-+91-9937148622 |

prerana_bgr@rediffmail.com |

  Monday 23rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||      ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (23-Nov-2026)       ||      କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   (23-Nov-2026)       ||      ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   (23-Nov-2026)       ||      କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||      ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ    (23-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   (23-Nov-2026)       ||      ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     (22-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (22-Nov-2026)       ||      ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    (22-Nov-2026)       ||      ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ    (22-Nov-2026)       ||      ୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ    (22-Nov-2026)       ||      ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକରେ ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ    (22-Nov-2026)       ||      ବରପାଲି ରେ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ କପ୍‌, ଝାରସୁଗୁଡ଼ା ଚାମ୍ପିଅନ   (22-Nov-2026)       ||      ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ   (22-Nov-2026)       ||      *ଡାବୁଗାଁରେ ଜନଜାତୀୟ ଗୌରବ ଦିବସ ପାଳିତ*   (22-Nov-2026)       ||      ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   (22-Nov-2026)       ||      ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   (22-Nov-2026)       ||      ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   (22-Nov-2026)       ||     

HOME   ଜିଲ୍ଲା

ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ

20-Jan-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗୀର ଉପକଣ୍ଠରେ ଥିବା ପଥରଚେପା ପାର୍ବତୀଗିରି ବାଳନିକେତନଠାରେ ଏହି ଆଶ୍ରମର ସଂସ୍ଥାପିକା ତଥା ସ୍ୱାଧିନତାସଂର୍ଗାମୀ,ସମାଜସେବିକା ବହ୍ନୀକନ୍ୟା ପାର୍ବତୀଗିରିଙ୍କର ଜନ୍ମଶତବାର୍ଷିକି ସମାରୋହ ପାଳିତ ହୋଇଯାଇଛି । ବାଳନିକେତନର ସଭାପତି ସୁଶ୍ରୀ ଶାନ୍ତିଲତା ବହିଦାରଙ୍କ ଅଧ୍ୟକ୍ଷତା ଓ ଶିଶୁକଲ୍ୟାଣ ଅଧିକାରୀ ଇପସିତା ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜର ଡିନ ଡ.ସ୍ୱୟଂପ୍ରଭା ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟର ପିଜିକାଉନସିଲ ଅଧ୍ୟକ୍ଷ ଡ.ପ୍ରତାପଚନ୍ଦ୍ର ଦାସ,କେନ୍ଦ୍ରମୁଖ୍ୟ ବଲାଙ୍ଗୀର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି.ଉଷା,ଜିଲ୍ଲା ଶିଶୁସୁରକ୍ଷା ୟୁନିଟର ଦିଗାମ୍ବର କର,ସିଡବ୍ଲୁସିର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଲିନା ବାବୁ ଓ ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡ.