-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
20-Nov-2023
ପଦ୍ମପୁର (ପ୍ରେରଣା ଖବର )
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ଆରବି ହାଇସ୍କୁଲ ପଡ଼ିଆ ରେ ଆଜି ଉଦଘାଟିତ ହୋଇଯାଇଛି ।ମାନନୀୟ ଶ୍ରୀଯୁକ୍ତ ଲୋକନାଥ ଭୋଇ (ଉପଖଣ୍ଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଶାଲ ସ୍ଥାପନା କରି ଧ୍ୱଜା ଆରୋହଣ ପୂର୍ବକ ୩୯ ଗୋଟି ଆତସ ବାଜିର ଶବ୍ବରେ କ୍ରୀଡ଼ା ସମାରୋହ କୁ ଉଦଘାଟନ ଘୋଷଣା କରି ଉପସ୍ଥିତ ଶିଶୁ ମାନଙ୍କୁ କ୍ରୀଡ଼ାବିତ୍ ମନୋଭାବ ରଖି ସମସ୍ତଙ୍କୁ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ।ପ୍ରାରମ୍ଭରେ ଦୂର୍ଗା ମନ୍ଦିର ରୁ ମଶାଲ ଶୋଭାଯାତ୍ରାରେ ବାହାରି ପଡ଼ିଆ କୁ ଜ୍ୟୋତି ପ୍ରବେଶ କରାଇ ମୂଖ୍ୟ ଅତିଥି ଙ୍କୁ ଦେଇଥିଲେ ମୁଖ୍ୟ ଅତିଥି ଜ୍ୟୋତି ସ୍ଥାପନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଶ୍ରୀଯୁକ୍ତ ପୃଥିରାଜ ସାହୁ ସଭାପତି, ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ, ଶ୍ରୀଯୁକ୍ତ ଜନକଲାଲ ମେହେର ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ ।ଶିଶୁ ମାନଙ୍କ ସ୍ୱାଗତ ସଂଗୀତ ପରେ ବ୍ୟାୟାମ ଯୋଗ ର ପ୍ରଦର୍ଶନ କରାଯାଇଥିଲା ।ଶେଷରେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।ଆଜି ର ମୁଖ୍ୟ ଆକର୍ଷଣ ଥିଲା ଶିଶୁ ବାଟିକା ବିଭାଗ ର ଖେଳ,ମାଆ ମାନଙ୍କ ବାଟି ଚାମଚ ଦୌଡ଼,ଅଭିଭାବକ ମାନଙ୍କ ୧୦୦ ମିଟର ଦୌଡ ସହିତ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା । ଚୈତନ୍ୟ ଭୋଇ ସହ ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ ସୂଚନା ପ୍ରଦାନ କରିଥିଲେ।ସମସ୍ତ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।