-+91-9937148622 |

prerana_bgr@rediffmail.com |

  Monday 23rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||      ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (23-Nov-2026)       ||      କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   (23-Nov-2026)       ||      ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   (23-Nov-2026)       ||      କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||      ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ    (23-Nov-2026)       ||      ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   (23-Nov-2026)       ||      ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     (22-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (22-Nov-2026)       ||      ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    (22-Nov-2026)       ||      ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ    (22-Nov-2026)       ||      ୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ    (22-Nov-2026)       ||      ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକରେ ନୂତନ ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ    (22-Nov-2026)       ||      ବରପାଲି ରେ ପଞ୍ଚମ ଗଙ୍ଗାଧର ମେହେର ଫୁଟବଲ କପ୍‌, ଝାରସୁଗୁଡ଼ା ଚାମ୍ପିଅନ   (22-Nov-2026)       ||      ଲଡୁଗାଁ ରାଜୁ ବାଗ ହତ୍ୟା କାଣ୍ଡ ର ନ୍ୟାୟ ମିଳିବା ପାଇଁ କୋକସରା ଥାନା ଘେରାଉ   (22-Nov-2026)       ||      *ଡାବୁଗାଁରେ ଜନଜାତୀୟ ଗୌରବ ଦିବସ ପାଳିତ*   (22-Nov-2026)       ||      ବଂଜାରୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ କଳସ ଶୋଭାଯାତ୍ରା   (22-Nov-2026)       ||      ଭକ୍ତି ରସରେ ବିଭୋର ହେଲେ ଶ୍ରଦ୍ଧାଳୁ,ରୁକ୍ମିଣୀ ବିବାହ ଶୋଭାଯାତ୍ରାରେ କମ୍ପିଲା ଗ୍ରାମ (ଫୁଲମୁଠିରେ ସପ୍ତାହ ପାରାୟଣ)   (22-Nov-2026)       ||      ଲାଠୋର ଥାନା ଚାରିପଟେ ଦାଦନସର୍ଦ୍ଦାରଙ୍କ ଘର♦️ ବେଆଇନ ଚାଲାଣକାରୀ ସର୍ଦ୍ଦାରର ସ୍ବୀକାରୋକ୍ତି  ! ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସର୍ଦ୍ଦାର ଗିରଫ   (22-Nov-2026)       ||     

