-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
08-Aug-2024
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ପୋଲିସ୍ ଅର୍ଥ ଠକେଇ ଅଭିଯୋଗରେ ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ ସାହିର ପ୍ରଶାନ୍ତ କୁମାର ନାୟକ ଓ ଜରଡା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ସୁଧୀର ପ୍ରଧାନ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଘଟଣାରୁ ପ୍ରକାଶ ଯେ ନିମଖଣ୍ଡି ଥାନା ଅଞ୍ଚଳରେ ଉକ୍ତ ଦୁଇ ବ୍ୟକ୍ତି ଡି ଏ ଆଇ ଇନଭେଷ୍ଟ ନାମରେ ଏକ ସଂସ୍ଥା ଖୋଲି ଉକ୍ତ ସଂସ୍ଥାରେ ଅର୍ଥ ପୈଠ କଲେ ଦୁଇ ଗୁଣ ହେବାର ପ୍ରଲୋଭନ ଦେଖାଇ ସଚେତନତା ସୃଷ୍ଟି କରୁଥିଲେ। ଏହି ଭଳି ପରିସ୍ଥିତି ରେ ରଙ୍ଗୁଣିବନ୍ଧ ସାହିର ମନୋଜ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଗିରଫ ପ୍ରଶାନ୍ତ ସହ ଯୋଗାଯୋଗ କରିଥିଲେ। ପ୍ରଶାନ୍ତ ସୁଧୀର ସହିତ ମିଶାଇବା ପରେ ମନୋଜ ଗତ ଏପ୍ରିଲ ମାସରେ ସଂସ୍ଥାର ଦରଖାସ୍ତ ଫର୍ମ ସହିତ ନଗଦ ୨.୪୦ ହଜାର ଟଙ୍କା ସଂସ୍ଥା ରେ ପୈଠ କରିଥିଲେ।ପରେ ସଂସ୍ଥାର ମୁଖ୍ୟ ସୁଧୀର ପ୍ରଧାନ କମ୍ପାନୀର ନିୟମ ବଦଳିବାର ବାହାନା ଦେଖାଇ ଗତ ଜୁଲାଇ ମାସରେ ସଂସ୍ଥା ବନ୍ଦ ହେବା ଜାଣି ଠକାମୀ ର ଶୀକାର ହୋଇଥିବା ଅନୁଭବ କରି ଉକ୍ତ ଦୁଇ ବ୍ୟକ୍ତି ଙ୍କୁ ଫୋନ୍ କରିଥିଲେ। କିନ୍ତୁ ଫୋନ ନ ଉଠାଇବାରୁ ନିମଖଣ୍ଡି ଥାନା ର ଦ୍ବାରସ୍ଥ ହୋଇଥିଲେ।ନିମଖଣ୍ଡି ଥାନା ପୋଲିସ୍ ଅଭିଯୋଗ ଗ୍ରହଣ କରି ଉକ୍ତ ଦୁଇ ବ୍ୟକ୍ତିଙ୍କ ମୋବାଇଲ ଫୋନ ଟ୍ରାକ୍ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।