-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
11-May-2025
'ଏକ ସ୍ବୟଂସିଦ୍ଧ କଳା ହେଉଛି କବିତା। ଧାଡିଟିଏ ଭିତରେ, ଧାଡିଟିଏ ପାଇଁ ଯୁଗ ଟିଏ ଅପେକ୍ଷିବାକୁ ପଡିଥାଏ। କବିତାର କଲ୍ଲୋଳ ସେତେବେଳେ ପ୍ରବାହିତ ହୁଏ,ଯେତେବେଳେ ଅନୁଭବର ଅନନ୍ୟତାରେ କବିପ୍ରାଣ ଆପ୍ଳୁତ ହୁଏ।ଆଜି ଅନୁଭବର ଅଭାବ ହିଁ କବିତାକୁ, ସାହିତ୍ୟକୁ ପାଠକ ଠାରୁ ଦୁରେଇ ଦେଇଛି'
ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ସାପ୍ତାହିକ "ଆଞ୍ଚଳିକ ସମ୍ବାଦ"ର ପ୍ରାୟୋଜନରେ ସ୍ରୋତସ୍ବତୀ ପ୍ରକାଶନୀର ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର ସ୍ରୋତସ୍ବତୀର ଖରା ସଂଖ୍ୟା ପୁନଃ ପାଠକାର୍ପଣ ଅବସରରେ ମତ ପ୍ରକାଶ ପାଇଛି। ନିଦାଘର ଉଷ୍ମତା ଭିତରେ ଆୟୋଜିତ ଏହି ସାରସ୍ବତ ସମାରୋହ "ନିର୍ଲିପ୍ତ ନିଦାଘ " ର ପ୍ରଥମ ଅଧିବେଶନରେ ପତ୍ରିକା ର ମୁଖ୍ଯ ସଂପାଦକ ସନ୍ଦୀପ କୁମାର କୁଅଁର ସଭାପତିତ୍ବ କରିଥିବା ବେଳେ ସଂପାଦକ ଡକ୍ଟର ସଂଜୟ କୁମାର ମିଶ୍ରଙ୍କ ସହ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ନାଟ୍ୟକାର ନିର୍ଦ୍ଦେଶକ ଅଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର, କବୟତ୍ରୀ ଡାକ୍ତର ଜ୍ୟୋତିର୍ମୟୀ ସାହୁ,ଡକ୍ଟର ଗୋବର୍ଦ୍ଧନ ନାୟକ ବରେଣ୍ଯ ଅତିଥି ଭବରେ ଯୋଗଦେଇ ସାହିତ୍ଯ ସୃଜନ ଏକ ତପସ୍ୟା ପରି,
ପରି,ଏଥିପାଇଁ ଅନୁଭବର ତୀବ୍ରତା ଜରୁରୀ ଓ ବଲାଙ୍ଗୀର ର ଉଜ୍ବଳ ସାରସ୍ବତ ପରଂପରାକୁ ଆଗେଇ ନେବାକୁ ପ୍ରକାଶିତ ହୋଇଥିବା ସାହିତ୍ଯ ପତ୍ରିକା ସ୍ରୋତସ୍ବତୀ ଅତୀତରେ ବହୁ ନୂତନ ପ୍ରତିଭାଙ୍କୁ ଆଗକୁ ଆଣିଥିବା ବେଳେ ଆଗାମୀ ସମୟରେ ନବ ନବପ୍ରତିଭାଙ୍କ ସ୍ଫୁରଣର ମାଧ୍ୟମ ହେଉ ବୋଲି କହିଥିଲେ। ପ୍ରାରମ୍ଭରେ ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯ ର ସ୍ବର ସ୍ରୋତସ୍ବତୀ ର ଖରା ସଂଖ୍ୟା କୁ ପାଠକାର୍ପଣ ପରେ ମୁଖ୍ଯ ସଂପାଦକ ସନ୍ଦୀପ କୁମାର କୁଅଁର ଓ ସଂପାଦକ ପତ୍ରିକା ର ଅତୀତ ଓ ବର୍ତ୍ତମାନ ର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। ଡକ୍ଟର ଲକ୍ଷ୍ମଣ କୁମାର ମେହେର ସ୍ବାଗତ ବକ୍ତବ୍ଯ ଦେଇଥିବା ବେଳେ କବୟତ୍ରୀ ସବିତା ମେହେରା ସଂପାଦନା ମଣ୍ଡଳୀ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡକ୍ଟର ସଂଜୟ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ନିର୍ଲିପ୍ତ ନିଦାଘର ବହୁଭାଷୀ କବିତା ପାଠୋତ୍ସବ। କବୟତ୍ରୀ ଅଧ୍ୟାପିକା ବନ୍ଦନା କର ଓ ଝରଣା ସାହୁ। କବି ହୃଷୀକେଶ ପୁରୋହିତ, ରଶ୍ମୀ ପାତ୍ର, କସ୍ତୁରୀ ରଥ,ଶୁଭ୍ରାଂଶୁ ଶେଖର ପଣ୍ଡା,ବ୍ରହ୍ମାନନ୍ଦ ବନଛୋର, ଜ୍ଯୋତିରାଣୀ ମିଶ୍ର, ଅଶୋକ କୁମାର ସେଠୀ, ଡକ୍ଟର ପୁରୁଷୋତ୍ତମ ମିଶ୍ର, ସଂଯୁକ୍ତା ପରିଛା,ଭକ୍ତ ଚରଣ ନାଏକ,ସନ୍ଦୀପ କୁମାର କୁଅଁର, ପୁସ୍ତକ ଜୁଆଡି,ଗଣେଶ ବାରିକ,ସବିତା ମେହେରା, ଭାଗବତ ଗାଥା ର କବି ତରୁଣ କୁମାର ପରିଚ୍ଛା,ଡକ୍ଟର ଲକ୍ଷ୍ମଣ କୁମାର ମେହେର, ଲୋକେଶ୍ୱର ପାଣ୍ଡେ,ମୃଗେଶ ବୈଷ୍ଣବ ପାଣିଗ୍ରାହୀ,ଭାଗ୍ୟବନ୍ତ ମହାଲିଙ୍ଗ ପ୍ରମୁଖ ଅର୍ଧଶତାଧିକ କବି ସ୍ବରଚିତ କବିତାମାନ ପାଠ କରିଥିଲେ।