ପ୍ରେମଚନ୍ଦ ମହାନ୍ତି ଯୋଗଦେଇଥିଲେ । ବଡମା ପାର୍ବତୀ ଗିରିଙ୍କ ସମାଧି ଓ ପ୍ରତିକୃତୀରେ ମାଲ୍ୟାର୍ପଣକରି ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ସଂପାଦିକା ସଂସ୍କୃତି ପଟ୍ଟନାୟକ ବାର୍ଷିକବିବରଣୀ ପ୍ରଦାନ କରିଥିଲେ । ଏହି ବିବରଣୀରେ ଅନୁଷ୍ଠାନର ସଫଳ ଛାତ୍ରଛାତ୍ରୀ ମାନଙ୍କ ବିଷୟରେ ସୂଚନା ଦିଆଯାଇ ବଡମା ପାର୍ବତୀ ଗିରିଙ୍କ ସ୍ୱପ୍ନପୂରଣ ହେଉଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ । ତେବେ ସରକାର ଏହି ଅନୁଷ୍ଠାନକୁ ଏବେ ଅନୁଦାନ ଦେଇ ଚଳାଉଥିଲେ ହେଁ ଜିଲ୍ଲାପ୍ରଶାସନର ଆଭିମୁଖ୍ୟକୁ ନେଇ ସଭାପତି ଶାନ୍ତିଲତା ବହିଦାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନୁଷ୍ଠାନକୁ ଯେଭଳି ଭାବରେ ପ୍ରଶାସନ ନଜର ଦେବାକଥା ତାହା ହୋଇପାରୁନାହିଁ ବୋଲି ସେ ସଭାରେ କହିଥିଲେ । ଡିନ.ଡ.ପ୍ରଧାନ ତାଙ୍କ ବକ୍ତବ୍ୟରେ ପାର୍ବତୀ ଗିରିଙ୍କର ସେବା ଓ ତ୍ୟାଗ ପାଇଁ ସବୁଦିନ ପାଇଁ ମନେରହିବେ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୨୯ତମ ମନକି ବାତରେ ପାର୍ବତୀ ଗିରିଙ୍କୁ ସ୍ମରଣ କରିଥିବା ବିଷୟରେ କହିଥିଲେ । ବି.କେ ଉଷା ତାଙ୍କ ବକ୍ତବ୍ୟରେ ଜୀବନରେ ଆଧ୍ୟାତ୍ମିକତାର ମୂଲ୍ୟ ଓ ମାନିବିୟଗୁଣ ବିଷୟରେ କହିଥିଲେ । ମୁଖ୍ୟବକ୍ତା ଡ.ମହାନ୍ତି ପାର୍ବତୀ ଗିରିଙ୍କ ସମାଜପ୍ରତି ଥିବା ଉତ୍ସର୍ଗିକୃତ ମନୋଭାବ,ତ୍ୟାଗ ଓ ସେବାକୁ ନେଇ ବକ୍ତବ୍ୟ ରଖିଥିଲେ । ପାର୍ବତୀ ଗିରିଙ୍କ ଦ୍ୱାରାସ୍ଥାପିତ ଆଶ୍ରମଗୁଡିକରେ ଆଶ୍ରାନେଇ ଜୀବନରେ ଉନ୍ନତିପଥ ପାଉଥିବା ଛାତ୍ରଛାତ୍ରୀ ନିହାତି ସମାଜପାଇଁ କିଛି କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ବାଳାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ବିଶିଷ୍ଠବ୍ୟକ୍ତି ଯଥା-ଜଗଦାନନ୍ଦ ଛୁରିଆ,ଡ.ପିକେ ଦାସ,ବାବୁଲା ବହିଦାର,ପ୍ରମୋଦ ବଗର୍ତ୍ତି,ଦେବାଶିଷ ପଟେଲ,ବବିତା ଅଗ୍ରୱାଲ ପ୍ରମୁଖଙ୍କ ସହ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରକାଶ୍ୟ ଯେ,ପାର୍ବତୀଗିରି ୧୯୯୫ ମସିହାରେ ବଲାଙ୍ଗୀର ପଥରଚେପା ଠାରେ ପାର୍ବତୀଗିରି ବାଳନିକେତନ ସ୍ଥାପନ କରିଥିଲେ । ତତକାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୫ଏକର ପରିମିତ ଜମିରେ ୨୫ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚକରି ଏଠାରେ ୧୦୦ ଶର୍ଯ୍ୟାବିଶିଷ୍ଟ ଆଶ୍ରମ ନିର୍ମାଣ କରାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   23-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   23-Nov-2026
  ଜିଲ୍ଲା  
ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   23-Nov-2026
  ଜିଲ୍ଲା  
କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   23-Nov-2026
  ଜିଲ୍ଲା  
ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   23-Nov-2026
  ଜିଲ୍ଲା  
କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   23-Nov-2026
  ଜିଲ୍ଲା  
ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ   23-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   23-Nov-2026
  ଜିଲ୍ଲା  
ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     22-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   22-Nov-2026
  ଜିଲ୍ଲା  
ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    22-Nov-2026
  ଜିଲ୍ଲା  
ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ   22-Nov-2026

You Might Also Like