେସର ମହାପାତ୍ର କହିଲେ ଚତୁର୍ଦ୍ଦିଗ ରୁ ମାଡ଼ି ଆସୁଥିବା ଅବକ୍ଷୟ କୁ କେହି ଜଣେ ଯଦି ବନ୍ଦ କରିପାରିବ ସେ ହେଉଛି ନାରୀ । ଆହୁରି କହିଲେ ପୃଥିବୀ ର ବୃଦ୍ଧିଯିଵୀ ମାନେ ସଂଶୟାଚ୍ଛନ୍ନ , ଯାହା ଶିକ୍ଷା ର ମାନ କୁ କଳୁଷିତ କରାଏ। ସ୍ରଷ୍ଟା ଓ ସୃଷ୍ଠି ମଧ୍ୟରେ ଯେଉଁ ମଧୁର ସମ୍ପର୍କ ରହିବା କଥା ତାହା ନଷ୍ଟ ହୋଇଯାଇଛି ।
ସମାଜ କୁ ସକାରାତ୍ମକ ଦିଗ କୁ ନେବାରେ ନାରୀ ମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହି ମଣିଷ ର ଗଠନ ମୂଳକ ଚିନ୍ତା କୁ ଚିହ୍ନଟ କରିବା ହିଁ ସୌନ୍ଦର୍ଯ୍ୟ ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରଗଡ଼ ପଂଚାୟତ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପତି ତପାବନ ସାହୁ ଯୋଗ ଦେଇ ଶୃଙ୍ଖଳିତ ଛାତ୍ରୀ ହେବା କୁ ବେଳେ ବେଳେ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି କହିଥିଲେ l କଲେଜ ପରିଚାଳନା କମିଟି ର ପ୍ରାକ୍ତନ ସଭାପତି ଅଭିମନ୍ୟୁ କୁଶଳ ଯୋଗ ଦେଇଥିଲେ। ସଭା ର ସଭାପତିତ୍ୟ କରିଥିଲେ ଅଧ୍ୟକ୍ଷା ରିତାରଣୀ ପୁଝାରୀ । ସଭା କୁ ପରିଚାଳନା କରିଥିଲେ ଛାତ୍ରୀ କାଜଲ କୁଶଳ । ସ୍ଵାଗତ ଭାଷଣ ଦେଇଥିଲେ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ଓ ଧନ୍ୟବାଦ୍ ଦେଇଥିଲେ ଅଧ୍ୟାପିକା ସଞ୍ଜୁରାଣୀ ସିଂ ।
ବିଭିନ୍ନ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଦ ୟର ଏକାଡେମୀ ଟପ୍ପର ଟାଇଟଲ ରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନେକ ପୂରାତନ ଛାତ୍ରୀ ଏବଂ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ର ସଭ୍ୟ ମାନେ ଯୋଗ ଦେଇଥିଲେ ଏବଂ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ । “ହିତୈଷିଣୀ” ନାମକ ମହାବିଦ୍ୟାଳୟ ର ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ନାଟକ"ଵିହା ଭୂଜି" ଛାତ୍ରୀ ଓ ବୁଦ୍ଧିଜୀବି ଙ୍କୁ ଭାବ ପ୍ରବଣ କରି ଥିଲା l ଏହାର ନିର୍ଦ୍ଦେଶକ ଥିଲେ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ଓ ପ୍ରୀତି ପାଣିଗ୍ରାହୀ l ଚେରବୁଇ ହୋତା , ମିତାଶ୍ରୀ ବାରିକ , ରଞ୍ଜିତା ମିଶ୍ର , ସୁଦାମ ସାହୁ, ଦୁଃଖିଶ୍ୟାମ ମେହେର , ପ୍ରଦୀପ୍ତ , ମାଧବୀ , କୁନି , ଲିପି , ଉମା ସୁରେନ୍ଦ୍ର, ଲମ୍ବୋଦର ମହାକୁଡ, ପ୍ରଭାସିନୀ ରଥ ଏବଂ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ କାର୍ଯ୍ୟକ୍ରମ ର ସଫଳତା ପାଇଁ ସହଯୋଗ ର ହାତ ବଢ଼ାଇ ଥିଲେ ।