-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁରର ଅସ୍ମିତା ଶ୍ରୀ ଗୋପାଳଜୀ ଜୀଉ ଙ୍କ ପ୍ରତ୍ୟାବର୍ତ୍ତନରେ ସୋନପୁର ବାସୀ ଉତ୍ଫଲ୍ଲିତ ହୋଇ ପଡିଥିବା ବେଳେ ଏହି ମହାନ କାର୍ଯ୍ଯ ବା ସେବାକୁ ପ୍ରଭୁଙ୍କ ଆଶିର୍ବାଦରୁ ସଫଳ କରାଇବାରେ ଉଲ୍ଲେଖନୀୟ ଅବଦାନ ରହିଥିବା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସୋନପୁରବାସୀ ଙ୍କ ପକ୍ଷରୁ ଗତକାଲି ସ୍ବାଗତ ସମ୍ବର୍ଧନା କରାଯାଇଥିଲା l ସେହିପରି ଆଜି ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ ଓ ପୋଲିସ୍ ଡିଏସପି ଶ୍ରୀ ଚନ୍ଦ୍ର ଶେଖର ଶବରଙ୍କୁ ସଂଧ୍ୟାରେ ଉପ ଜିଲ୍ଲାପାଳ ଅଫିସ୍ କର୍ଯ୍ୟାଳୟରେ ସହରବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରାଯାଇଛି l ଆଜିର ଏହି କାର୍ଯ୍ଯକ୍ରମରେ ସୁରେଶ୍ଵରୀ ଯଜ୍ଞ କମିଟି, ସ୍ଵଚ୍ଛ ଭାରତ ସଙ୍ଗଠନ, ସୋନପୁର କଲେଜ ଏନସିସି, ଭାରତ ବିକାଶ ସଙ୍ଗଠନ, ପ୍ରଜାପିତା ବ୍ରହ୍ମାକୁମାରୀ , ଦେବୋତ୍ତର କମିଟି, ଓଡ଼ିଶା ସାମ୍ୱାଦିକ ସଂଘ, ଶ୍ରମିକ ସଂଗଠନ, ଗୋପାଳଜୀ ଯୋଗାଳୟ, ବ୍ଲକ ଦୁର୍ଗା ପୂଜା କମିଟି, ଶ୍ରୀ ସତ୍ୟସାଇ ସେବା ସମିତି ପ୍ରମୁଖ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ସାମିଲ୍ ଥିଲେ । ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଓ ଜିଲ୍ଲା ପୋଲିସ ପ୍ରଶାସନ ର କର୍ମ ତପ୍ତରତାକୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରି ଏ ମାନଙ୍କ ଦୀର୍ଘାୟୁ କାମନା ଓ ସଫଳତା କାମନା କରି ମା ସୁରେଶ୍ଵରୀ ଓ ଶ୍ରୀ ଗୋପାଳଜୀଙ୍କ ଠାରେ ପ୍ରାର୍ଥନା କରିଥିଲେ l