-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ସୋନେପୁର ଜିଲ୍ଲା ଡୁଙ୍ଗୁରିପାଲି କଲେଜ ଛକରେ ଗୁରୁବାର ରାତିରେ ଗୁଳିକାଣ୍ଡ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଦୁର୍ଗା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଡୁଙ୍ଗୁରିପାଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାଥମିକ ତଦନ୍ତରୁ ଏହା ରାଜପଥ ଲୁଟିଆଙ୍କ କାରବାର ବୋଲି ପୁଲିସ ଆଶଙ୍କା କରୁଛି।
ଡୁଙ୍ଗୁରିପାଲି କୁଦେଇପଡ଼ାର ଧୀରେନ ଭୋଗ(୩୦) ଓ ସଞ୍ଜୟ ସେଠ(୨୮) ଉଭୟ ରାତି ୮ଟା ୩୦ରେ ବାଇକ୍ ଯୋଗେ
ଡୁଙ୍ଗୁରିପାଲି ସହରକୁ ଆସୁଥିଲେ । କଲେଜ ଛକରେ ୨ଟି ବାଇକରେ ମୁଖା ପିନ୍ଧା ଯୁବକ ଆସି ସେମାନଙ୍କୁ ଅଟକାଇ ଥିଲେ । ଦୁର୍ବୃତ୍ତମାନେ ଧୀରେନ ଓ ସଞ୍ଜୟଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ବିରୋଧ କରିବାରୁ ଧୀରେନଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ତାହାଣ ଗୋଡ଼ ଜଂଘରେ ଗୁଳି ବାଜିଥିଲା | ସେ ତଳେ ପଡ଼ିଯିବା ପରେ ସଞ୍ଜୟଙ୍କ ସାର୍ଟ ପକେଟ୍ରେ ଥିବା ୨୦ ହଜାର ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଧୀରେନଙ୍କୁ ସଞ୍ଜୟ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଖବର ପ୍ରଚାରିତ ହେବାରୁ ଡାକ୍ତରଖାନା ରେ ଲୋକଙ୍କ ଭିଡ଼ ଜମିଥିଲା I ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ
ସଦଳବଳ ପହଞ୍ଚି ଆହତଙ୍କ ସହ ଆଲୋଚନା କରିଥିଲେ। ହୁଙ୍ଗୁରିପାଲିରୁ ବିଭିନ୍ନ ଅଞ୍ଚଳକୁ ଯାଇଥିବା ରାସ୍ତାରେ ପୁଲିସ ପାଟ୍ରୋଲିଂ ସହ ଗାଡ଼ି ଯାଞ୍ଚ କରାଯାଇଥିଲା । ଧୀରେନଙ୍କ ପ୍ରାଥମିକ ଚିକିତ୍ସା ପରେ କଂଘରୁ ଗୁଳି ବାହାର ପାଇଁ ତାଙ୍କୁ ବୁର୍ଲା ପଠାଯାଇଛି। ସୁବର୍ଣ୍ଣପୁର ଜିଲା ଏସ୍ପିଙ୍କୁ ଘଟଣା ନେଇ ଅବଗତ କରାଯାଇଛି। ଶୁକ୍ରବାର ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳ ଯାଞ୍ଚ କରିବେ । ପନିପରିବା ବିକ୍ରୟ କରୁଥିବା ସଞ୍ଜୟଙ୍କଠାରୁ ଟଙ୍କା ଲୁଟି ଓ ଧୀରେନଙ୍କୁ ଗୁଳି ପଛରେ ପୂର୍ବ ଶତ୍ରୁତା ଦିଗକୁ ବି ପୁଲିସ ଯାଞ୍ଚ ପରିସରଭୁକ୍ତ କରିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।