-+91-9937148622 |

prerana_bgr@rediffmail.com |

  Thursday 12th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||     

HOME   ଜିଲ୍ଲା

ପ୍ରାରମ୍ଭ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ

14-Mar-2025



(ପ୍ରେରଣା ଖବର )
  'ପ୍ରାରମ୍ଭ' ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ପ୍ରକୃଷ୍ଟ ଆରମ୍ଭ ହେଉଛି ପ୍ରାରମ୍ଭ । ପ୍ରାରମ୍ଭ ଏକ ଅଭିନବ ରୂପରେ ଜନ୍ମ ନେଇଛି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ । ପୂର୍ବରୁ ଯେତେଥର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି ସେଇଠି ବାହ୍ୟ ସାଂସ୍କୃତିକ ଦଳକୁ ଗୁରୁତ୍ୱ ଦିଆଯାଉଥିଲା । ସେମାନେ ତାଙ୍କର ନୃତ୍ୟ ପ୍ରଦର୍ଶନ କରୁଥିଲେ । ଛାତ୍ରଛାତ୍ରୀମାନେ କେବଳ ଦର୍ଶକ ରୂପେ ଉପନୀତ ହେଉଥିଲେ । ପ୍ରାରମ୍ଭ ଏକ ନୂଆ ମୋଡ ନେଇ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱ ଦେଇଛି । ଛାତ୍ରଛାତ୍ରୀଙ୍କ କଳାର ବିକାଶ ପାଇଁ ପ୍ରାରମ୍ଭ ସାଜିଛି ଏକ ପ୍ରୟୋଗଶାଳା । ଏଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ନୃତ୍ୟ , ଗୀତ ଓ ହାସ୍ୟୋଦ୍ଦୀପକ ନୃତ୍ୟ ପ୍ରଦର୍ଶନ କରି ମନୋରଞ୍ଜନ କରିଥିଲେ । ଛାତ୍ରଛାତ୍ରୀମାନେ ନିଜର କଳାକୁ ନିଜେ ଚିହ୍ନି ଅନ୍ୟକୁ ପରିଚୟ ଦେଇଥିଲେ । ସାଂସ୍କୃତିକ ମଞ୍ଚକୁ ପରିଚାଳନା କରିବାରେ ଛାତ୍ରଛାତ୍ରୀମାନଙ୍କ ପ୍ରମୁଖ ଭୂମିକା ରହିଥିଲା । ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପ୍ରାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବଟି ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା । ମୋ ପିଲାମାନଙ୍କ ଖୁସି ହିଁ ମୋ ଖୁସି ବୋଲି ଭାରପ୍ରାପ୍ତ କୁଳପତି ଛାତ୍ରଛାତ୍ରୀଙ୍କ ଭିତରେ ଶ୍ରଦ୍ଧା ବାଣ୍ଟିଥିଲେ । କୁଳସଚିବ ଶ୍ରୀ ପିତାମ୍ବର ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।  ମୁଖ୍ଯ ଅତିଥି ରୂପେ ମାନ୍ୟବର ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ , ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଯୁବପିଢୀ ଦ୍ୱାରା ସବୁ ସମ୍ଭବ ବୋଲି ଅଭିମତ ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଉତ୍ସାହିତ କରିଥିଲେ । ସାଂପ୍ରତିକ ସମୟରେ ବୈଷୟିକ ଜ୍ଞାନ କୌଶଳ ହିଁ ଛାତ୍ରଛାତ୍ରୀମାନଙ୍କୁ ଦେଶ ବିଦେଶରେ ପରିଚିତ କରାଇବା ସହିତ  ରାଷ୍ଟ୍ରର ସମୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ମଧ୍ଯ ମୁଖ୍ଯ ଅତିଥି କହିଥିଲେ । ମୁଖ୍ଯ ବକ୍ତାରୂପେ ପ୍ରଫେସର ଏସ୍ ଏସ୍ ଦାସ, ଅଧ୍ୟକ୍ଷ,  ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ, ଭବାନୀପାଟଣା ଯୋଗଦାନ କରି ଶୃଙ୍ଖଳା ତଥା ସଂସ୍କାର ହେଉଛି ଛାତ୍ରଛାତ୍ରୀମାନଙ୍କ ଭୂଷଣ ବୋଲି ମାର୍ଗଦର୍ଶନ କରିଥିଲେ । ସମ୍ମାନିତ ଅତିଥି ରୂପେ ପ୍ରଫେସର ବସନ୍ତ କୁମାର ପ୍ରଧାନ, ଡିନ୍ ସହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ, ଉପସ୍ଥିତ ହୋଇ ଛାତ୍ରଛାତ୍ରୀମାନେ ତ୍ୟାଗୀ, ଉଚ୍ଚ ଅଭିଳାଷୀ ତଥା ଜିଜ୍ଞାସୁ ପ୍ରବୃତ୍ତିର ହେବା ଉଚିତ ବୋଲି କହିଥିଲେ । ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ଡକ୍ଟର ମଧୁଲିକା ସାହୁ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରବନ୍ଧ, ବକ୍ତୃତା, କବିତା ଲିଖନ, ଚିତ୍ରାଙ୍କନ,  ସଂଗୀତ , ନୃତ୍ୟ, ବାଦ୍ୟବାଦନ, କୁଇଜ, ଜଷ୍ଟ ଏ ମିନିଟ୍, ସ୍କିଟ୍, ଏକକ ଅଭିନୟ, ସାମରିକ ବାହିନୀ, ଅର୍ଥ ରେଡକ୍ରସ,  ଜାତୀୟ ସେବା ଯୋଜନା, କ୍ରୀଡା, ଗବେଷଣା ପ୍ରଭୃତି କ୍ଷେତ୍ରରେ ରାଜ୍ୟ ତଥା ଜାତୀୟ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିଷଦ, ପରୀକ୍ଷା ବିଭାଗ ,ମହାବିଦ୍ୟାଳୟ ବିକା ପରିଷଦ, ଛାତ୍ର ମଙ୍ଗଳ, ଗବେଷଣା ପରିଷଦ, ନାମଲେଖା, ଲାଇବ୍ରେରୀ, ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ୟୁଥ ରେଡକ୍ରସ, କ୍ରୀଡା ପରିଷଦ, ତଥା ଅନ୍ୟାନ୍ୟ ବିଭାଗରେ ନିଜକୁ ସମର୍ପଣ କରି କାର୍ଯ୍ୟ କରୁଥିବା ତଥା ନାନା ବାଧାବିଘ୍ନ ସତ୍ତ୍ୱେ ଏହି ବିଶ୍ୱବିଦ୍ୟାଳୟକୁ ଆଗେଇନେବା ପାଇଁ ଯେଉଁମାନେ ପ୍ରାଣପଣେ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ଯ ସମ୍ବର୍ଦ୍ଧନା କରାଯାଇଥିଲା । ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହିତ ପ୍ରାରମ୍ଭ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   11-Mar-2026
  ଜିଲ୍ଲା  
ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   11-Mar-2026
  ଜିଲ୍ଲା  
ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   11-Mar-2026
  ଜିଲ୍ଲା  
*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   11-Mar-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   11-Mar-2026
  ଜିଲ୍ଲା  
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   11-Mar-2026
  ଜିଲ୍ଲା  
ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   11-Mar-2026
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026

You Might Also Like