-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
28-Jul-2024
ନର୍ଲା (ଚିନ୍ତାମଣି ନାଏକ )
ଶନିବାର ଦିବା ପ୍ରାୟ10.55ରୁ 11ଟା ମଧ୍ୟରେ ଆମ ଓଡ଼ିଶା ସମସ୍ୟା ନର୍ଲା ପ୍ରତିନିଧି ବାବୁଲାଲ ବାଗ କୌଣସି ଏକ ଜରୁରୀ କାମ ପାଇଁ ତାଙ୍କ ସହଯୋଗୀ ତପନ କୁମାର୍ ସାହୁ ଙ୍କ ସହ ରୂପ୍ରା ରୋଡ ସ୍ଥିତ କାନାଡା ବ୍ୟାଙ୍କ୍ ଏଟିଏମ୍ ପାର୍ଶ୍ଵରେ ନିଜ ଗାଡ଼ି OD 08 U 6263 ବାଇକ୍ କୁ ରଖି ATM ରୁ ଟଙ୍କା ଉଠାଉଥିବା ସମୟରେ ନର୍ଲା ରୁ ରୁପ୍ରାରୋଡ ଦେଇ ପଲମ୍ଅଭିମୁଖେ ଯାଉଥିବା l ଗାଡ଼ି ନଂ OD 08 V 3321ଲକ୍ଷ୍ମୀ ବସ୍ ଉକ୍ତ ସାମ୍ବାଦିକ ଙ୍କ ବାଇକ୍ କୁ ଧକ୍କା ଦେଇ ଚମ୍ପଟ ମାରିଥିବା ଜଣାପଡ଼ିଛି। କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ବାଇକର ଡେକି ଓ ଲେଗ ଗାର୍ଡ ଏବଂ ଆଗ ଚକର ମର୍ ଗାର୍ଡ ସହ ହେଣ୍ଡିଲ କ୍ଷତି ଗ୍ରସ୍ତ ହୋଇଛି । ଗାଡିକୁ ଅଟକାଇବା ପରେ କିଛି ଦୂର ଗଲା ପରେ ଅଟକିଥିଲା ଗାଡି। ଅଟକିଲା ପରେ ତାଙ୍କର ସହଯୋଗୀ କାହିଁକି ଧକ୍କା ଦେଳେ ବୋଲି ପଚାରିବାରୁ ? କଣ୍ଡକ୍ଟର କିଛି ହୋଇ ନାହିଁ ବୋଲି କହି ବେଖାତିରି ଭାବରେ କିଛି ନକହି ଚାଲିଗଲେ ତାହା କେତେ ଦୂର ଯୁକ୍ତି ଯୁକ୍ତ? କାନାଡା ବ୍ୟାଙ୍କର ସିସିଟିଭି ଫୁର୍ଟେଜ ପ୍ରମାଣିତ ଅଛି। ତେଣୁ ଏହାର ଯାଞ୍ଚ କରି ଉକ୍ତ ଗାଡ଼ିର ମରାମତି କରିବା ସହ ଏଭିଲି ବେପରୁଆ ଚାଳକଙ୍କ ଗାଡ଼ି ଚାଲନା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହୁଛି, ଏଣୁ ଏଥିପତି ପରିବହନ ବିଭାଗ ଧ୍ୟାନ ଦେବା ସହ ଉକ୍ତ ଚାଳକ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ସାମ୍ବାଦିକ ଜଣକ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି