-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
ଅତାବିରା(ଆକାଶ ମିଶ୍ର): ଧାନର କିଣାବିକା ମନ୍ଥର ଚାଳିଥିବା ବେଳେ ପ୍ରକୃତ ଚାଷୀମାନେ ହଇରାଣ ହେଉଥିବାରୁ ସୁରୁଖୁରୁରେ ଧାନ ବିକିବା ପାଇଁ ଏନ୍ଏସିର ଚାଷୀମାନେ ସ୍ଥାନୀୟ ଦୁର୍ଗା ମନ୍ଦିରଠାରେ ବୈଠକ କରିଛନ୍ତି। ଅତାବିରା ପ୍ୟାକ୍ସ ଅନ୍ତର୍ଗତ ଅତାବିରା ଏନ୍ଏସି ଚାଷୀ ବହୁଳ ସହରାଂଚଳ। ଏହି ଏନ୍ଏସିରେ ରେଂଗାଲିପାଲି, କାଣ୍ଡପାଲି, ଲାଦରପାଲି, ଭାଲୁପାଲି, ବୈମାନଟିକ୍ରା, ଭୋଇପୁରା, ଅତାବିରା ଗ୍ରାମର ରହିଛି। ଏହି ଗ୍ରାମ ଶତପତି ଶତ ଚାଷୀ ରହିଛନ୍ତି। ବିଗତ ଫସଲମାନଙ୍କରେ ଧାନ ସଂଗ୍ରହରେ କିଛି ଚାଷୀ ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ଧାନ କିଣା ବିକା ସମୟରେ ବିଭ୍ରାନ୍ତି, ହସ୍ତକ୍ଷେପ କରିଥାନ୍ତି। ଧାନ ସଂଗ୍ରହ ବାଧାପ୍ରାପ୍ତ ହୋଇଥାଏ। ପ୍ରକୃତ ଚାଷୀ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଥାଏ। ଚଳିତ ଫସଲ ସୁରୁଖୁରୁରେ ଧାନ ବିକ୍ରି କରିବା ପାଇଁ ସ୍ଥାନୀୟ ଦୁର୍ଗା ମନ୍ଦିର କଲ୍ୟାଣମଣ୍ଡପ ପରିସରେ ଅକ୍ଷେଟିକ୍ରାର ଚାଷୀ ସମୀର ପ୍ରଧାନଙ୍କ ସଭାପତିତ୍ବରେ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଗ୍ରାମର ଚାଷୀଙ୍କୁ ନେଇ ବୈଠକ ହୋଇଥିଲା। ଏନ୍ଏସି ସ୍ତରର ଚାଷୀ ବିନା ଦ୍ବିଧାରେ ଧାନ ବିକ୍ରି କରିବା ପାଇଁ ଶନିବାର ଉପଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସମାଧାନର ବାଟ ବାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ଆଲୋଚନାରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର ଓ କାର୍ଯ୍ୟକାରୀ ସଭାପତି ଟିକେଲାଲ ମିଶ୍ରଙ୍କ ନିମନ୍ତ୍ରିତ ଚାଷୀ ଭାବେ ଯୋଗ ଦେଇଥିଲେ। ଆଲୋଚନାରେ ଦଶରଥ ଭୋଇ, ଅମୂଲ୍ୟ ସ୍ବାଇଁ, ଜିତେନ ପ୍ରଧାନ, ବିକ୍ରମ ପ୍ରଧାନ, ସଂସାର ଭୋଇ, ସୁରେନ୍ଦ୍ର ପ୍ରଧାନ, ରାଜେଶ ପ୍ରଧାନ, ସତ୍ୟବାନ ସାହୁ, ପି ଜଗଦିଶ, ପି ଶ୍ରୀଧର, ଜନ୍ମେଜୟ ସ୍ବାଇଁ, ଧିରଜ ସାହୁ, ସାଧୁ ଗଡ଼ତିଆ, ରାମା ଗଡ଼ତିଆ, ସୁରେନ୍ଦ୍ର ସ୍ବାଇଁ, ଜି ରବି, ଜି ଅନିଲ, ଋଷିକାନ୍ତ ପ୍ରଧାନ ଯୋଗ ଦେଇଥିଲେ।