-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||     

HOME   ରାଜ୍ୟ

ଜଗା ଦର୍ଶନ ପାଇଁ କଟକଣା ହେଲା କୋହଳ ଦରକାର ପଡ଼ିବନି କୋଭିଡ ନେଗେଟିଭ୍‌ ରିପୋର୍ଟ

17-Jan-2021



ପୁରୀ (ପ୍ରେରଣା ଖବର): ଆଗାମୀ ୨୧ତାରିଖରେ କୋଭିଡ ରିପୋର୍ଟ ବିହୀନ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ SOPକୁ କୋହଳ କରାଯାଇ ଦର୍ଶନ ବ୍ୟବସ୍ଥା ନେଇ କରାଯାଇଥିବା ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନର ବ୍ୟବସ୍ଥା କରାଯିବାକୁ ଥିବାବେଳେ ୨୧ତାରିଖ ଠାରୁ ନେଗେଟିଭ ରିପୋର୍ଟ ଦର୍ଶନ ପାଇଁ ବାଧ୍ୟତା ମୂଳକ ନୁହେଁ। ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଦିନ ଶ୍ରୀମନ୍ଦିର ସାନିଟାଇଜ କରାଯିବ। ଆଜିର ଆଲୋଚନାରେ ପୁରୀ ଓ ଶ୍ରୀମନ୍ଦିର ପ୍ରଶାସନ ଏବଂ ମେଡିକାଲ ଟିମ୍‌ଙ୍କ ମଦ୍ୟରେ ଆଲୋଚନା ହୋଇଥିଲା। ଆସନ୍ତା ୨୧ ତାରିଖରୁ ବିନା କୋଭିଡ୍ ରିପୋର୍ଟରେ ଜଗନ୍ନାଥ ଦର୍ଶନ କରିପାରିବେ। ଦୈନିକ ୩୦ ହଜାର ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାର ଯୋଜନା କରାଯାଇଛି। ଯଦି ଅଧିକ ହୁଅନ୍ତି, ତେବେ ସେଥିପାଇଁ ଆମେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବୁ। ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ। 
-ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ
ଗତ ୨୬ ତାରିଖରୁ ଆଜି ପର୍ଯ୍ୟନ୍ତ ୧ଲକ୍ଷ ୨୫ହଜାର ୪୧୧ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ଆଗାମୀ ଦିନରେ ୨୧ତାରିଖ ରୁ ପ୍ରତିଦିନ ପାଖାପାଖି ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆବଶ୍ୟକ ପଡିଲେ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବୈଠକ ପରେ ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ୯ ମାସ ଧରି ସାଧରଣ ଲୋକ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଗତ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିଥିଲା। ପ୍ରଥମେ ସେବାୟତ ପରିବାର ଓ ପରେ ପୁରୀ ସହର ବାସିନ୍ଦାଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ସହ ପ୍ରତି ଓ୍ୱାର୍ଡ ବୁଲି ପୌରପାଳିକା ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟାଯାଇଥିଲା। କେଉଁ ଦିନ କେଉଁ ଓ୍ୱାର୍ଡବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯାଇଥିଲା। ଜାନୁଆରୀ ୩ରୁ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଥିଲା କୋଭିଡ୍ ନେଗେଟିଭ୍ ରିପୋର୍ଟ। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ସେଇ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026

You Might Also Like