-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||     

HOME   ବିଶେଷ

ପେଟ ଯାଉଛି ପୋଡି, ଲାଜ କରି କି ଲାଭ… ସ୍ୱାମୀ ପକ୍ଷାଘାତରେ ପଡିବା ପରେ ଘରୁ ପାଦ କାଢିଛନ୍ତି ମହିଳା । ପରିବାର ପେଟରେ ଦାନା ଦିମୁଠା ଦେବାକୁ ଦହିବରାକୁ କରିଛନ୍ତି ସାହାରା

17-Jan-2021



(ପ୍ରେରଣା ବ୍ୟୁରୋ) : ଯେତବେଳେ ପେଟ ପୋଡି ଯାଉଛି, ସେତେବେଳେ ଲାଜ କରି କି ଲାଭ । ଭୋକର ଜ୍ୱାଳାରେ ଯେତେବେଳେ ଜୀବନ ଜଳି ଯାଉଛି, ଆଖି ଆଗରେ ପରିବାର ଲୋକେ ଆଉଟୁପାଉଟୁ ହେଉଛନ୍ତି ସେଠି ବା ଏ ଲାଜର ମାନେ କଣ ? ଲୁହ ପିଇ ଲକ୍ଷ୍ମଣରେଖା ଭିତରେ ରହିବା ଠାରୁ ବରଂ ଏରୁଣ୍ଡି ଡେଇଁ ଦିପଇସା ରୋଜଗାର କରିବା ଭଲ । ସେଇଥିପାଇଁ ଘରୁ ବାହାରି ରାସ୍ତା କଡରେ ଦହିବରା ବିକୁଛନ୍ତି ଏ ମହିଳା ଜଣଙ୍କ । ପରିବାର ପେଟରେ ଦାନାଗଣ୍ଡେ ଦେବାକୁ, ଦୁଃଖ ଭିତରେ ଭାତ ମୁଠେ ଖାଇବାକୁ ସବୁ ଲାଜକୁ ଲକଡାଉନ କରି ସାଇକେଲ ଧରି ସଙ୍ଘର୍ଷ କରୁଛନ୍ତି । ନାଁ- ଅନିତା ସାହୁ । ପୁରୀ ଛପନଛକରେ ଭଡାଘରେ ରହୁଛନ୍ତି । ସ୍ୱାମୀ ଜିତେନ୍ଦ୍ର ସାହୁ ପକ୍ଷାଘାତରେ ପୀଡିତ ହୋଇ ରୋଗଶଯ୍ୟାରେ ଶୋଇଛନ୍ତି । ସ୍ୱାମୀଙ୍କୁ ପାରାଲିସିସ ହେବା ପରେ ଏବେ ପରିବାରର ଦାୟିତ୍ୱ ଅନିତାଙ୍କ ଉପରେ । ଘରେ ଦୁଇ ଦୁଇଟି ଝିଅ, ଶାଶୁ ଶ୍ୱଶୁର ଆଉ ନିଜକୁ ମିଶାଇଲେ ମୋଟ ୬ ଜଣ । ନୟାଗଡ ଇଟାମାଟିରୁ ଆସି ପୁରୀରେ ସ୍ୱାମୀ ସାଇକେଲ ମରାମତି ଦୋକାନଟେ କରିଥିଲେ ଯେଉଁଥିରେ ପେଟକୁ ଖାଇବାକୁ ଗଣ୍ଡେ ମିଳିଯାଉଥିଲା ହେଲେ ଏବେ ସ୍ୱାମୀ ରୋଗାଗ୍ରସ୍ତ ହେବା ପରେ କେମିତି ଚଳିବ ପରିବାର, କେମିତି ବଞ୍ଚିବ ୬ଟି ଜୀବନ। ସେହି ଚିନ୍ତାରେ ଥିବା ଅନିତା ଶେଷରେ ଦହିବରାକୁ ସାହାରା କରିଛନ୍ତି। ରାତି ପାହିବା କ୍ଷଣି ରାସ୍ତାକଡୁକୁ ବାହାରି ଆସନ୍ତି ଅନିତା । ସାଇକେଲ ଆଗରେ ଦୁଇଟି ବଡ ବଡ ହାଣ୍ଡିରେ ଦହିବରା ଆଳୁଦମ ଧରି ବୁଲି ବୁଲି ବିକ୍ରି କରନ୍ତି । କେଉଁଦିନ ୧୦୦ ଟଙ୍କା ହୁଏ ତ କେଉଁଦିନ ୫୦୦ ରୋଜଗାର । ସେତିକି ଟଙ୍କାରେ ପୁରୀ ଭଳି ଜାଗାରେ ଘରଭଡା ସହ ୬ ଜଣଙ୍କୁ ଚଳାନ୍ତି ଅନିତା । ଖରାତରାରେ ନିଜକୁ ସିଝାଇ ପରିବାର ମୁହଁରେ ମୁଠେ ଖାଦ୍ୟ ଦିଅନ୍ତି ଏ ମହିଳା ଜଣଙ୍କ ।ପରିସ୍ଥିତି ସେତିକି ବାଧ୍ୟ ନକଲେ, ସମୟ ସେତିକି ନିଷ୍ଠୁର ନହେଲେ ସାଧାରଣ ଗାଁ ଗହଳିର ମହିଳା ଜଣେ ରାସ୍ତାକୁ ଓହ୍ଲାଏନି । ଯଦିଓ ଓଢଣା ଭିତରେ ରହିବାର ଜମାନା ଗଲାଣି, ମହିଳାମାନେ ସ୍ୱାବଲମ୍ବୀ ହୋଇ ଘରୁ ଗୋଡ କାଢିଲେଣି । କିନ୍ତୁ ଅନିତାଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା । ଏଠି ମହିଳାଟିଏ ଏରୁଣ୍ଡି ଡେଉଁଛି ସ୍ୱାମୀକୁ ବଞ୍ଚାଇବାକୁ, ପରିବାର ଚଳାଇବାକୁ ଆଉ ପିଲାଙ୍କ ଭବିଷ୍ୟତ ଗଢିବାକୁ…


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026

You Might Also Like