-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
12-May-2025
ବଲାଙ୍ଗୀର: ଗତ ୧୦ ତାରିଖରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ବରିଷ୍ଠ ସଭ୍ଯ ଆଡଭୋକେଟ ମଦନ ମୋହନ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୫୯ ବର୍ଷ ହେଉଥିଲା l ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ଶ୍ରୀ ମିଶ୍ର ଗତ କିଛି ଦିନ ହେଲା ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ୧୯୮୮-୮୯ ଶିକ୍ଷା ବର୍ଷରେ ମଦନ ମୋହନ ମିଶ୍ର ରାଜେନ୍ଦ୍ର କଲେଜର ଛାତ୍ର ସଂସଦର ସଭାପତି ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରି ଏ ଆଇ ଏସ୍ ଏଫ୍ ର ସକ୍ରିୟ ସଦସ୍ୟ ରହିଥିଲେ।
ପରବର୍ତ୍ତୀ ସମୟରେ ଓକିଲାତିକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ ସ୍ଵର୍ଗତଃ ମିଶ୍ର । ତାଙ୍କ ପରଲୋକ ରେ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ଆବାହକତ୍ବରେ ସ୍ଥାନୀୟ ସିଭିଲ କୋର୍ଟ ବାର ହଲ୍ ଠାରେ ଅନୁଷ୍ଠିତ ଶୋକସଭାରେ ପ୍ରଥମମେ ଏହି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ସଂଘର ସମସ୍ତ ସଭ୍ଯ, କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସ୍ଵର୍ଗତଃ ମଦନ ମୋହନ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ l ଗତକାଲି ସ୍ଥାନୀୟ ବିଭୂତି ପଡା ଶ୍ମଶାନ ଘାଟ ଠାରେ ଅନୁଷ୍ଠିତ ଅନ୍ତେଷ୍ଟିକ୍ରିୟାରେ ମଧ୍ଯ ଜିଲ୍ଲା ଓକିଲ ସଂଘର ବହୁ ସଭ୍ଯ ଉପସ୍ଥିତ ରହିଥିଲେ l