-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
05-Jun-2025
ସମ୍ବାଦ ସଂପାଦକଙ୍କ ଉଦ୍ୟମ ଓ ଆୟୋଜନରେ ପୁନଶ୍ଚ ପୃଥିବୀ ବିଚାର ଆଲୋଚନା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସମସ୍ତେ ମତ ଦେଇଥିଲେ।ବଲାଙ୍ଗୀର ସାହିତ୍ଯ ଘର ତରଫରୁ ବିଶ୍ବ ପରିବେଶ ଦିବସରେ ପରିବେଶ ସୁରକ୍ଷା ପାଇଁ ଆଲୋଚନାଚକ୍ରରେ ବଲାଙ୍ଗୀର ସାହିତ୍ଯ ଘର ସଭାପତି ସନ୍ଦୀପ କୁମାର କୁଅଁର ସଭାପତିତ୍ବ କରିଥିଲେ। ଆଲୋଚନାଚକ୍ର ରେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ପ୍ରକୃତିବନ୍ଧୁ ଶିକ୍ଷକ ଭକ୍ତ ଚରଣ ନାଏକ, ପ୍ରକୃତିବନ୍ଧୁ ଶିକ୍ଷକ
ଆନନ୍ଦ ବଡପଣ୍ଡା, ହୃଷୀକେଶ ଦାଶ, ଅଧିବକ୍ତା ଶୁଭ୍ରାଂଶୁ ଶେଖର ପଣ୍ଡା, ଅଧ୍ୟାପକ ସନ୍ତୋଷ କୁମାର ରାଉତ, ଜନସମ୍ବାଦ ସଂପାଦକ ଶଚିତାନନ୍ଦ ବଗର୍ତ୍ତୀ,ସାମ୍ବାଦିକ ନବୀନ ପଶାୟତ, ଅବସରପ୍ରାପ୍ତ ଉଦ୍ୟାନ ଅଧିକାରୀ କେଶବ ଚନ୍ଦ୍ର ମିଶ୍ର, ସାରଥୀ ପଟେଲ ପ୍ରମୁଖ ଅଂଶଗ୍ରହଣ କରି ନିଜର ମତବ୍ୟକ୍ତ କରି ଥିଲେ। ପରେ ଆଗାମୀ ଜୁଲାଇ ମାସରେ ବନ ମହୋତ୍ସବ ଅବସରରେ ବ୍ୟାପକ ବୃକ୍ଷରୋପଣ କରାଯିବାକୁ ଓ ମୋ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଗଛ ଲଗାଅ,ଗଛ ବଞ୍ଚାଅ କୁ ଗୁରୁତ୍ବ ଦେବାକୁ ସମସ୍ତେ ମତ ଦେଇଥିଲେ। ସାହିତ୍ଯ ଘର ସହ ସଂପାଦକ ରଂଜିତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।