-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
06-Dec-2024
କଣ୍ଟାବାଞ୍ଜି(ମୋହନ ସୁନା): ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ବଡ ବାଙ୍କୀ ଗାଁ ର (ନାଏକ ପଡ଼ା) ରେ ଚାଲିଥିବା ଷୋହଳ ପ୍ରହରୀ ନାମ ଯଜ୍ଞ ଗୁରୁବାର ପୂର୍ଣ୍ଣାହୁତି ହୋଇ ଯାଇଛି l ଗତ ୨ ତାରିଖ ରୁ ଆରମ୍ଭ ହୋଇ ଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞ ରେ ପୁରୋହିତ ଗୌରଚନ୍ଦ୍ର ମିଶ୍ର ,ଘନଶ୍ୟାମ ମିଶ୍ର କରିବା ସହ ,ଯଜ୍ଞ କର୍ତ୍ତା ଗୌତମ ମାଝୀ ତାଙ୍କ ଧର୍ମ ପତ୍ନୀ ସୁବିଧା ମାଝୀ ,ଭଣ୍ଡାର ଘର ଦାୟିତ୍ଵ ଜୟରାମ ମାଝୀ , ଜଗତ ରାମ ମାଝୀ ନେଇ ଥିବା ବେଳେ
ସହଯୋଗୀ ଧନସିଂ ମାଝୀ, ଯୁଗେ ମାଝୀ,ଭୂଷଣ ବେହେରା, ମକଡ଼ଧ୍ୱଜ ମାଝୀ , ଭଜ ମାଝୀ, ତପ ନିଆଲ, ବୁଢା ପୁଟେଲ, ରଘୁମାଝୀ, ତରଣୀସେନ ବେହେରା, ରିଖିରାମ ମାଝୀ , ଶାନ୍ତି ଧରୁଆ,ଗୋରେଖ ଧରୁଆ, ଥବିର ଧରୁଆ ,ଅକୁର ମାଝୀ , ଖଗପତି ଧରୁଆ, କୈଳାସ ବରିହା,ରବି ମାଝୀ,ହରି ମାଝୀ, ପିଲାନାନୀ ମାଝୀ'ଖୀରସଗାର ବେହେରା, ତଥା ଗ୍ରାମ ବାସୀଙ୍କ ନେତୃତ୍ୱ ରେ ଏହି ଯଜ୍ଞ କାର୍ଯ୍ୟ ସମାପନ ହୋଇ l
କୃଷ୍ଣ ଭକ୍ତି ଭାବାବେଗ ରେ ଭକ୍ତ ଙ୍କ ପବିତ୍ରମିଳନ ରେ ଭବ୍ୟ କାର୍ଯ୍ୟ କ୍ରମ ସାଫଲ୍ୟ ମଣ୍ଡିତ ହୋଇ ଥିଲା l ସମୁଦାୟ ୭ ଟି ସଂକୀର୍ତନଦଳ ଭାଗ ନେଇ ନାମ ସଂକୀର୍ତ୍ତନ କରି ଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ମିନା ବଜାର କୁ ମଧ୍ୟ ଦର୍ଶକ ବେଶ ଭରପୁର ମଜା ନେଇ ଥିଲେ l l