-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
14-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆସନ୍ତା ୧୭ ମାର୍ଚ୍ଚ ୨୦୨୫ ଦିନ ସୋମବାର ପଶ୍ଚିମ ଓଡିଶା ବରଗଡ଼ ଜିଲ୍ଲାର ସୟାଁ ଖେଳ ପଡିଆ ଠାରେ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଅଛି। ଯେଉଁଥିରେ ସଂଯୁକ୍ତ କିସାନ ମୋର୍ଚ୍ଚା କେନ୍ଦ୍ରୀୟ ସମ୍ବନୟ ସମିତି ସଦସ୍ୟ ସର୍ବମାନ୍ୟ କୃଷକ ନେତା ଶ୍ରୀଯୁକ୍ତ ଚୌଧୁରୀ ରାକେଶ ଟିକାୟତ -ୟୁପି,ସତ୍ୟବାନ ଜି- ହରିୟାଣା, ଦର୍ଶନ ପାଳ-ପଞ୍ଜାବ,ରାଜେନ୍ଦ୍ର ଚୌଧୁରୀ- ବିହାର, ଅଫ୍ଲାତୁନ ଦେଶାଇ- ବାରଣାସୀ,ବିଜୁ କ୍ରିଷ୍ଣନ- ଦିଲ୍ଲୀ,ଜୟତୁ ଦେଶମୁଖ - ବଙ୍ଗାଲ,ରଞ୍ଜନ କ୍ଷୀରସାଗର - ମହାରାଷ୍ଟ୍ର, ଆଶିଷ ମିତ୍ତଲ - ୟୁପି ପ୍ରମୁଖ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ରାଜ୍ୟ ପ୍ରତିନିଧି ସୁରେଶ ପାଣିଗ୍ରାହୀ, ରଘୁନାଥ ଦାସ, ଅଶୋକ ପଧାନ, ଭଲ ଚନ୍ଦ୍ର ଷଡଙ୍ଗୀ, କ୍ଷୀରୋଦ ସିଂଦେଓ ମଧ୍ୟ ଆସିବାର ସହମତି ପ୍ରଦାନ କରିଛନ୍ତି। କୃଷକ ମାନେ ଗରିବ ନୁହନ୍ତି, ସଂଗଠିତ ହୋଇନଥିବା କାରଣରୁ ସେମାନଙ୍କ ହକ ଅଧିକାର ଠିକ ଭାବେ ମିଳୁନାହିଁ ଏବଂ ଅନେକ ସ୍ତରରେ ଚାଷୀଙ୍କୁ ଶୋଷଣ କରାଯାଉଛି ଓ ସରକାର ମାନଙ୍କ ଦ୍ୱାରା ନୀତିଗତ ଭାବରେ କୃଷକ ମାନଙ୍କୁ ତଳିତଳାନ୍ତ କରିବା ଚେଷ୍ଟା ଚାଲିଛି। ଏଣୁ ଏହିପରି ସ୍ଥଳେ ବିକଳ୍ପ ବିରୋଧୀ ଭାବେ କୃଷକ ମାନଙ୍କ ଅନେକ ସମସ୍ୟା ଲୋକଲୋଚନ କୁ ଆଣି ସରକାର ଏବଂ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଛି।
ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ଜିଲ୍ଲାର ଅଗ୍ରଣୀ ସମଭାବ ପର୍ଣ୍ଣ ୧୫ ଗୋଟି ଅନୁଷ୍ଠାନ ଏବଂ ସଂକଳ୍ପ ପରିବାର, କୋଶଲ ସେନା ସମର୍ଥନକୁ ନେଇ ଗଠିତ ହୋଇଛି । ଏହି ସଂଗଠନ ନିର୍ଦଳୀୟ, ନିରପେକ୍ଷ, ସମାଜବାଦୀ ଜନମଙ୍ଗଳ ସହିତ କୃଷକ ମାନଙ୍କ ହକ ଅଧିକାର ଲାଗି କାର୍ଯ୍ୟ କରିବା ପାଇଁ ସଂକଳ୍ପିତ। ବିଶେଷ କରି ଅର୍ଥନୈତିକ ସମତା ପାଇଁ ଲଢେଇ ଜାରି ରଖିଛି। ଏଣୁ ସମସ୍ତ ଚାଷୀଙ୍କ ହିତ ଦୃଷ୍ଟିରୁ ଉକ୍ତ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ ସଫଳ କରିବାପାଇଁ ଏକ ପ୍ରେସ ବାର୍ତ୍ତା ଆସନ୍ତା ୧୬ ମାର୍ଚ୍ଚ ସୟାଁ ଖେଳ ପଡିଆ ଠାରେ ୪ ଟା ସମୟରେ କରିବା ପାଇଁ ସ୍ଥିର ହୋଇଛି ବୋଲି ଚାଷୀ ନେତା ରମେଶ ମହାପାତ୍ର ଜଣାଇଛନ୍ତି।