-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
12-May-2025
ରିପୋର୍ଟ: ଆକାଶ ମିଶ୍ର
ଅତାବିରା, ଚୋରା ଗଞ୍ଜେଇ କାରବାର ତାର କାୟା ବିସ୍ତାର ବରଗଡ଼-ସମ୍ବଲପୁର ପର୍ଯ୍ୟନ୍ତ କରିଥିବାର ଖବର ଅତାବିରା ପୋଲିସ ପାଖରେ ଅନେକ ଦିନରୁ ଖବର ରହିଥିଲା। ଏହି କାରବାରରେ ଲିପ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତାର ପ୍ରୟାସ ଜାରି ରଖିଥିଲା।ଗତକାଲି ଦୁଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ୧୧ ଟା ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଏକ କାର ନଂ ସି ଜି ୦୪ ପି କେ ୪୭୫୦ ଦ୍ରୁତ ବେଗରେ ଅତାବିରା ଦେଇ ଯାଉଥିବା ବେଳେ ସରଣ୍ଡା ଛକରେ କାରର ଆଗ ଚକ ଟି ପଞ୍ଚର୍ ହୋଇଯାଇଥିଲା। ସେହି କାରର ଆଗରେ ଓକିଲ ମାନଙ୍କର ଟାଏ ର ପ୍ରତୀକ ଓ ପଛପଟେ ଖlଟୁ ଶ୍ୟାମ ବାବାଙ୍କ ଧନୁତୀର ର ସଂକେତ ରହିଥିଲା। କାରର ଗତି ଓ ଗାଡ଼ିରେ ରହିଥିବା ସଂକେତକୁ ଦେଖି ପୋଲିସ ମନରେ ସନ୍ଦେହ ହୋଇଥିଲା । କାରରେ ଥିବା ଜଣେ ବ୍ୟକ୍ତି ବବି ଖାଁ କୁ କିଛି ପଚାରିବାରୁ ସିଧାସଳଖ ଭାବରେ କଥାବାର୍ତ୍ତା ନକରି ସେ ନିଜକୁ ପୋଲିସ ବୋଲି ମଧ୍ୟ କହିଥିଲା । ପୋଲିସ କାର ଭିତରକୁ ଯାଞ୍ଚ କରିବାରୁ ପ୍ୟାକେଟରେ ଗଞ୍ଜେଇ ରହିଥିଲା ।ଏହି ଗଞ୍ଜେଇ ସେ ତା ଘରକୁ ନେଉଛି ବୋଲି ମଧ୍ୟ କହିଥିଲା। ପୋଲିସ କାରରେ ଥିବା ବବି ଖାଁ ଓ ସୁଜିତ୍ ସାହୁ ଙ୍କୁ ଗିରଫ କରିବା ସହ କାର, ୨୦ କେଜି ୬୭୦ କେ ଜି ଗଞ୍ଜେଇ ,ଦୁଇଟି ମୋବାଇଲ ଓ ନଗଦ ୪୨ ଶହ ଟଙ୍କା ଜବତ କରିଛି । ପଚରା ଉଚୁରା ରୁ ବବି ଖାଁ (୪୫) ଉତ୍ତର ପ୍ରଦେଶର ଶିକାରା ଚୌରାହା , ମିର୍ମାସ ମହଲା , ଜୌନପୁର ଏବଂ ଯୋଗ ସୂତ୍ର ରଖୁଥିବା ବ୍ୟକ୍ତି ସୁଜିତ୍ ସାହୁ ସୁବର୍ଣ୍ଣପୁର ଜିଲ୍ଲା ର ଉଲୁଣ୍ଡା ଥାନା ଅନ୍ତର୍ଗତ ପତ୍ରାପାଲିର ମୂଳବାସିନ୍ଦା ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଲରାସରା ରେ ରହି ଏହି କାରବାର କରୁଥିବା ଜଣା ପଡ଼ିଥିଲା ଓ ସେମାନେ ଏହି ଗଞ୍ଜେଇ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ମଧ୍ୟ ପ୍ରକାଶ କରିଥିଲେ । ଗତକାଲି ଏହି ଘଟଣାକୁ ନେଇ ଆଜି ବରଗଡ଼ ଜିଲ୍ଲା ଏସ ଡି ପି ଓ ପଦାରବିନ୍ଦ ତ୍ରିପାଠୀଙ୍କ ଉପସ୍ଥିତିରେ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଉକ୍ତ ଘଟଣାର ସୂଚନା ଦେଇଥିଲେ ।ଆଜି
ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହା ବ୍ୟତୀତ ଏହି କାରକୁ ଧରିବା ବେଳେ ଉକ୍ତ କାର ଆଗରେ ଅନ୍ୟ ଏକ କାର ଯାହା ଏହି ଗଞ୍ଜେଇ ଥିବା ଗାଡ଼ିକୁ ପାଇଲଟ କରୁଥିଲା ତାହା ଚଂପଟ ମାରିଥିଲା। ସେହି କାର ରେ ଥିବା ବ୍ୟକ୍ତି ମାନେ ଏହି ଗଞ୍ଜେଇ କାରବାର ସହ ସଂଶ୍ଳିଷ୍ଟ ରହିଥିବା ସମ୍ଭାବନା ନେଇ ପୋଲିସ ତାଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ।ଏହି ଚୋରା କାରବାରର ଚେର ଆଉ କେତେ ଦୂର ଲମ୍ବିଛି ତାହା ତଦନ୍ତରୁ ଜଣା ପଡ଼ିବ।ସାମ୍ପ୍ରତିକ ଭାରତ-ପାକିସ୍ଥାନ ମଧ୍ୟରେ ଘନଘୋର ଲଢ଼େଇ ଚାଲିଥିବା ବେଳେ ଏମିତି ଗଞ୍ଜେଇ ଚୋରାଚାଲାଣରେ ମୁସଲମାନ ଲୋକ ସଂଶ୍ଳିଷ୍ଟ ଥିବା, ପୁଣି ତାହା ବିଭିନ୍ନ ରାଜ୍ୟକୁ ଚାଲାଣ କରୁଥିବା ନେଇ ସାଧାରଣ ଜନତାଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ କିଛି ଆତଙ୍କ ମଧ୍ୟ ଦେଖାଦେଇଛି ।