-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
20-Nov-2023
ନାକଟିଦେଉଳ(କନ୍ଦର୍ପ ବେହେରା ): ନାକଟିଦେଉଳ ବନଖଣ୍ଡ ସାଲେଭଟା ପଂଚାୟତ କୁନ୍ଦେଇଜୋରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ଦେହକୁ ଠାବ କରିଛି ବନ ବିଭାଗ ା
ଗତକାଲି ଅପରାହ୍ନରେ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ଜଙ୍ଗଲ ବିଭାଗ ଘଟଣା ସ୍ଥଳକୁ ପହଂଚି ଥିବା ଜଣା ପଡିଛି l ତେବେ ଘଟଣା ସମ୍ପର୍କରେ ନାକଟିଦେଉଳ ଏସିଏଫ୍ ଅଶ୍ବିନୀ ବେହେରାଙ୍କୁ ପଚାରିବାରୁ ହାତୀର ଆନୁମାନିକ ବୟସ ୧୪ବର୍ଷ ହେବ ଏବଂ ହାତୀର ଦେହରେ କୌଣସି କ୍ଷତ ଚି଼ହ୍ନ ନଥିବାରୁ ମୃତ୍ୟୁର କାରଣ ଜଣା ପଡ଼ିନାହିଁ l ଆସନ୍ତାକାଲି ହାତୀର ଶବ ବ୍ୟବଛେଦ କରାଯିବ l ଆସନ୍ତା କାଲି ଗଣମାଧ୍ୟମକୁ ପୋଷ୍ଟମଟମ୍ ହେଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ଏବଂ ଗଣମାଧ୍ୟମକୁ ଫଟୋ ଏବଂରିପୋର୍ଟ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ା