-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
08-Aug-2024
କଟକ : ରାଜ୍ୟ ଉଜ୍ଜଳା କର୍ମଚାରୀଙ୍କ ପକ୍ଷରୁ ରାଜ୍ୟ କର୍ମଚାରୀ ସଂଘ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ପ୍ରସଂଗ ନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ସାକ୍ଷାତ ଆଲୋଚନା କରିଥିଲେ। ବିଭିନ୍ନ ଉଦ୍ୟୋଗରେ ମହିଳା ମାନଙ୍କ ନିଯୁକ୍ତି ଓ କର୍ମଠ ମହିଳା ମାନଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ଉପଯୋଗୀ ଦ୍ରବ୍ୟ ଓ ସାମଗ୍ରୀର ବିକ୍ରୟ ନିମନ୍ତେ ତଥା ଉନ୍ନତ ବଜାରୀକରଣ ଗଠନ ଇତ୍ୟାଦି ପାଇଁ ଦାବିପତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ୍ କୋଅର୍ଡିନେଟର ସୁମିତା ଦେବତା,ସାଲେପୁରର ମନୋରମା ଲେଙ୍କା,ଦୀପ୍ତି ମୟୀ ନାୟକ,ପ୍ରତିମା ଦିଦି,ରୁକ୍ମଣୀ ଦିଦି, ପୂର୍ଣ୍ଣିମା ଦିଦି ଓ କବିତା ଦିଦି ପ୍ରମୁଖ ଅନେକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।