-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ଆଗଲପୁର, (ବିନୋଦ ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ୍ ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ କୋଠାଘର ଡ଼. ମୁକେଶ ମହାଲିଙ୍ଗ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି l ରୋଥ ପ୍ରାଥମିକ ଚିକିତ୍ସାଧିକାରୀ ଡ଼ ସୁଶାନ୍ତ କୁମାର ସେଠ୍ ଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା l ଉକ୍ତ ମହା ସମାରୋହରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହ ମଂଚାସୀନ ଅନ୍ୟତମ ଅତିଥିବୃନ୍ଦ ହେଲେ ମାନନୀୟ ଶ୍ରୀମତୀ ଗୀତାଞ୍ଜଳି ଦାସ ବ୍ଲକ ଅଧ୍ୟକ୍ଷା ଆଗଲପୁର, ଶ୍ରୀଯୁକ୍ତ କମଳ ସେଠ୍, ସମିତିସଭ୍ୟ ପଂଚାୟତ ରୋଥ, ଶ୍ରୀଯୁକ୍ତ ଜୟଲାଲ ସିନ୍ଦୁର ସରପଞ୍ଚ ରୋଥ ପଂଚାୟତ, ମହାପାତ୍ର କୁଲଦୀପ ମହାନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଗଲପୁର, ପ୍ରଦୀପ କୁମାର ଗୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସlସ୍ଥ୍ୟ ଅଧିକାରୀ ବଲାଙ୍ଗୀର, ନରେନ୍ଦ୍ର କୁମାର ଘଡେଇ ଅଧିକ୍ଷକ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଡ଼ ଧୀରେନ୍ଦ୍ର ମେହେର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗଲପୁର, ସୁଶାନ୍ତ କୁମାର ସେଠ୍ ଚିକିତ୍ସାଧିକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୋଥ l ଉକ୍ତ ମହାସମାରୋହରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ପ୍ରଦୀପ କୁମାର ଗୁରୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟକାର୍ଡ, ଗୋପବନ୍ଧୁ ସ୍ୱାସ୍ଥ୍ୟକାର୍ଡ, ସୁଭଦ୍ରା ଯୋଜନା, ପିଏମ କିସାନ ଯୋଜନା ଓ ସ୍ୱଛତା ହିଁ ସେବା ପ୍ରଭୃତି ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ l ପରିଶେଷରେ ଡ଼ ଧୀରେନ୍ଦ୍ର କୁମାର ମେହେର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଆଗଲପୁର ଉପସ୍ଥିତ ମଂଚାସୀନ ଅତିଥିବୃନ୍ଦ ଏବଂ ଆୟୋଜକ ମାନଙ୍କୁ ତଥା ବିପିଏମ, ବିଏଏମ, ବିଡ଼ିଏମ, ପିଏଚଇଓ ସମସ୍ତ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ, ଆଶା ଏବଂ ଜନସାଧାରଣ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରର ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭଜମନ ସାହୁ ମଞ୍ଚ ପରିଚାଳନା କରିଥିଲେ l