-+91-9937148622 |
prerana_bgr@rediffmail.com |
Wednesday 11th September 2024 |
R.N.I. Regd No. ODIODI/2010/46693
Breaking News
24-May-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବଇରାସର ଠାରେ ଏଟିଏମରୁ ଟଙ୍କା ଲୁଟ ଉଦ୍ୟମ ହୋଇ ଥିବା ଜଣାପଡ଼ିଛି। ଏଥିରେ ଲୁଟେରାମାନେ ବିଫଳ ହୋଇଥିବା ବେଳେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ବୁଧବାର ରାତ୍ରିରେ ପୁଇଁନ୍ତଲା ଥାନା ବଇରାସରରେ ଥିବା ଏସ୍ଆଇର ଏଟିଏମ୍କୁ ଭାଙ୍ଗି କିଛି ଲୁଟେରା ଲୁଟ୍ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଏଟିଏମରୁ ଲୁଟ୍ ଲୁଟ୍ କରିନପାରି ଫେରାର ହୋଇଥିଲେ। ତେବେ ଏହା ଜାଣିବା ପରେ ପୁଇଁନ୍ତଳା ପୁଲିସର ଏକ ଟିମ ବଇରାସର ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ତଦନ୍ତ ସମୟର ପୁଲିସ ସିସି ଟିଭି ଫୁଟେଜ ଜବତ କରିଛି ।