-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
18-Apr-2025
ଡୁଙ୍ଗୁରିପାଲି/ଏସ୍.ରାମପୁର(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଡେଲିଟିକ୍ରା କେନାଲଖଣ୍ଡିସ୍ଥିତ ଶଙ୍କର୍ଷଣ ସାହୁଙ୍କ ଘର ସାମ୍ନାରୁ ସୋମବାର ବିଳମ୍ବିତ ରାତିରେ ଏକ ବଲେରୋ ଗାଡ଼ି (ଓଡି ୦୨ ଏଲ୍ ୪୬୬୭) ଗୋରି ହୋଇଥିଲା । ବିଲମ୍ରାବିତ ରତିରେ କେତେଜଣ ଦୁର୍ବୃତ୍ତ ଉକ୍ତ ଗାଡ଼ିର ଲଜ ଖୋଲି ଚୋରି କରି ଫେରାର ମାରିଥିଲେ I ତେବେ ଶଙ୍କର୍ଷଣ ସାହୁ ଏବଂ ତାଙ୍କ ପରିବାର ଲୋକେ ସକାଳୁ ଉଠିଲା ପରେ ଘର ସାମ୍ନାରେ ଗାଡ଼ି ନଥିବା ଦେଖି ଚୋରି ହୋଇଥିବା ଜାଣିବାକୁ ପାଇ ରାମପୁର ଥାନାକୁ ସୂଚନା ଦେଇଥିଲେ l ଉକ୍ତ ଗାଡ଼ିରେ ଜିପିଏସ୍ ଗ୍ରାଜର ଲଗାଯାଇଥୁବାରୁ ପୁଲିସ ଟ୍ରାକ୍ କରି ଗାଡ଼ିକୁ ବଲାଙ୍ଗୀର ସଦେଇପାଲି ଅଞ୍ଚଳରେ ଠାବ କରାଯାଇଥିଲା I ବଲାଙ୍ଗୀର ସଦର ଥାନା ଆଇଅ।ଇସି ରାଜକୁମାର ବିଶ୍ଵାଳଙ୍କ ନେତୃତ୍ୱରେ ଏକ ଟିମ୍ ଗାଡ଼ିକୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଥିଲେ ।
ପରେ ସେମାନଙ୍କୁ ରାମପୁର ପୁଲିସକୁ ହସ୍ତାନ୍ତର କରାଯାଇ ଥିଲା। ତିନିଜଣ ଯାକ ଅଭିଯୁକ୍ତ ଜଡ଼ିବୁଟି / ଶିଳାଜିତ ବିକ୍ରି କରୁଥିବା ବେଳେ ଅନେକ ସମୟରେ ରାମପୁର ଆସି ସାପ୍ତାହିକ ବଜାର ପ୍ରାଙ୍ଗଣରେ ରହି ବ୍ୟବସାୟ କରୁ ଥିଲେ I ଗିରଫ ତିନି ଅଭିଯୁକ୍ତ ରାଜୁ ସିଂହ, ଶାନ୍ତା ସିଂହ ଏବଂ ସୁରେନ୍ଦ୍ର ସିଂହ ରାଜୁ ଓ ସୁରେନ୍ଦ୍ରଙ୍କ ଘର ଉତ୍ତର ପ୍ରଦେଶ ହୋଇଥିବା ବେଳେ ଶାନ୍ତା ସିଂହର ଘର ମହାରାଷ୍ଟ୍ର ବୋଲି ସୂଚନା ମିଳିଛି। ରାମପୁର ଥାନା ଏସ୍ଆଇ ବସନ୍ତ ରଥ ଏହାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।