-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
08-Mar-2025
ଭୁବନେଶ୍ବର(ପ୍ରେରଣା ଖବର): ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅନନ୍ୟା କ୍ରିଏଟିଭ୍ସ ଦ୍ୱାରା ଏକ ଅନନ୍ୟ ମ୍ୟୁଜିକ ଭିଡିଓ ମୁକ୍ତିଲାଭ କରିଛି ଯାହାର ନାଁ ରହିଛି "ଅନନ୍ୟା ଆଞ୍ଜେଲ ଅନ୍ ଆର୍ଥ, ଗଡେଶ ଅନ୍ ଆର୍ଥ" ରଖାଯାଇଛି l ଏହି ମ୍ୟୁଜିକର ଗୀତ ରଚନା କରିଛନ୍ତି ଓଡ଼ିଶାର ପ୍ରଖ୍ୟାତ ଗୀତିକାର ଡଃ ଲଳିତ ନାରାୟଣ ରଥ ଯିଏ କି ଏକାଧାରରେ ଜଣେ ସାମ୍ବାଦିକ, ଆଇନଜୀବୀ ସହିତ ସୁନାମଧନ୍ୟ ଗୀତିକାର l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜକିଶୋର ଗୋଛାୟତ ଏବଂ କଣ୍ଠଦାନ କରିଛନ୍ତି ଦେଶ ବିଦେଶ ର ଭାଷାରେ କଣ୍ଠଦାନ କରି ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ ଡଃ ସନ୍ଧ୍ୟା ପଟ୍ଟନାୟକ, ମାନସ ପ୍ରୀତମ ଓ ବନ୍ଦୀଶ ପାଲିତ l ଏହି ମ୍ୟୁଜିକ ଭିଡ଼ିଓର ମୁକ୍ତିଲାଭ ଉତ୍ସବ ଭୁବନେଶ୍ୱରର ଏକାମ୍ର କାନନ ନିକଟବର୍ତ୍ତୀ ହୋଟେଲ ଓକ୍ସି ଠାରେ ଅନୁଷ୍ଠିତ ହୋଇଛି l ଅତିଥି ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଲିତ, ବିଶ୍ୱ ପ୍ରବାସୀ ଓଡ଼ିଆ ଚେୟାରମ୍ୟାନ ଶ୍ରୀଯୁକ୍ତ କିଶୋର ଦ୍ବିବେଦୀ, ସମାଜସେବୀ ଶ୍ରୀମତୀ ନମ୍ରତା ଚଢା, ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଓ ଅଦାନୀ ଗ୍ରୁପ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବ୍ରତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ l ଆସନ୍ତା ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ମ୍ୟୁଜିକ ଭିଡିଓ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ l ଏହି ଭିଡିଓର ଯେଉଁ ଥିମ୍ ରହିଛି ତାହା ବିଶ୍ୱ ସ୍ତରରେ ବେଶ ଲୋକପ୍ରିୟତା ହାସଲ କରିବ ଏଥିରେ ସନ୍ଦେହ ନାହିଁ ବୋଲି ଅନନ୍ୟା କ୍ରିଏଟିଭ୍ସ ଅନୁଷ୍ଠାନ ତରଫରୁ ଦୃଢୋକ୍ତି ପ୍ରକାଶ କରାଯାଛି l