-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
04-Sep-2024
ବରଗଡ଼/ବିଜେପୁର:(ନିରଞ୍ଜନ ତ୍ରିପାଠୀ)-ପବିତ୍ର ନବାନ୍ନ ଉପଲକ୍ଷେ ୧୩ତମ ଗ୍ରାମାଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖରମୁଣ୍ଡା ଠାରେ ଆୟୋଜିତ ହୋଇଛି।ଏ ଅବସରରେ ଖରମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ମନୋଜ ପଧାନ ଏବଂ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖରମୁଣ୍ଡାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦାନ କରି ଆୟୋଜକ ତଥା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଖେଳ ମଣିଷର ଦୈନନ୍ଦିନ କାର୍ଯ୍ୟରେ ଏକ ଅଙ୍ଗ ଭାବେ ରହିବା ଉଚିତ, ଯଦ୍ୱାରା ମନ ଫ୍ରଫୁଲ୍ଲିତ ରହିବା ସହ ସ୍ୱାସ୍ଥ୍ୟ ଭଲ ରହେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅତିଥି ଶ୍ରୀ ପଧାନ ଏବଂ ଶ୍ରୀଯୁକ୍ତ ଆଚାର୍ଯ୍ୟ ଫୁଟବଲ ଖେଳକୁ ଉଦଘାଟନ କରିଥିଲେ। ଆଜି ପ୍ରଥମ ଦିବସରେ ବିଭିନ୍ନ ଅଞ୍ଚଳର ସମୁଦାୟ ୪ ଟି ଦଳ ଅଂଶଗ୍ରହଣ କରିଥିଲେ।ଆଇମାଲ ,ପତେଇପାଲି,ଅମାପତ୍ରା ଏବଂ ବିଜେପୁର ମଧ୍ୟରୁ ପତେଇପାଲି ସେମିଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲାବେଳେ, ଖେଳକୁ ପରିଚାଳନା କରିଥିଲେ ସଚିତାନନ୍ଦ ପଧାନ,ତରଣୀ ଲୁହା, ଗୈାରାଙ୍ଗ ପାଣ୍ଡେ, ସ୍ୱାଧୀନ ମଲ୍ଲିକ,ଅଜୟ ପଧାନ ଓ ଧରମ ବୁଡେକ। ଆସନ୍ତାକାଲି ଘମାଘୋଟ ଫୁଟବଲ ଖେଳର ଲଢେଇ ହେବାର ସମ୍ଭାବନା ରହିଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ।