-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
12-May-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
-ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମପଦର ମହିମା ଆଶ୍ରମ ରେ ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ସୌଭାଗ୍ୟ ବାବା ଓ ବିଭୀଷଣ ବାବା ଙ୍କ ତତ୍ବାବଧାନରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ, ସମ୍ମାନିତ ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, ଏବଂ ବିଶିଷ୍ଟ ଅତିଥି ଭାବେ ସୋମନାଥ ପୂଜାରୀ ଯୋଗ ଦେଇ ଥିଲେ। ସନ୍ଥ ଯଦୁମଣି ଦାସ, ଋଷି ଦାସ , ଭକ୍ତ ବିଭୁ ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ସଂପୂର୍ଣ୍ଣ ହିନ୍ଦୁ ମହିମା ସମାଜ ର ନୀତିନିୟମ ଅନୁସାରେ ଏକ ଆଧ୍ୟାତ୍ମିକ ପରିବେଶରେ ଭୀମଭୋଇଙ୍କ ଜୟନ୍ତୀ ପାଳନ କରାଯାଇଥିଲା।