-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||     

HOME   ଜିଲ୍ଲା

ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।

15-Feb-2026



ରୁପ୍ରା ରୋଡ (ସଞ୍ଜିବ ଦାସ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଗ୍ରାମରେ ପୁନର୍ଗଠିତ ଅଗ୍ନିଭୈରବ ନାଟ୍ୟକଳା ସଂଘର ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨ବର୍ଷ ପାଇଁ ଦାୟିତ୍ୱ ନେଇଥିବା ୨୧ ଜଣିଆ ଏହି କମିଟିରେ ସଭାପତି ଭାବରେ ଦିଲ୍ଲୀପ ସା ଉପ ସଭାପତି ମକୁନ୍ଦ ଭୋଇ ଓ କୈଳାସ ସା,ସମ୍ପାଦକ ଭବାନୀଶଙ୍କର ବାରିକ ଯୁଗ୍ମସମ୍ପାଦକ ସ୍ୱାଧୀନ ଭୋଇ ଓ ମୀନକେତନ ତାଣ୍ଡି,ସଂଯୋଜକ ପ୍ରେମାନନ୍ଦ ବିଶ୍ୱାଳ,ଆବାହକ ଗୋବିନ୍ଦ ବ୍ରହ୍ମା,ମ୍ୟାନେଜର ପ୍ରଦୀପ ପଧାନ,ମିଡ଼ିଆ ସେଲ ସଂଯୋଜକ ବିଜୟ ଗଡତିଆ ପଦମର୍ଯ୍ୟାଦାର ଶପଥ ଗ୍ରହଣ କରିଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ହେମନ୍ତ ସାହୁ,ପ୍ରକାଶ ଦୀପ, କୈଳାସ ପଧାନ,ତୁଳସୀରାମ ଗୌଡ଼,ତପନ ବିଶ୍ୱାଳ,ପଟେଥ ଭୋଇ,ଅଜିତ ପଧାନ,ସୁମନ୍ତ ବିଶ୍ୱାଳ,ହିମାଂଶୁ ସେଠ ଓ ରାଜା ସୁନା ଶପଥ ନେଇଥିଲେ। ଏହାବାଦ ଅନୁଷ୍ଠାନର ମାର୍ଗଦର୍ଶନ ପାଇଁ ଗଠିତ ୭ ଜଣିଆ ଉପଦେଷ୍ଟା କମିଟିରେ ସର୍ବଶ୍ରୀ ପୁରାଣ ସେଠୀ,ବୁଦ୍ଧଦେବ ପୋଢ଼,ଜୟକୃଷ୍ଣ ପଧାନ,ରଞ୍ଜନ ତ୍ରିପାଠୀ,ତନୁ ଗୌଡ଼, ସମାଜସେବୀ ସୁମିତ ଅଗ୍ରୱାଲ ଓ ବରିଷ୍ଠ ସଂଗଠକ ଦୀନେଶ ଅଗ୍ରୱାଲ ରହିଛନ୍ତି। ଗ୍ରାମସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବରିଷ୍ଠ ସଦସ୍ୟ ଶ୍ରୀ ଲକ୍ଷ୍ମଣ ସେଠୀ ସମସ୍ତଙ୍କୁ ଶପଥ ପାଠ କରାଇଥିବା ବେଳେ ଗ୍ରାମର ବହୁ ବରିଷ୍ଠ କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଦୀର୍ଘବର୍ଷର ବ୍ୟବଧାନ ପରେ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏ ଅଞ୍ଚଳରେ କଳା ଓ ସଂସ୍କୃତିର ବିକାଶରେ ବିଶେଷ ଯୋଗଦାନ ଦେଇଥିବା ଏହି ଅନୁଷ୍ଠାନର ପୁନଃରୁଦ୍ଧାର ହେବାସହ ତା. ୧୫/୧୧/୨୦୨୫ରିଖରେ ନାଟକ ମଞ୍ଚାୟନ ଓ ୧ମ ବଲବସପୁର ମହୋତ୍ସବ ମହାସମାରୋହରେ ଆୟୋଜିତ ହୋଇ ସଫଳ ଓ ଉଚ୍ଚ ପ୍ରଶଂସିତ ହୋଇଥିଲା।ଆଗାମୀ ଦିନରେ ପଞ୍ଜିକରଣ ସହିତ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେବା ସୂଚନା ଦେବାସହିତ ସମସ୍ତ ଶୁଭେଛୁଙ୍କୁ ଧନ୍ୟବାଦ ଦେଇ ସହଯୋଗ ବଜାୟ ରଖିବାପାଇଁ ଅନୁରୋଧ କରିଛନ୍ତି ସଭାପତି ଦିଲ୍ଲୀପ ସା


News Comment




Photo in News

Advertisment
Lastest News
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026

You Might Also Like