-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ଜିଲ୍ଲା

ପିଚୁ ରାସ୍ତା ଉପରେ ପେଭର ବ୍ଲକ.. ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ ବି ମାନୁନାହାନ୍ତି ଯନ୍ତ୍ରୀ

04-Sep-2024



ବଲାଙ୍ଗିର,ମୁକ୍ତା ଯୋଜନାରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ କୋଟି କୋଟି ଟଙ୍କା ଆସିଛି । ତାହାକୁ କିପରି ଖର୍ଚ୍ଚ କରାଯିବ ଏବଂ ଠିକାଦାର ପୋଷା ଯିବ ସେନେଇ ଯୋଜନା ତିଆରି କରାଯାଉଛି । ମୁକ୍ତା ଯୋଜନାର ଆଳ ଦେଖାଇ ପୌରପାଳିକା କାମ ଦରକାର ନଥିବା ଜାଗାରେ ମଧ୍ୟ କାମ କରି ଟଙ୍କା ବାଟମାରଣ କରିବାର ବ୍ୟବସ୍ଥା କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏହି ଯୋଜନାରେ ଏସଏଚଜିମାନଙ୍କୁ ସମ୍ମୁଖରେ ରଖି କିଛି ଠିକାଦାରଙ୍କ ଜରିଆରେ କାମ ଚାଲିଥିବା ଏବଂ ଏହା ପଛରେ ଜଣେ ଆଂଚିଳକ ଦଳର ନେତା ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଗତ ଦୁଇଦିନ ତଳେ ବଲାଙ୍ଗିର ସହରର ୧୫ନଂ ୱାଡ ର ରାମ ମନ୍ଦିର ଛକରୁ ସହିଦ ଭଗତ ସିଂ କ୍ଲବ ପର୍ଯ୍ୟନ୍ତ ପେଭର ବ୍ଲକ କାମ କରାଯାଇଛି । କାମ ଆରମ୍ଭ ହେଲା ମାତ୍ରେ ସ୍ଥାନୀୟ ଲୋକେ ଗତ ୨୩ ତାରିଖ ଦିନ ବଲାଙ୍ଗିର ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ମାସ ତଳେ ଏହି ରାସ୍ତାରେ ପିଚୁ କାମ କରାଯାଇଥିଲା ଏବଂ ରାସ୍ତା ଠିକ ଅଛି । ତେଣୁ ଏହି ରାସ୍ତାର କାମ କରିବାର କୌଣସି ଆବଶ୍ୟକ ନାହିଁ । ଯଦି କାମ କରିବାର ଅଛି ତେବେ ଏହି ପିଚୁ ରାସ୍ତାକୁ ଖୋଳି ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରି କାମ କରାଯାଉ । ଅଭିଯୋଗ ପରେ ପୌର ଯନ୍ତ୍ରୀ ଇଂ ପ୍ରଶାନ୍ତ ନାଏକଙ୍କୁ ପୌର ନିର୍ବାହୀ ଅଧିକାରୀ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ  ତଦନ୍ତ ପୂର୍ବରୁ ଓ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ତରବରିଆ ଭାବରେ ରାତି ଅଧରେ ପିଚୁ ରାସ୍ତା ଉପରେ ଅଧ ଇଂଚର ବାଲି ପକାଇ ନିମ୍ନମାନର ପେଭର ବ୍ଲକ ବସାଇ କାମ ସାରି ଦିଆଯାଇଛି । ଏଠାରେ ପ୍ରଶ୍ନ

ଉଠୁଛି ଯେ, ନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କଲାପରେ ଉନ୍ନତ ମାନର କାମ ହେବା ବଦଳରେ ତରବରିଆ ଭାବରେ ଉକ୍ତ ପିଚୁ ରାସ୍ତା ଉପରେ କିପରି ମାତ୍ର ଅଧ ଇଂଚ ବାଲି ବିଛାଯାଇ ପେଭର ବ୍ଲକ ବସାଇଦିଆ ଗଲା ।  ମ୍ୟୁନିସିପାଲିଟି ଏମଇ(ଯନ୍ତ୍ରୀ)ଙ୍କ ଅହେତୁକ ଅନୁକମ୍ପା ଯୋଗୁଁ କାମ ବନ୍ଦ ହେବା ବଦଳରେ ରାତି ଅଧିଆ କାମ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଯନ୍ତ୍ରୀମାନଙ୍କ ଆଗରେ ପୌର ନିର୍ବାହୀ ଅଧିକାରୀ ଅସହାୟ ହୋଇ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।  ମ୍ୟୂନିସିପାଲିଟି ନିର୍ବାହୀ ଅଧିକାରୀ ଏହାର ତଦନ୍ତ କରାଯିବ ବୋଲି କହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଏହି ତଦନ୍ତ ଉପରେ ଭରସା ନଥିବା ଜଣାଯାଇଛି । ମୁକ୍ତା ଯୋଜନା ନିର୍ଦ୍ଦେଶାବଳୀ ଅନୁସାରେ, ଯେଉଁ ରାସ୍ତରେ ପେଭର ବ୍ଲକ ବସାଯିବ ସେହି ରାସ୍ତାକୁ ୮ ଇଂଚ ଖୋଳାଯାଇ ୪ ଇଂଚର ପଥର ଗୁଣ୍ଡ ଓ ମେଟାଲ ଆସ୍ତରଣ ଦେବା ପରେ  ୨ଇଂଚ ବାଲି ବିଛାଯିବା ପରେ ପେଭର ବ୍ଲକ ବସାଯିବା କଥା । ମାତ୍ର ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ସହରର ବିଭିନ୍ନ ପଡାରେ କରାଯାଇଥିବା ପେଭର ବ୍ଲକ କାମରେ ପିଚୁ ଓ କଂକ୍ରିଟ ରାସ୍ତାକୁ ଖୋଳା ନଯାଇ ତାଉପରେ ଇଂଚେ କିମ୍ବା ଅଧ ଇଂଚର ବାଲି ବିଛାଯାଇ ପେଭର ବ୍ଲକ ବସାଇ ଦିଆଯାଇଥିବା ଅଭିଯୋଗ ହେଉଛି । ଫଳରେ ରାସ୍ତା ନିର୍ମାଣର କିଛିଦିନ ପରେ ପେଭର ବ୍ଲକ ଦବି ଯିବା ସହ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମିରହିବା ଓ ଛୋଟମୋଟ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଏଥିପତ୍ର ଦୃଷ୍ଟି ଦେବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦୋଷି ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପଡାବାସୀ ଦାବି କରିଛନ୍ତି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like