HOME   ଜିଲ୍ଲା

ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ର ଆଲୋଚନା ସଭା ଅନୁଷ୍ଠିତ 

24-Jan-2025



ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ  ଗଣ୍ଡା ବାହାଳି ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ଗୁରୁବାର ଦିନ ମୁକ୍ତ ବିଚାରମଞ୍ଚ  ଖଡ଼ିଆଳ ଆନୁକୂଲ୍ୟରେ  "ଶକ୍ତି ଉପାସନା ଓ ଦେବଦେବୀ ପୂଜନ ବିଧିରେ  ବଳି ପ୍ରଥା ଯଥାର୍ଥ କି ?" ଶୀର୍ଷକ ଏକ ଆଲୋଚନା ସଭା ଅବସରପ୍ରାପ୍ତ  ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ସପକ୍ଷବାଦୀ ଆଲୋଚକ ଭାବରେ ପ୍ରାକ୍ତନ ଖଡ଼ିଆଳ  ମହାବିଦ୍ୟାଳୟର ଅଧକ୍ଷ ଫାବୀନ୍ଦ୍ରମ ସିଂଦେଓ, ସହ ଆଲୋଚକ ଭାବରେ  ଆଦିତ୍ୟ ନାରାୟଣ ପଣ୍ଡା ତଥା ବିପକ୍ଷବାଦୀ ଆଲୋଚକ ଭାବରେ କର୍ମକାଣ୍ଡ ବିଶାରଦ ତାରାପ୍ରସାଦ ଆଚାର୍ଯ୍ୟ ଓ ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ଯୋଗଦାନ କରି ପ୍ରସଙ୍ଗର ତାତ୍ତ୍ୱିକ ଆଲୋଚନା କରିଥିଲେ । ପ୍ରଥମେ ଗଣ୍ଡାବାହାଳି ସ୍ଥିତ ଜାଗୃତି ମଣ୍ଡଳର ବରିଷ୍ଠ ଉପଦେଷ୍ଟା ସତ୍ୟବ୍ରତ ଗହୀର ସଭାର ସଭାପତି ଏବଂ ଅତିଥିଗଣଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ  ପରିଚୟ ପ୍ରଦାନ କରିଥିଲେ।ଗ୍ରାମର ବିଶିଷ୍ଟ ନାଗରି ଦିବାକର ଖମାରୀ, ରାସବିହାରୀ ମେହେର, ଜଗନ୍ନାଥ ସେଠି, ବନମାଳୀ ମେହେର, କୈଳାଶ ଚନ୍ଦ୍ର ଦାସ ଅତିଥିଗଣଙ୍କୁ ଫୁଲଚନ୍ଦନ ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ। ଅତିଥିଗଣ  ଗଣେଷ ମହାପ୍ରଭୁଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସିନ୍ଦୁର ଚନ୍ଦନ ଦେଇ ପୂଜନ କରିଥିଲେ। ଅର୍ଜୁନ ଦେବଗୁରୁ ଓ ସାଥି ବୀଣା ବାଦନ ସହ ମହାଲକ୍ଷ୍ମୀ  ଦେବୀଙ୍କର ସ୍ତୁତିଗାନ କରି ଥିଲେ । ଭକ୍ତିମୟ  ପରିବେଶ ଭିତରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ଭଉଣୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ଏହାପରେ ବିତର୍କ ସଭା  ସଭାପତି ମହୋଦୟଙ୍କ ଦ୍ୱାରା ସୁଚାରୁ ରୂପରେ  ପରିଚାଳିତ ହୋଇଥିଲା। ଉଭୟ ପକ୍ଷ ନିଜ ନିଜ ସପକ୍ଷ ରେ ଐତିହାସିକ, ପୌରାଣିକ, ଆଧ୍ୟାତ୍ମିକ ଓ ଦର୍ଶନ ଶାସ୍ତ୍ର ସମ୍ବଳିତ ତଥ୍ୟ,ମହାମାନବଙ୍କ  ବାଣୀ  ଉଦ୍ଧୃତ କରି  ଉପସ୍ଥାପନା କରିଥିଲେ।ବିଷୟବସ୍ତୁର ଆଲୋଚନା ଅତି ମାର୍ମିକ,ଜ୍ଞାନ ଦୀପ୍ତ ଓ ଶିକ୍ଷଣୀୟ ହୋଇଥିଲା। ସଭାପତିଙ୍କ  ପ୍ରମାଣ ସିଦ୍ଧ ସମୀକ୍ଷା ପରେ ପ୍ରସଙ୍ଗ ଭିତ୍ତିକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଲୋହିତାକ୍ଷ ଯୋଶୀ,କଣ୍ଟାବାଞ୍ଜି ଭୋକେଶନାଲ କଲେଜର ଅଧ୍ୟକ୍ଷ ପଦ୍ମଲୋଚନ ବର୍ମା, ନନ୍ଦଲାଲ ବାରିକ, ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଗୌରାଙ୍ଗ କୁମାର ସା ଓ ଛନ୍ଦାଚରଣ ଦଣ୍ଡସେନା ପ୍ରମୁଖ ସଦସ୍ୟ ଅଂଶଗ୍ରହଣ କରିଥିଲେ । ପରେ  ଜାଗୃତି ଏମ ରାମଗଡ଼ ର ପ୍ରତିଷ୍ଠା ସମ୍ପାଦକ ଭୀଷ୍ମରାଜ ମେହେରଙ୍କ ଦ୍ୱାରା ରଚିତ କ୍ଷୁଦ୍ର ଚଳଚିତ୍ର ଉପଯୋଗୀ  ନାଟକ ପୁସ୍ତକ "ଭାରତ ଆମର ଜଗତଗୁରୁ " ଅତିଥିଗଣଙ୍କ କରକମଳରେ ଉନ୍ମୋଚିତ ତଥା ସୁଟିଂ ର ଶୁଭ ମହୁରତ ଅନୁଷ୍ଠିତ ହୋଇଥିଲା। ଏହି ଶୁଭବେଳାରେ ଅନୁଷ୍ଠାନର ଉପଦେଷ୍ଠା ଅବଧୂତ ରବୀନ୍ଦ୍ର ବାବା, ବରିଷ୍ଠ କଳାକାର ନରହରି ମେହେର, ନାଟ୍ୟକାର  ଓ କ୍ୟାମେରା ମେନ ଉପସ୍ଥିତ ଥିଲେ।ସଭା ଶେଷରେ ଶିକ୍ଷାବିତ ଚତୁର୍ଭୁଜ ସେଠି  ମଂଚାସୀନ ଅତିଥିଗଣଙ୍କୁ  ଧନ୍ୟବାଦ ଅର୍ପଣ କରି ଥିଲେ। ଅଂଚଳର ବିଶିଷ୍ଟ ବୁଦ୍ଧିଜୀବୀ ତପନ ସା, ସିନାପାଲି ଗଙ୍ଗାଧର ସାହିତ୍ୟ ସମିତିର ସଭାପତି ବୈଷ୍ଣବ ମେହେର,   ପ୍ରଦ୍ୟୁମ୍ନ ସିଂ ଚିନ୍ଦା, ମୋହନ ଚରଣ ଦାସ,ବଂଶୀଧର ଜଗତ, ସମାଜସେବୀ ସନ୍ୟାସୀ ଦାସ, ଭଗବାନ ଚଳାନ, ଦିଶମ୍ବର ମେହେର,  ଦୀନବନ୍ଧୁ ଗୁଆଲ  ତଥା ଖଡ଼ିଆଳ ମୁକ୍ତବିଚାର ମଞ୍ଚର ସଦସ୍ୟ  ସଦସ୍ୟା ଓ ଅଂଚଳବାସୀ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ଆୟୋଜନରେ ଜାଗୃତି ଏମ ରାମଗଡ଼ର ସଦସ୍ୟ ଗଣ ସହଯୋଗ କରିଥିଲେ।

