-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
09-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବରପାଲି ବ୍ଳକ୍ ଅନ୍ତର୍ଗତ ବନ୍ଧପାଲି ଗ୍ରାମ କଲାପଟା ଛକ ଠାରେ ନୁଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନଙ୍କ ଦ୍ବାରା ମାଁ ସମ୍ଲେଇ ପୁଜନ ସହିତ ଗ୍ରାମର ଦୁତିଆ ମେହେର ପ୍ରାରମ୍ଭିକ ସୁଚନା ପ୍ରଦାନ କରି ଥିଲେ । ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟ ସଂସଦ ର ସମ୍ପାଦକ ଭରତ ନାଏକ ଅତିଥି ପରିଚୟ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ପିନି ସାହୁ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ।
ସଭାକାର୍ଯ୍ୟରେ ସଭାପତି ଶ୍ରୀଯୁକ୍ତ ପବିତ୍ର ମୋହନ ଗହିର, ମୁଖ୍ୟବକ୍ତା ନବୀନ କିଶୋର ଗହିର,ମୁଖ୍ୟ ଅତିଥି ସରପଞ୍ଚ ରମେଶ ମେହେର,ଓ ସମ୍ମାନିତ ଅତିଥି ଭାବେ ସନ୍ତୋଷ ଦାଶ, ଜିତେନ୍ଦ୍ରିୟ ସାହୁ, ସୁରେନ୍ଦ୍ର ବାରିକ୍,ଗଣେଶ ଗହିର, ମଞ୍ଚାସୀନ ହୋଇ ନୁଆଁଖାଇ ବାବଦରେ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ସଭାରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ଉପଢ଼ୌକନ ଓ ପୁଷ୍ପଚନ୍ଦନରେ ସମ୍ମାନୀତ କରାଯାଇଥିଲା ।ସଭାକାର୍ଯ୍ୟର ଅନ୍ତିମ ପର୍ଯ୍ୟାୟରେ ଝାଏଁରେ କଲାପଟା ସାହିତ୍ୟ ସଂସଦ ସଭାପତି ଭରତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଦିତୀୟ ପର୍ଯାୟରେ ବ୍ୟଙ୍ଗ କବି ଭରତ ନାଏକଙ୍କ ସଂଯୋଜନାରେ ଗ୍ରାମର ଛୋଟ ବଡ ବାଳକ ବାଳିକାଙ୍କ ଦ୍ଵାରା ସମ୍ବଲପୁରୀ ନାଚ ପ୍ରଦର୍ଶନ କରାଯାଇଥିଲା ।