-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
24-Jan-2025
ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) ଚଳିତ ଶିକ୍ଷାବର୍ଷ ୨୦୨୪–୨୫ ସରକାରୀ ବୃତ୍ତି ପରୀକ୍ଷାରେ ୯ ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏନ ଆର ଟି ଏସ ପରୀକ୍ଷା ଫଳାଫଳ ଶିକ୍ଷା ବିଭାଗ ଦ୍ଵାରା ଘୋଷଣା କରାଯାଇଛି। ଉକ୍ତ ପରୀକ୍ଷାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନବମ ଶ୍ରେଣୀର ସାତ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା
ଯୋଗୁଁ ସମଗ୍ର ଜିଲ୍ଲାର ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି l ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ଅଭିଷେକ ମହାପାତ୍ର, ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ, ଶକ୍ତିମାନ ବେହେରା, ସ୍ମୃତି ଆଞ୍ଚଲ ଦିଗାଲ, ସୋମ୍ୟା ପ୍ରିୟ ଦର୍ଶନି ମୁଖୀ, ନନ୍ଦିତା ମଲ୍ଲିକ, ନମ୍ରତା ପ୍ରଧାନ ପ୍ରମୁଖ କୃତିତ୍ଵ ହାସଲ କରି ଶିଶୁ ବିଦ୍ୟାମନ୍ଦିର କୁ ଗୌରବାନିତ୍ୱ କରିଛନ୍ତି। । ଉକ୍ତ କୃତି ଛାତ୍ରଛାତ୍ରୀ ମାନଙ୍କ ପ୍ରଛଦ ପଟରେ ଥିବା ଶୁଭେଚ୍ଛୁ, ଆଚାର୍ଯ୍ୟ, ଆଚାର୍ଯ୍ୟା, ଅଭିଭାବକ, ମହଲ ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କୁ ପରିଚାଳନା ସମିତି ସହିତ ଉକ୍ତ ଛାତଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି। ପ୍ରକାଶ ଥାଉ କି ଏହି ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ବାଟିକା ଠାରୁ ଆରମ୍ଭ କରି ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ଯ ଗତ ଶିକ୍ଷା ସହିତ ଶାରୀରିକ, ନୈତିକ, ବୌଦ୍ଧିକ ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିକ୍ଷା ପ୍ରଦାନ କରାଯାଇଥାଏ l ତେଣୁ ପ୍ରତି ବର୍ଷ ଏହି ଅନୁଷ୍ଠାନ ସମଗ୍ର ଜିଲ୍ଲାରେ ବୃତ୍ତି ପାଇବା ସହିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଲାଭ କରିବା ସହ ଅଧିକ ଏ୧ ନମ୍ବର ରଖି କୃତକାର୍ଯ୍ୟ ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି l