-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||     

HOME   ଜିଲ୍ଲା

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ

24-Oct-2026



ରିପୋର୍ଟ : ମୁରଲୀଧର ମିଶ୍ର

ଏହି ଯୋଜନାରେ 
ସମୁଦାୟ ୪୦୦ ଇ-ବସ୍ ଆସିବ

୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ୫୦୦ ବିଲିଅନ୍ ଡଲାର୍ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ ।  ବର୍ତ୍ତମାନ ଓଡ଼ିଶାର ସହରୀକରଣ ୧୭ ପ୍ରତିଶତ ଥିବା ବେଳେ ୨୦୩୬ ସୁଦ୍ଧା ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି ହେବ । ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଆଧୁନିକ ସଂସ୍ଥାର ନିର୍ମାଣ  ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଆଜି ଭୁବନେଶ୍ୱରଠାରେ ଆୟୋଜିତ National Urban Conclave-2026ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ ୨୦୪୭' ଭିଜନ୍ ଓ

ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅତ୍ୟାଧୁନିକ ସହରୀ ଭିତ୍ତିଭୂମିର ବିକାଶ କରାଯାଉଛି- ମୁଖ୍ୟମନ୍ତ୍ରୀ

'ପୂର୍ବୋଦୟ' ନୀତି ପ୍ରେରଣାରେ ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ଭାବେ ଗଢ଼ିଉଠିଛି। ୨୦୪୭ ସୁଦ୍ଧା ଦେଶର ସହରୀ ଜନସଂଖ୍ୟା ଗ୍ରାମୀଣ ଜନସଂଖ୍ୟାକୁ ଅତିକ୍ରମ କରୁଥିବାରୁ ସହରଗୁଡ଼ିକୁ ସମାବେଶୀ, ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ଓ ଆଧୁନିକ ସୁବିଧାସୁଯୋଗରେ ସମୃଦ୍ଧ କରିବା 

ସେ ଆହୁରି କହିଛନ୍ତି ଯେ, ସହରୀ ବିକାଶ ଓ ଅର୍ଥନୈତିକ ପ୍ରଗତିକୁ ଗତିଶୀଳ କରିବା ପାଇଁ ରାଜ୍ୟରେ ଶିଳ୍ପାୟନ, ବନ୍ଦରର ବିକାଶ, ପର୍ଯ୍ୟଟନ ଓ ସେବା କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିସାରିଥିବା ବେଳେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ସହ ୨୦୦ରୁ ଉର୍ଦ୍ଧ୍ୱ ଉଦ୍ୟୋଗର ଗ୍ରାଉଣ୍ଡିଂ ସମ୍ପନ୍ନ ହୋଇଛି। କେନ୍ଦ୍ର ସରକାର ଓ ନୀତି ଆୟୋଗଙ୍କ ମାର୍ଗଦର୍ଶନରେ 'ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍' (BKPPER) ପ୍ରତିଷ୍ଠା କରାଯାଉଛି। ଏହାସହ ଭୁବନେଶ୍ୱର ଓ କଟକର ସମ୍ପ୍ରସାରଣ କରି ନୂଆ ସାଟେଲାଇଟ୍ ଟାଉନ୍‌ସିପ୍ ଗଠନ କରାଯାଉଛି ଏବଂ ନୂତନ ଭାବେ ୨୮ଟି ଏନ୍.ଏ.ସି, ୭ଟି ମ୍ୟୁନିସିପାଲିଟି ଓ ଗୋଟିଏ ମ୍ୟୁନିସିପାଲ୍ କର୍ପୋରେସନ୍ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ମୁଖ୍ୟମନ୍ତ୍ରୀ ରାଜ୍ୟର ଜନକଲ୍ୟାଣକାରୀ ସହରୀ ଯୋଜନାଗୁଡ଼ିକର ସଫଳତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ  PMAY-Urban ଅଧୀନରେ ୧.୫୩ ଲକ୍ଷ ଆବାସ ନିର୍ମାଣ ହୋଇଥିବା ବେଳେ PMAY 2.0 ଅନ୍ତର୍ଗତ 'PMAY URBAN BANDHU' କାର୍ଯ୍ୟକ୍ରମ ପାଇଁ ଆଗାମୀ ୫ ବର୍ଷରେ ୧୬୧୫ କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି, ଯେଉଁଥିରେ EWS ହିତାଧିକାରୀଙ୍କୁ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି'ରେ ୯୦ ପ୍ରତିଶତ ଛାଡ଼ ପ୍ରଦାନ କରାଯାଉଛି।

