-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
15-Dec-2023
ଖପ୍ରାଖୋଲ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ତୃତୀୟ ଖପ୍ରାଖୋଲ ମହୋତ୍ସବ ପୂଜା ପାଠ ସହ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଇଷ୍ଟ ଦେବୀ ମା ଡୁମେରତଲେନ୍ ଙ୍କ ଠାରେ ପୂଜା ପାଠ ପରେ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ମହୋତ୍ସବ ମଞ୍ଚକୁ ଅଣାଯାଇଥିଲା। ଏହି ଅବସରରେ ଉଦଘାଟନୀ ଉତ୍ସବରେ ଡୁମେରତଲେନ ଯୁବକ ସଂଘ ସଭାପତି ବିନୟ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ଆକାଶ ରଞ୍ଜନ ସାହୁ, ତହସିଲ ଦାର ଆଦିତ୍ୟ ପ୍ରସାଦ ମିଶ୍ର, ପାଟଣାଗଡ ଆସି ଷ୍ଟାଣ୍ଡ କଲେକ୍ଟର ପଦ୍ମନାଭ ମହାରଣା, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଅଗ୍ନିଶମ ଅଧିକାରୀ ଜୟ ଗୋପାଳ ପଣ୍ଡା, ସରପଞ୍ଚ ଵେଟିଖାଇ ସେନ୍ଦ୍ରୀଆ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ପୂଜା ପାଠ କରି ନାଲି ଫିତା କାଟି ନଡ଼ିଆ ଭାଙ୍ଗି ମୁଖ୍ୟ ଅତିଥି ମହୋତ୍ସବ ର ଉଦଘାଟନ କରିଥିଲେ। ସ୍ଥାନୀୟ ଅଂଚଳର କଳା ସଂସ୍କୃତି ର ଉନ୍ନତି ସହ ମନୋରଞ୍ଜନ ପାଇଁ ମହୋତ୍ସବ ଆରମ୍ଭ ହୋଇ ଥିବା ବେଳେ ପ୍ରତିଦିନ କଂସ ଦରବାର କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ବିଭିନ୍ନ ପ୍ରଜ୍ଞାପନ ମେଢ଼ ଓ ମୀନାବଜାର ଆଦି ସାତ ଦିନ ଧରି ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି କହିଛନ୍ତି। ଏହି ଅବସରରେ କବି ଦେବରାଜ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ମାନେ ଉଦଘାଟନୀ ସଙ୍ଗୀତ ଗାନ କରିଥିଲେ। ଆୟୋଜକ କମିଟି ର ରଞ୍ଜନ ସାହୁ, ବିନୋଦ ସାହୁ, ସତ୍ୟ ବାଗ, ଉଦ୍ଧବ ମେହେର, ଆଶିଷ ଭୋଇ, ଦିଲୀପ ଗଡତ୍ୟା, ଅରକ୍ଷିତ ସାହୁ, ବାଦଲ ଦଣ୍ଡସେନା, ସନ୍ତୋଷ ପ୍ରଧାନ, ତେଜ ଦଣ୍ଡସେନା, ହାକାଦେବ ପ୍ରଧାନ, ହରିବୋଲ ଦାସ, ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।