-+91-9937148622 |
prerana_bgr@rediffmail.com |
Sunday 13th October 2024 |
R.N.I. Regd No. ODIODI/2010/46693
Breaking News
27-Jul-2024
କଣ୍ଟାମାଳ(ଜୟ କୁମାରମହାରଣା): କ୍ରମାଗତ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତର ଖମାର ନିକଟ ମେହେରୁଣୀ ନାଳ ରାସ୍ତା ଉପରେ 4ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି l ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ତିନିଖଣ୍ଡ ଗ୍ରାମର ଗ୍ରାମବାସୀ ଜଳବନ୍ଦୀ ଭାବେ ରହିଥିବା ବେଳେ ଆର୍ଥିକ ଓ ସାମାଜିକ ଜୀବନରେ ବ୍ୟାଘାତ ହେଵା ସହ ଜରୁରୀ ଚିକିତ୍ସା ଏବଂ ଶିକ୍ଷା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି | ଏହି ମେହେରୁଣୀ ନାଳ ଅପର ପାର୍ଶ୍ବରେ ଥିବା ଦେମୁହାଣୀ, ଧେଣ୍ଡୋକୁଟୀ, ପୋଢମୁଣ୍ଡା ଆଦି ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି l ଉକ୍ତ ନାଳ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବହୁ ଦିନରୁ ଦାବୀ କରି ଆସୁଛନ୍ତି |