-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
29-Nov-2024
ନୂଆପଡା (ଡୋଲେଶ୍ୱର ବାଗ )
.ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବିଦ୍ୟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ପରିଷଦ ର ସଂପାଦକ ତଥା ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ ,ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ ,ମାଆ ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟ କୁଳପତିଙ୍କଦ୍ବାରା ମନୋନୀତ ବିକାଶ ପରିଷଦ ନିର୍ଦେଶକ ଡ଼ ଧନଞ୍ଜୟ କୁମାର , ଅଧ୍ୟାପିକା ଡ଼ ପ୍ରଣତି ପଣ୍ଡା , ପରିଚାଳନା କମିଟି ଦ୍ୱାରା ମନୋନୀତ ଡ଼ ହରେନ୍ଦ୍ର ପଣ୍ଡା, ଆଇନ ବିଶେଷଜ୍ଞ ଶ୍ରୀ ସାରଦା ପଣ୍ଡା ,ଡାକ୍ତର ନିବେଦିତା ପ୍ରାମାଣିକ, ଇଂ ଜୟଦେବ ହୋତା ପ୍ରମୁଖ ଉପସ୍ଥିତ ରହି ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରିବା ସହ ମହାବିଦ୍ୟାଳୟ ଏବଂ ଶିକ୍ଷା କ୍ଷେତ୍ରରେ ବିକାଶ ପ୍ରକଳ୍ପ , ବିଭିନ୍ନବ୍ୟବସ୍ଥା, କାର୍ଯ୍ୟପନ୍ଥା , ଯୋଜନା, ନୂତନ ବିଭାଗ ଅନୁମୋଦନ ଇତ୍ୟାଦି ବିଷୟ ଭିତ୍ତିକ କାର୍ଯ୍ୟକ୍ରମ ଆଲୋଚିତ ହୋଇଅଛି। ମହାବିଦ୍ୟାଳୟ ର ଏହି ଶିକ୍ଷା ସମ୍ପର୍କିତ ସଭାରେ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା , ଅଧ୍ୟାପିକା ରାଜଳଷ୍ମୀ ରଥ, ପ୍ରଣତି ପଣ୍ଡା ,ସଂଗୀତା ନେତମ ସାଗରୀକା ପଣ୍ଡା ଏବଂ ଅଧ୍ୟାପକ ଚିତ୍ତରଂଜନ ଜେନା, ଡ. ବିଷ୍ଣୁ ଦେବ ମଲ୍ଲିକ,ଶୁଭେନ୍ଦୁ ନିଆଲ, ତଥାଗତ ରାଉତ,ଗୁଣବନ୍ତ ସାହୁ ଯୋଗ।