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍‌ ରୂପାନ୍ତରଣ, ଅର୍ବାନ୍ ମୋବିଲିଟ ଓ ନଗର 
ବିକାଶ ଉପରେ ଗୁରୁତ୍ୱ

 

ବର୍ତ୍ତମାନ ୭ଟି ସହରରେ ଆମ ବସ୍‌ ଚାଲିଛି, 
ଯୋଡ଼ି ହେବ ଆଉ ୯ଟି ସହର

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଭିତ୍ତିଭୂମି ପାଇଁ ୬୦୦୦ କୋଟି ଟଙ୍କା, ୧୧ଟି ସହରରେ ୨୪ ଘଣ୍ଟିଆ 'ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍' ଜଳଯୋଗାଣ ଏବଂ ୧୬୦୦ କୋଟି ଟଙ୍କାର 'ସ୍ୱଚ୍ଛ ଓଡ଼ିଶା ଯୋଜନା' କାର୍ଯ୍ୟକାରୀ ହେଉଛି। ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ 'ଗରିମା' ଯୋଜନା ଜରିଆରେ ସ୍ୱଚ୍ଛ ସାଥୀମାନଙ୍କୁ ଆଧୁନିକ ମେସିନ୍, ସୁରକ୍ଷା ସରଞ୍ଜାମ, ଜୀବନ ବୀମା ଓ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ 'ଚାଲିବାର ଅଧିକାର' (The right to walk) ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରୀ ପରିବହନରେ ସୁରକ୍ଷିତ ଫୁଟପାଥ୍, କ୍ରସିଂ ଓ ପବ୍ଲିକ ସ୍ପେସ୍ ପ୍ଲାନିଂର ମୁଖ୍ୟ ଅଂଶ ଅଟେ। ରାଜ୍ୟର CRUT  ନେଟୱାର୍କ ୨୦୧୮ରେ ୨୦୦ଟି ବସରୁ ଆରମ୍ଭ ହୋଇ ଆଜି ୭୭୦ଟି ବସ୍ ସହ ୧୩୮ଟି ରୁଟ୍‌ରେ ୭ଟି ସହରକୁ ସଂଯୋଗ କରୁଛି, ଯେଉଁଥିରେ ଦୈନିକ ୩.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। 

ଆଜି PM E-BUS ସେବା ଅଧୀନରେ ୨୬ଟି ଇ-ବସ୍‌ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଅଧୀନରେ ଆହୁରି ୪୦୦ଟି ଇ-ବସ୍, ୧୦୦ଟି ମିଡି ଓ ୫୦ଟି ମିନି ଇ-ବସ୍ ଯୋଡ଼ିହେବ। ବର୍ତ୍ତମାନ CRUT ଜରିଆରେ ୭ଟି ସହରରେ ଆମ ବସ୍‌ ସେବା ଯୋଗାଇ ଦିଆଯାଉଛି । ନୂଆ ଇ-ବସ୍‌ ଆସିବା ପରେ  ଆଉ ୯ଟି ସହରରେ ଇ-ବସ୍‌ ସେବା ପ୍ରଦାନ କରାଯିବ । ଏହି ସହର ଗୁଡ଼ିକ ହେଲା ବାରିପଦା, ଅନୁଗୋଳ, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ରାୟଗଡ଼ା, ଜୟପୁର, ଭଦ୍ରକ ଓ ବଲାଙ୍ଗୀର ସହରରେ ଇ-ବସ୍‌ ସେବା କାର୍ଯ୍ୟକାରୀ ହେବ । 