(ନୂଆପଡା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ  ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   23-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   23-Nov-2026
  ଜିଲ୍ଲା  
ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   23-Nov-2026
  ଜିଲ୍ଲା  
କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   23-Nov-2026
  ଜିଲ୍ଲା  
ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   23-Nov-2026
  ଜିଲ୍ଲା  
କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   23-Nov-2026
  ଜିଲ୍ଲା  
ସମ୍ବଲପୁର ମହୋତ୍ସବ, ୨୦୨୬ ରେ ବଲାଙ୍ଗୀର ର ଝିଅଙ୍କ କୃତିତ୍ୱ   23-Nov-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏନ୍‌ସିସି ରାଙ୍କ୍ ପ୍ରଦାନ ସମାରୋହ ଅନୁଷ୍ଠିତ   23-Nov-2026
  ଜିଲ୍ଲା  
ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ     22-Nov-2026
  ଜିଲ୍ଲା  
ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   22-Nov-2026
  ଜିଲ୍ଲା  
ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ    22-Nov-2026
  ଜିଲ୍ଲା  
ତହଁକ୍ କୁଟୁମ୍ ର କୋଶଲି ଖାଏନା କୋଶଲି ଗାଏନା କାର୍ଯ୍ୟକ୍ରମ   22-Nov-2026

You Might Also Like