-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
23-Feb-2024
ତୁମୁଡିବନ୍ଧ(ପ୍ରେରଣା ଖବର ): ଆଗାମୀ ସାଧାରଣ ନିର୍ବାଚନ କୁ ଆଖିରେ ରଖି ପ୍ରତେକ ଦଳ ନିଜ ନିଜର ରଣନୀତି ଆରମ୍ଭ କରିଦେଲେଣି l ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳ ସଭାପତି ତଥା ସାଂସଦ ପ୍ରତନିଧି ପ୍ରମୋଦ ସାହୁଙ୍କ ନେତୃତ୍ୱ କ୍ରମେ ପ୍ରତେକ ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଶ୍ରଣ ପର୍ବ ଜାରି ରହିଛି l ତୁମୁଡିବନ୍ଧ ରେ ବିଜୁ ଜନତା ଦଳ କିପରି ଭାବେ ସୁଦୃଢ ହେବ ସେନେଇ ଦୃଷ୍ଟିଗୋଚର କରୁଛନ୍ତି ବ୍ଲକ ସଭାପତି l ଶୁକ୍ରବାର ଦିନ ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁଙ୍କ ନିର୍ଦେଶ କ୍ରମେ ସିର୍ଲା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ଜଗପତି ବଡ଼ସେଟଙ୍କ ନେତୃତ୍ୱ କ୍ରମେ ସିର୍ଲା ଗ୍ରାମ ପଞ୍ଚାୟତ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ ରେ ଅନୁପ୍ରାଣିତ ହେଇ ତୁମୁଡିବନ୍ଧ ବ୍ଲକ ରେ ହେଉଥିବା ବିକାଶ ଧାରାରେ ସାମିଲ ହେବାକୁ ସିର୍ଲା ଗ୍ରାମ ପଞ୍ଚାୟତ ର ଲିଙ୍ଗେରୀମାହା, ଗୁଡ୍ରି, ଜାନାଗାଡା ଓ ଅନ୍ୟାନ୍ୟ ଗ୍ରାମର ୧୫୦ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ଛାଡି ବିଜେଡ଼ିରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି l ସେପରି ଭାବେ ବୁଡାକାମ୍ବା, ସିର୍ଲା, ଟେକ୍ଲାମିଲା ଓ ପୀଡାମାହା ଗ୍ରାମର ୫୦ରୁ ଉର୍ଦ୍ଧ କର୍ମୀ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଇଛନ୍ତି ସର୍ବମୋଟ ୨୦୦ ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ସଭାପତି ପ୍ରମୋଦ ସାହୁ ଯୋଗଦେଇଥିଲେ ସନମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ଆମ ଓଡିଶା ନବୀନ ଓଡିଶା କନ୍ଧମାଳ ଜିଲ୍ଲା ସଂଯୋଜକ ରାଜୀବ ପାତ୍ର, ସିର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ନୁଶୁଙ୍ଗା ପାଟମାଝି, ସମିତି ସଭ୍ୟା ମଞ୍ଜୁଲତା ନାୟକ, ପୂର୍ବତନ ଗ୍ରାମ ପଞ୍ଚାୟତ ସଭାପତି ରାଧାକାନ୍ତ ପାଟମାଝି,ବ୍ଲକ ଛାତ୍ର ସଭାପତି ସୁଜିତ କୁମାର ସାହୁ, ବ୍ଲକ ଉପସଭାପତି ଅମୀୟ ପରାସେଟ, ବୈକୁଣ୍ଠ ପରାସେଟ ସମେତ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ l ବ୍ଲକ ସଭାପତି ଶ୍ରୀ ସାହୁ ଦଳୀୟ ଉତ୍ତରୀୟ ପରିଧାନ କରେଇ ନୂତନ ଭାବେ ସାମିଲ ହେଇଥିବା କର୍ମୀଙ୍କୁ ଦଳକୁ ସ୍ୱାଗତ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ରେ ସିର୍ଲା ଗ୍ରାମ ପଞ୍ଚାୟତ ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି ଗମନାଗମନ ନିମନ୍ତେ ସିର୍ଲା ଗ୍ରାମ ପଞ୍ଚାୟତ ରେ ରାଜ୍ୟ ସରକାର କୋଟି କୋଟି ଅର୍ଥ ବ୍ୟୟ କରିଛନ୍ତି l ଆଜି ସିର୍ଲା ଗ୍ରାମ ପଞ୍ଚାୟତ ର ଚତୁର୍ଦିଗରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଦେଖିବାକୁ ମିଳିଛି l ସିର୍ଲା ଗ୍ରାମ ପଞ୍ଚାୟତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ଯାହା କେବେ ଭାବିନଥିଲେ ସିର୍ଲା ବାସି ତାହା କରିକି ଦେଖାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରଣ ସିର୍ଲା ଗ୍ରାମ ପଞ୍ଚାୟତ କୁ ବ୍ଲକ ରେ ଯୋଡିବା ନିମନ୍ତେ ଏକ ଲଷ୍ମୀ ବସ ଯୋଜନା ଜରିଆରେ ଏକ ବସ ଯୋଗେଇଦେଇଛନ୍ତି l ଏହି ସବୁ ଉନ୍ନତି ମୂଳକ କାର୍ଯ୍ୟ ଦେଖି ଅନୁପ୍ରାଣିତ ହେଇ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ସାମିଲ ହେଇଥିବା କହିଛନ୍ତି ନୂତନ ଭାବେ ସାମିଲ ହେଇଥିବା କର୍ମକର୍ତା l