-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
23-Jan-2025
ବଲାଙ୍ଗିର - ଖୁଜେନପାଲି ମୁକ୍ତି କଲ୍ୟାଣ ମଣ୍ଡପ ଠାରେ ତୈଳିକ ବୈଶ୍ୟ ସମାଜ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୭ ଜଣ ସଭ୍ୟଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପୂର୍ବ କମିଟିର କାର୍ଯକଳାପ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନ କରାଯାଇ ସର୍ବସମ୍ମତି କ୍ରମେ ସମାଜକୁ ଏକ ସ୍ୱଚ୍ଛ ଓ ସୁଦୃଢ କମିଟି ଦରକାର ବୋଲି ନିର୍ଣ୍ଣୟ ହୋଇଥିଲା । ଗତ ୨୭ ତାରିଖ କଦଳିମୁଣ୍ଡା ବଲାଙ୍ଗିର ଠାରେ ଅନିୟମ ଭାବେ ଗଠନ କରାଯାଇଥିବା ଜିଲ୍ଲା କମିଟିକୁ ଅସିଦ୍ଧ ଘୋଷଣା କରାଯାଇଥିଲା ଏବଂ ନୂତନ କମିଟି ଗଠନ ଉଦ୍ଦେଶ୍ୟ ରେ ନିମ୍ନ ଲିଖିତ ସଭ୍ୟମାନଙ୍କୁ ନେଇ ଏକ ଅସ୍ଥାୟୀ କମିଟିର ଗଠନ କରାଗଲା । ଯେଉଁମାନେ କି ଜିଲ୍ଲାର ପ୍ରତ୍ୟେକ ପ୍ରାନ୍ତ ରୁ ସମାଜ ଲୋକଙ୍କୁ ବର୍ତ୍ତମାନ ଚରଲିଥିବା ସମାଜ ବିରୁଦ୍ଧାଚରଣ ନୀତିକୁ ସଠିକ ଭାବେ ବୁଝାଇ ନୂତନ କମିଟି ଗଠନରେ ସହଭାଗିତା କରିବା ପାଇଁ ପଦକ୍ଷେପ ନେବେ । ମହେନ୍ଦ୍ର ସାହୁ, ଆନନ୍ଦ ସାହୁ, ମନୋରଂଜନ ସାହୁ, ପ୍ରହଲ୍ଲାଦ ସାହୁ, ଅଭୟ ସାହୁ, ବଳଦେବ ସାହୁ, ଟିକେଲାଲ ସାହୁ । ପରବର୍ତ୍ତି ସଭା ଆସନ୍ତା ୯ ରିଖ ପୂର୍ବବର୍ତ୍ତି ସ୍ଥାନରେ ପୂର୍ବାହ୍ନ ଘ.୧୦ ସମୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଅଛି ।