-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
ବୋଡ଼େନ (ରାମନାଥ ପଣ୍ଡା)
ଲୋକଙ୍କୁ ଘରର ଆବଶ୍ୟକତା କାରଣରୁ ନୂତନ କରି ଆବେଦନ କରିଛନ୍ତି ସରକାରଙ୍କୁ ।ପୂର୍ବରୁ ଘର ପାଇଥିବା ହିତାଧିକାରୀ ଘର ସଂପୂର୍ଣ୍ଣ କରୁନାହାନ୍ତି ବୋଲି ସରକାରଙ୍କ ମୁଣ୍ଡ ବିନ୍ଧିଲାଣୀ। ତେଣୁ ହିତାଧିକାରୀମାନେ ଘର ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଧିକାରୀଙ୍କ ଦ୍ଵାରା ଚାଲିଛି ଜୁହାର ମାଧ୍ୟମରେ ଅନୁରୋଧ କାର୍ଯ୍ୟକ୍ରମ ।ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲିଟିସର୍ଗୀ ପଞ୍ଚାୟତର ଅଁଳାଭଟା ଓ ଲିଟିସର୍ଗୀ ଗ୍ରାମରେ ସରପଂଚ ମିନତି ନନ୍ଦ, ଜି ପି ଡି ଓ ଭୀଷ୍ମ କୁମାର,ଆର୍ ଏଚ୍ ବି ପି ସି ଜ୍ୟୋତି ରଞ୍ଜନ ପଣ୍ଡା, ପି ଇ ଓ ନମିତା ସାହୁ ଏବଂ ଜନ ପ୍ରତିନିଧି ମୁଦଙ୍ଗ ବାଜା ସହିତ ଘର ଅସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କ ଘରକୁ ଘର ବୁଲି ପୁଷ୍ପ ମାଲ ପିନ୍ଧାଇ ହିତାଧିକାରୀଙ୍କୁ ଘର ସଂପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି ।