-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
06-Dec-2024
କଣ୍ଟାବାଞ୍ଜି(ମୋହନ ସୁନା): ମୁରିବାହାଲ ଥାନା ବାଲିଖମାର ଗାଁର ପ୍ରାଥମିକ ବିଦ୍ୟାଳୟର ଛାତ୍ରକୁ ଚପଲରେ ମାଡ଼ ମାରିଛନ୍ତି ଶିକ୍ଷକ । ଏଭଳି ଏକ ଅଭାବନୀୟ ଘଟଣା ପରେ ଏବେ ଚର୍ଚ୍ଚାରେ ଶିକ୍ଷକ। ଘଟଣାକୁ କେନ୍ଦ୍ର କରି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ସୂଚନା ମୁତାବକ ବାଲିଖମାର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ବିଶ୍ଵଜିତ କର୍ମୀଙ୍କୁ ବିଦ୍ୟାଳୟର ବିବେକାନନ୍ଦ ମୁଣ୍ଡା ଚପଲରେ ମାଡ଼ ମାରିଥିବା ଅଭିଯୋଗ ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି । ମୁରିବାହାଲ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଏହାକୁ ନେଇ ଛାତ୍ର ଭୟଭିତ ଅବସ୍ଥାରେ ରହି ବିଦ୍ୟାଳୟକୁ ଯାଉ ନଥିବା କହିଛନ୍ତି । ସାମାନ୍ୟ ମଧ୍ୟାନ୍ନ ଭୋଜନ ଖାଇ ବା ପରେ ଥାଳି ଧୋଇବାକୁ ନେଇ ଶିକ୍ଷକ ଚପଲରେ ମାଡ଼ ମାରିଥିବା କହିଛନ୍ତି ଛାତ୍ର ବିଶ୍ୱାଜିତ। ପୋଲିସ କିନ୍ତୁ ଆମେ ସମ୍ପୃକ୍ତ ଶିକ୍ଷକଙ୍କୁ ଡାକିଛୁ ଏବଂ ପଚରାଉଚରା କରୁଛୁ ବୋଲି ସୂଚନା ଦେଇଛନ୍ତି।