ଏହା ସହିତ 'ଓଡ଼ିଶା ୟାତ୍ରୀ ଆପ୍' ଜରିଆରେ ଡିଜିଟାଲ ଟିକେଟଙ୍ଗ୍ ସୁବିଧା ସହିତ  ୯ ଲକ୍ଷରୁ ଉର୍ଦ୍ଧ୍ୱ ବସ୍ ଯାତ୍ରା ହୋଇଛି, ଯେଉଁଥିରେ ଚାଳକମାନେ ବିନା କମିଶନ୍‌ରେ ୧୦୦% ଭାଡ଼ା ପାଇ ୧୨ କୋଟି ଟଙ୍କାର ରୋଜଗାରକ୍ଷମ ହୋଇପାରିଛନ୍ତି। 


ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ଅଙ୍କୁର ହ୍ୟାଣ୍ଡବୁକ୍' (Ankur Handbook) ଏବଂ 'ଟାଉନ୍ ପ୍ଲାନିଂ ହ୍ୟାଣ୍ଡବୁକ୍' (Town Planning Handbook) ର ଉନ୍ମୋଚନ କରିବା ସହ ନୂତନ ନଗର ଉନ୍ନୟନ ନୀତିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନାଗରିକଙ୍କ ମୌଳିକ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ପବିତ୍ର ଧାମ ପୁରୀରୁ ଆରମ୍ଭ ହୋଇଥିବା 'ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍' ପ୍ରକଳ୍ପ ଆଜି ସଫଳତାର ସହ ୧୧ଟି ସହରକୁ ସମ୍ପ୍ରସାରିତ ହୋଇଛି। ଏଥିସହିତ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ମିଶନକୁ ସୃଦୃଢ଼ ଓ ସୁଚାରୁ ରୂପେ ପରିଚାଳନା କରିବା ପାଇଁ 'ଜଳସାଥୀ'ମାନଙ୍କୁ ସାମିଲ କରାଯିବା ସହ, ଜଳର ଗୁଣବତ୍ତା ନିୟମିତ ପରୀକ୍ଷା ଓ ଅନୁଧ୍ୟାନ ପାଇଁ ଆଇ.ଆଇ.ଟି (IIT) ର ସହଯୋଗ ନିଆଯାଉଛି।

ଏହି କନ୍‌କ୍ଲେଭ୍‌ରେ ନୀତି ଆୟୋଗର CEO ଶ୍ରୀ ଅନୁରାଗ ଜୈନ କହିଛନ୍ତି ଯେ, "୨୦୪୭ ମସିହା ସୁଦ୍ଧା ଭାରତର ୫୦ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ବାସ କରିବେ ଏବଂ ଏହି ୫୦ ପ୍ରତିଶତ ଜନସଂଖ୍ୟା ଦେଶର ମୋଟ ଜି.ଡି.ପି. (GDP) ର ୭୫ ପ୍ରତିଶତ ଯୋଗଦାନ ଦେବେ," ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସହରୀକରଣ ସୁସଂଗଠିତ ଓ ଯୋଜନାବଦ୍ଧ ଉପାୟରେ ହେବା ଅତ୍ୟନ୍ତ ଜରୁରୀ। ସୁଚିନ୍ତିତ ଓ ଯୋଜନାବଦ୍ଧ ସହରୀକରଣ ଦେଶର ଅର୍ଥନୈତିକ ବିକାଶ ଓ ପ୍ରଗତିକୁ ଗତିଶୀଳ କରୁଥିବା ବେଳେ ଅସଂଯୋଜିତ ଓ ବିଶୃଙ୍ଖଳିତ ସହରୀକରଣ ବିଭିନ୍ନ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। 
କେନ୍ଦ୍ର ସରକାରଙ୍କ ସହରୀ ବିକାଶ ବିଭାଗ ସଚିବ ଶ୍ରୀ ସତେନ୍ଦ୍ର ପାଲ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି କନ୍‌କ୍ଲେଭ୍‌ରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁ,  ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଅଧିକାରୀ, ବିଶେଷଜ୍ଞ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026

You Might Also Like