-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
11-May-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ଫରେଷ୍ଟ ପାର୍କ ଠାରେ ଏକ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଛି l ଦିବ୍ୟ ଉର୍ଯ୍ୟl ଯୋଗ ସେବା ସମିତି ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପତଞ୍ଜଳି ଯୁବ ଭାରତ ଓଡିଶା ରାଜ୍ୟ ପ୍ରଭାରୀ ଶ୍ରୀ ଅମୃତାନ୍ସୁ ପଧାନ ଯୋଗ ଦେଇ ଯୋଗ ସାଧକ ମାନଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ୍ କରି ଏକ ସୁସ୍ଥ ଶରୀର ସୁସ୍ଥ ସମାଜ ଗଠନ ପାଇଁ ବିଭିନ୍ନ ପରାମର୍ଶ କରି ଯୋଗ ରେ ସବୁ ଲୋକ ଙ୍କୁ ଯୋଡ଼ିବାକୁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ପତଞ୍ଜଳୀ ଭାରତ ସ୍ଵାଭିମାନ ର ମନୋଜ ପଣ୍ଡା ସହଯୋଗ କରିଥିବା ବେଳେ ପତଞ୍ଜଳି ଯୋଗ ସମିତି ର ମହିଳା ପରାମର୍ଶ ଦାତା ପ୍ରଧ୍ୟାପିକା ପ୍ରତିମା ରଥ ଯୋଗ ଦେଇ ଥିଲେ l ଦିବ୍ୟ ଉର୍ଯ୍ୟl ଯୋଗ ସମିତି ଓ ମହିଳା ଯୋଗ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ହରିଦ୍ଵାର ରେ ହେଉଥିବା ଆଧୁନିକ ଚିକିତ୍ସା ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।